Advertisment

ଗଣେଶ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ, ଟେକା ପଥର ମାଡ଼

ଖବର ପାଇ ବଳଙ୍ଗା ପୁଲିସ୍‌ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛି। ତଥାପି ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।

Pipli

Pipli

Advertisment

ଗଣେଶ ଭସାଣିକୁ ନେଇ ଦୁଇ ସାହି ମଧ୍ୟରେ ଭୟଙ୍କର ସଂଘର୍ଷ ଦେଖିବାକୁ ମିଳିଛି। ଭସାଣି ବେଳେ ଦୁଇ ସାହିର ଡିଜେ ମୁହାଁମୁହିଁ ହେବାରୁ ପ୍ରବଳ ଟେକା ପଥର ମାଡ଼ ହୋଇଛି। ପିପିଲି ବ୍ଲକ ରୂପଦେଇପୁର ମୌଜବେଗର ସାନପାଟଣା ଓ ବଡ଼ପାଟଣା ଗାଁରେ ଘଟିଛି ଏଭଳି ଘଟଣା।

Advertisment

ଆଜି ମୌଜବେଗରେ ସାନ ପାଟଣା ଓ ବଡ଼ ପାଟଣାର ଗଣେଶ ଭସାଣି ହେଉଥିଲା। ଏକା ସମୟରେ ଦୁଇ ସାହିର ଭସାଣି କାର୍ଯ୍ୟକ୍ରମ ଥିବାରୁ ପ୍ରବଳ ଭିଡ଼ ହୋଇଥିଲା। ଏତିକି ବେଳେ ଦୁଇ ସାହିରୀ ଡିଜେ ମୁହାଁମୁହିଁ ହୋଇ ଯାଇଥିଲେ।

ବାସ୍‌ ଏହାପରେ ଆରମ୍ଭ ହୋଇଯାଇଥିଲା ମାରପିଟ। ଏହି ମାରପିଟ ଶେଷରେ ଭୟଙ୍କର ରୂପ ନେଇଥିଲା। ଦୁଇ ଗୋଷ୍ଠୀ ପରସ୍ପର ଉପରକୁ ଟେକା ପଥର ମାଡ଼ କରିବା ଆରମ୍ଭ କରି ଦେଇଥିଲେ। ଫଳରେ ଉଭୟ ପକ୍ଷର ଏକାଧିକ ଲୋକ ଆହତ ହୋଇଛନ୍ତି।

Advertisment

ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ବଳଙ୍ଗା ପୁଲିସ୍‌ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛି। ତଥାପି ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି। ତେବେ ଏନେଇ ବଳଙ୍ଗା ଥାନାରେ କୌଣସି ମାମଲା ହୋଇ ନାହିଁ। ତେବେ ପୁଲିସ୍‌ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି।

Odisha Puri Pipili
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe