ଚୌଦ୍ୱାର: ବିଲରୁ ମୁମୂର୍ଷୁ ଅବସ୍ଥାରେ ଅଣ ଓଡ଼ିଆ ମହିଳା ଉଦ୍ଧାର
କଟକ: ବଡ଼ପଦା ନିକଟ ଏକ ବିଲରୁ ମୁମୂର୍ଷୁ ଅବସ୍ଥାରେ ଜଣେ ଅଣଓଡ଼ିଆ ମହିଳାଙ୍କୁ ଉଦ୍ଧାର କରାଯାଇଛି । ଏହି ଘଟଣାର ତଦନ୍ତ କମିଶନରେଟ୍ ପୋଲିସ ଚଳାଇଛି। ଜଣେ ଏସିପିଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି ଓ ମହିଳାଙ୍କ ବୟାନ ରେକର୍ଡ ହୋଇଛି। ତେବେ ମହିଳାଙ୍କ ମାନସିକ ଅବସ୍ଥା ଠିକ୍ ନ ଥିବାରୁ ତାଙ୍କୁ ଏସିବି ମାନସିକ ରୋଗ ଚିକିତ୍ସା ବିଭାଗରେ ଭର୍ତ୍ତି କରାଯାଇଛି। କଥାବାର୍ତ୍ତାରୁ ସେ କର୍ଣ୍ଣାଟକର ହୋଇଥିବା ଅନୁମାନ କରାଯାଉଛି। କିଛି ଲୋକ ମାଡ଼ ମାରି […]
କଟକ: ବଡ଼ପଦା ନିକଟ ଏକ ବିଲରୁ ମୁମୂର୍ଷୁ ଅବସ୍ଥାରେ ଜଣେ ଅଣଓଡ଼ିଆ ମହିଳାଙ୍କୁ ଉଦ୍ଧାର କରାଯାଇଛି । ଏହି ଘଟଣାର ତଦନ୍ତ କମିଶନରେଟ୍ ପୋଲିସ ଚଳାଇଛି। ଜଣେ ଏସିପିଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି ଓ ମହିଳାଙ୍କ ବୟାନ ରେକର୍ଡ ହୋଇଛି। ତେବେ ମହିଳାଙ୍କ ମାନସିକ ଅବସ୍ଥା ଠିକ୍ ନ ଥିବାରୁ ତାଙ୍କୁ ଏସିବି ମାନସିକ ରୋଗ ଚିକିତ୍ସା ବିଭାଗରେ ଭର୍ତ୍ତି କରାଯାଇଛି। କଥାବାର୍ତ୍ତାରୁ ସେ କର୍ଣ୍ଣାଟକର ହୋଇଥିବା ଅନୁମାନ କରାଯାଉଛି। କିଛି ଲୋକ ମାଡ଼ ମାରି ସମ୍ପୃକ୍ତ ମହିଳାଙ୍କୁ ଚଳନ୍ତା ଟ୍ରେନରୁ ଠେଲି ଦେଇଥିବା ସନ୍ଦେହ କରାଯାଉଛି। ଘଟଣା ସମ୍ପର୍କରେ ବିଡ଼ାନାସୀ ଓ ଚୌଦ୍ୱାର ଥାନାରେ ମହିଳାଙ୍କୁ ଉଦ୍ଧାର କରିଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ବସୁନ୍ଧରା ପକ୍ଷରୁ ଏତଲା ଦିଆଯାଇଛି। ତେବେ ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ମହିଳା ଜଣକ ବୟାନରେ କହି ନ ଥିବା କଟକ ଡିସିପି କହିଛନ୍ତି।