Advertisment

କଳସ ଯାତ୍ରାରେ ନାଚିବାକୁ ନେଇ ଗୋଷ୍ଠୀ ସଂଘର୍ଷ; ୮ ଆହତ

ପୁଲିସ ଏହି ଘଟଣାରେ ୧୧ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

author-image
Tapaswini Nayak
Group clash

Group clash

କଳସ ଯାତ୍ରାରେ ନାଚିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଉଭୟ ପକ୍ଷର ୮ ଜଣ ଆହତ ହୋଇଛନ୍ତି। ଯାଜପୁର ଜିଲ୍ଲା କୋରାଇ ଥାନା ଆଲଡ଼ା ଗ୍ରାମରେ ଏହି ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଏହି ଘଟଣାରେ ୧୧ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

ଆଲଡ଼ା ଗ୍ରାମରେ ଗତ ୩ ଦିନ ଧରି ଚାଲିଥିବା ହିଙ୍ଗୁଳା ମା’ଙ୍କ ପୂଜା ଚାଲିଛି। ଗତକାଲି ଉଦଯାପନ ଦିବସ ଥିଲା।  ଏହି ଅବସରରେ ଗତକାଲି ରାତିରେ ଏକ କଳସ ଶୋଭାଯାତ୍ରା ହେଉଥିବା ସମୟରେ ନାଚିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା।

ଏହି ସଂଘର୍ଷ ଉଗ୍ର ରୂପ ନେଇଥିଲା। ପରସ୍ପର ପରସ୍ପର ମଧ୍ୟରେ ମାରପିଟ ହୋଇଥିଲା। ପୁଲିସ ପହଞ୍ଚିବା ପରେ ଉତ୍ତେଜନା ଥମିଥିଲା। ପୁଲିସ ଏହି ଘଟଣାରେ ୧୧ ଜଣଙ୍କୁ ଅଟକ ରଖି ପଚରାଉରା କରୁଛି ଓ ଘଟଣାର ତଦନ୍ତ କରୁଛି।

Advertisment
Jajpur