Advertisment

ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ ଅଘଟଣ: ନିଜକୁ ଗୁଳି କରି ଦେଲେ ସିଆଇଏସ୍‌ଏଫ୍ ଯବାନ

ମୃତ ଯବାନଙ୍କ ଘର କେରଳରେ ହୋଇଥିବା ବେଳେ ଏହି ଅଘଟଣ ପଛର ପ୍ରକୃତ କାରଣ ଜଣାପଡ଼ିନାହିଁ।

Gun

Gun

Advertisment

ନିଜକୁ ନିଜେ ଗୁଳି କରିଦେଲେ ଜଣେ CISF ଯବାନ। ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ (RSP)ରେ ଘଟିଛି ଏହି ଘଟଣା। ମୃତ ଯବାନଙ୍କ ନାଁ ଅଭିନନ୍ଦ ପି କେ। ତାଙ୍କ ଘର କେରଳର କନ୍ନୁର ଜିଲ୍ଲାର ଥିରୁଭାଙ୍ଗାଡୁ ଗାଁରେ।

Advertisment

ପୁଲିସର ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ମାମଲା ବୋଲି ଜଣାପଡ଼ିଛି। ଆଜି ଭୋର ୪ଟାରୁ ସକାଳ ୬ଟା ମଧ୍ୟରେ ଏହି ଘଟଣା ଘଟିଥିବା ପୁଲିସ ଅନୁମାନ କରୁଛି।

ଅଭିନନ୍ଦ ପି କେ ଗତକାଲି ନାଇଟ୍ ଡ୍ୟୁଟିରେ ନିଯୁକ୍ତ ହୋଇଥିଲେ। ଆଜି ସକାଳ ୮ଟାରେ ତାଙ୍କ ଡ୍ୟୁଟି ଶେଷ ହୋଇଥା’ନ୍ତା। ତେବେ ତା’ ପୂର୍ବରୁ ଘଟିଗଲା ଏଭଳି ଏକ ଘଟଣା।

Advertisment

ଅଭିନନ୍ଦ ପି କେ ମୁତୟନ ହୋଇଥିବା ସ୍ଥାନରେ ପାଟ୍ରୋଲିଂ ଅଧିକାରୀ ପହଞ୍ଚିବା ପରେ ଘଟଣା ସଂପର୍କରେ ଜଣାପଡ଼ିଥିଲା। ସେ ସଙ୍ଗେ ସଙ୍ଗେ ତାଙ୍କ ଉପରସ୍ଥ ଅଧିକାରୀମାନଙ୍କୁ ଘଟଣା ସଂପର୍କରେ ଅବଗତ କରାଇଥିଲେ। ଏହା ପରେ ଟାଙ୍ଗରପାଲି ଥାନାକୁ ଖବର ଦିଆଯାଇଥିଲା।

ଟାଙ୍ଗରପାଲି ଥାନା ପୁଲିସ ଘଟଣାସ୍ଥଳ ଯାଞ୍ଚ କରିବା ସହିତ ଶବକୁ ଜବତ କରିଥିଲା। ଅଭିନନ୍ଦ ପି କେ’ଙ୍କ ମୃତଦେହକୁ ଆଇଜିଏଚ୍‌ରେ ରଖାଯାଇଛି। ଘଟଣା ସଂପର୍କରେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି। ସେମାନେ ରାଉରକେଲା ଅଭିମୁଖେ ଯାତ୍ରା ଆରମ୍ଭ କରି ସାରିଛନ୍ତି। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ସେମାନେ ରାଉରକେଲାରେ ପହଞ୍ଚିବେ।

ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି କୁହାଯାଉଥିବା ବେଳେ, ତା’ର କାରଣ ସଂପର୍କରେ କିଛି ଜଣାପଡ଼ିନାହିଁ। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଅଭିନନ୍ଦ ପି କେ’ଙ୍କ ମୃତ୍ୟୁର କାରଣ ଜଣାପଡ଼ିବ। କର୍ମସ୍ଥଳରେ କିଛି ସମସ୍ୟା ଥିଲା ନା କିଛି ପାରିବାରିକ କାରଣ ଥିଲା, ସେ ଦିଗରେ ପୁଲିସ ତଦନ୍ତ କରୁଛି। ତା’ ସହିତ ଅନ୍ୟ ଦିଗ ଉପରେ ମଧ୍ୟ ପୁଲିସ ତଦନ୍ତ କରୁଛି। ଆସନ୍ତାକାଲି ପରିବାର ଲୋକ ଆସିଲେ ସେମାନଙ୍କୁ ପଚରାଉଚରା କରିବ ବୋଲି ପୁଲିସ। ସିଆଇଏସ୍‌ଏଫ୍‌ର କିଛି ଅଧିକାରୀଙ୍କୁ ମଧ୍ୟ ପୁଲିସ ପଚରାଉଚରା କରିପାରେ ବୋଲି କୁହାଯାଉଛି।

CISF Constable
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe