Advertisment

ବନ୍ଧା ହେଲେ CHSE ରେକର୍ଡ ସପ୍ଲାୟର୍, ବିପୁଳ ସମ୍ପତ୍ତିର ମାଲିକ ଥିଲେ

ଆଉ ୨ ଦିନ ପରେ ନେଇଥାନ୍ତେ ଅବସର। ଅଫିସରେ ଦିଆଯାଇଥାନ୍ତା ଅବସରକାଳୀନ ସମ୍ବର୍ଦ୍ଧନା। ହେଲେ ଠିକ୍ ତା ପୂର୍ବରୁ ପଡିଗଲେ ଭିଜିଲାନ୍ସ ଜାଲରେ। ଆଉ ବେକରେ ଫୁଲମାଳ ପଡ଼ିବା ବଦଳରେ ବନ୍ଧା ହେଲେ CHSE ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀ ।

ଅଦ୍ୟତନ ହୋଇଛି
Arrest

Arrest

Advertisment

ଆଉ ୨ ଦିନ ପରେ ନେଇଥାନ୍ତେ ଅବସର। ଅଫିସରେ ଦିଆଯାଇଥାନ୍ତା ଅବସରକାଳୀନ ସମ୍ବର୍ଦ୍ଧନା। ହେଲେ ଠିକ୍ ତା ପୂର୍ବରୁ ପଡିଗଲେ ଭିଜିଲାନ୍ସ ଜାଲରେ। ଆଉ ବେକରେ ଫୁଲମାଳ ପଡ଼ିବା ବଦଳରେ ବନ୍ଧା ହେଲେ CHSE ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀ ।

Advertisment

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରେନ୍ଦ୍ରଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ଦୁଇ ଦିନ ଧରି ପୁରେନ୍ଦ୍ରଙ୍କ ଘରେ ଛାନଭିନ୍ ପରେ ତାଙ୍କ ନିକଟରୁ ବିପୁଳ ପରିମାଣର ସମ୍ପତ୍ତି ଜବତ ହୋଇଥିବା ନେଇ ସୂଚନା ଦେଇଛି ଭିଜିଲାନ୍ସ।

ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସିଏଚଏସଇରେ ରେକର୍ଡ ସପ୍ଲାଏର ଥିବା ଶ୍ରୀ ସେଠୀଙ୍କର କାନନବିହାରଠାରେ ୧୦,୮୮୦ ବର୍ଗଫୁଟ ଅଞ୍ଚଳ ଜମିରେ ୪ ମହଲା କୋଠା ରହିଛି । ସେହିପରି ବିଭିନ୍ନ ଲୋକଙ୍କ ନାଁରେ ଶ୍ରୀ ସେଠୀ ୬ଡିସିମିଲରୁ ୧୧ଡିସିମିଲ ପରିମିତର ମୋଟ ୧୬ଟି ମୂଲ୍ୟବାନ ଜମି କ୍ରୟ କରିଛନ୍ତି । ଯାହାକି ତାଙ୍କର ବେନାମୀ ସମ୍ପତ୍ତି ବୋଲି ଜଣାପଡ଼ିଛି ।

Advertisment

ତାଙ୍କଠୁ ୧ଲକ୍ଷ ୭୦ହଜାର ଟଙ୍କା ନଗଦ ଅର୍ଥ ସହ ୧୬ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ବୀମା ଓ ମ୍ୟୁଚୁଆଲ ଫଣ୍ଡରେ ବିନିଯୋଗ ସାମିଲ ଅଛି । ତାଙ୍କର ଟୟୋଟା ଅର୍ବାନ କ୍ରୁଜର ଓ ଟୟୋଟା ଇଟଅସ୍ ଲିଭା ଭଳି ଦୁଇଟି ଚାରିଚକିଆ ସହ ୫ଟି ଦୁଇଚକିଆ ଗାଡ଼ି ଥିବା ମଧ୍ୟ ଜଣାପଡ଼ିଛି ।

ପୁରେନ୍ଦ୍ର ଅବସର ନେବାର ୪ ଦିନ ଆଗରୁ ତାଙ୍କ ଘରେ ଭିଜିଲାନ୍ସ ରେଡ କରିଥିବା ବେଳେ ଏହା ଦୁଇ ଦିନ କାଳ ଚାଲିଥିଲା । ଭିଜିଲାନ୍ସ ବିଭାଗର ୩ ଜଣ ଡିଏସପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଓ ୫ଜଣ ଏଏସଆଇ ଆଜି ସକାଳୁ ଶ୍ରୀ ସେଠୀଙ୍କ କାନନବିହାର ଘର, ଜଗତସିଂହପୁର ବାଲିକୁଦାର କେଉପଡ଼ାସ୍ଥିତ ପୈତୃକ ଘର ଓ ତାଙ୍କ ସାମନ୍ତରାପୁରସ୍ଥିତ ଅଫିସରେ ଚଢ଼ଉ କରିଥିଲେ।

ତେବେ ପିଅନରୁ ଚାକିରି ଆରମ୍ଭ କରିଥିବା ଶ୍ରୀ ସେଠୀ କିଭଳି କୋଟିକୋଟି ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିବାରେ ସକ୍ଷମ ହେଲେ ତାକୁ ନେଇ ଚର୍ଚ୍ଚା ଜାରି ରହିଛି ।

Arrest Vigilance Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe