Advertisment

ଚୌଦ୍ୱାର ଜେଲରୁ ନିଶାଦ୍ରବ୍ୟ ମିଳିବା ଘଟଣା: ୩ଜଣ ଜେଲ ଅଧିକାରୀଙ୍କ ବଦଳି

ଚୌଦ୍ୱାର: ଚୌଦ୍ୱାର ଜେଲ୍ ଭିତରୁ ବିପୁଳ ପରିମାଣର ନିଶାଦ୍ରବ୍ୟ ଓ ଏଲ୍ଇଡି ଟିଭି ମିଳିବା ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟ ଆସିଛି। ଦାୟିତ୍ୱରେ ଅବହେଳା ପ୍ରଦର୍ଶନ କରିଥିବା ୩ଜଣଙ୍କୁ ଜେଲ୍ ଅଧିକାରୀ ବଦଳି କରିଦେଇଛନ୍ତି । ଏମାନଙ୍କ ମଧ୍ୟରେ ଚୌଦ୍ୱାର ଜେଲର ସବ୍ ଆସିଷ୍ଟାଣ୍ଟ ଜେଲର୍ ମନୋଜ କୁମାର ସୁତାରଙ୍କ ସମେତ ଦୁଇ ଜଣ ଜେଲ୍ ୱାର୍ଡର ଅଛନ୍ତି। ଡିଆଇଜିଙ୍କ ତଦନ୍ତ ରିପୋର୍ଟକୁ ଆଧାର କରି ଏଡିଜି ପ୍ରଦୀପ କପୁର ଏହି ପଦକ୍ଷେପ ନେଇଥିବା ସୂଚନା ଦେଇଛନ୍ତି। […]

ଅଦ୍ୟତନ ହୋଇଛି
ଚୌଦ୍ୱାର ଜେଲରୁ ନିଶାଦ୍ରବ୍ୟ ମିଳିବା ଘଟଣା: ୩ଜଣ ଜେଲ ଅଧିକାରୀଙ୍କ ବଦଳି

chaudwarjail

Advertisment

ଚୌଦ୍ୱାର: ଚୌଦ୍ୱାର ଜେଲ୍ ଭିତରୁ ବିପୁଳ ପରିମାଣର ନିଶାଦ୍ରବ୍ୟ ଓ ଏଲ୍ଇଡି ଟିଭି ମିଳିବା ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟ ଆସିଛି। ଦାୟିତ୍ୱରେ ଅବହେଳା ପ୍ରଦର୍ଶନ କରିଥିବା ୩ଜଣଙ୍କୁ ଜେଲ୍ ଅଧିକାରୀ ବଦଳି କରିଦେଇଛନ୍ତି । ଏମାନଙ୍କ ମଧ୍ୟରେ ଚୌଦ୍ୱାର ଜେଲର ସବ୍ ଆସିଷ୍ଟାଣ୍ଟ ଜେଲର୍ ମନୋଜ କୁମାର ସୁତାରଙ୍କ ସମେତ ଦୁଇ ଜଣ ଜେଲ୍ ୱାର୍ଡର ଅଛନ୍ତି। ଡିଆଇଜିଙ୍କ ତଦନ୍ତ ରିପୋର୍ଟକୁ ଆଧାର କରି ଏଡିଜି ପ୍ରଦୀପ କପୁର ଏହି ପଦକ୍ଷେପ ନେଇଥିବା ସୂଚନା ଦେଇଛନ୍ତି। ଏଥିରେ ଆଉ କିଛି ଜେଲ କର୍ମଚାରୀଙ୍କ ସମ୍ପୃକ୍ତି ଥିବାରୁ ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିବା ପରେ ସେମାନଙ୍କ ବିରୋଧରେ କାର୍ଯାନୁଷ୍ଠାନ ନିଆଯିବ। ଗତ ସେପ୍ଟେମ୍ବର ୩ରେ ଚୌଦ୍ୱାର ଜେଲରେ କମିଶନରେଟ ପୋଲିସ ପକ୍ଷରୁ ଅତର୍କିତ ଚଢାଉ କରାଯାଇଥିଲା। ଏଥିରେ ଜେଲର ୱାର୍ଡ ଭିତରୁ ଦୁଇଟି ଏଲଇଡି ଟିଭି, ପେନ୍ ଡ୍ରାଇଭ୍ ଓ ବହୁ ମାତ୍ରାରେ ନିଶା ଦ୍ରବ୍ୟ ମିଳିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe