Advertisment

ଅଶାନ୍ତ ରାଜଧାନୀ; କଥା କଟାକଟିରୁ ଗୋଷ୍ଠୀ ସଂଘର୍ଷ, ଫୋର୍ସ ମୁତୟନ

ଗତକାଲି କଥା କଟାକଟିକୁ ନେଇ ଗାଁର ଦୁଇ ୱାର୍ଡ ମଧ୍ୟରେ ପଥର ମାଡ ସହ ବୋତଲ ମାଡ ହୋଇଛି। ଏଥିରେ ଉଭୟ ପଟରୁ ଏକାଧିକ ଲୋକ ଆହତ ହୋଇଛନ୍ତି ।

Police

Police

Advertisment

ଅଶାନ୍ତ ହୋଇ ଉଠିଲା ରାଜଧାନୀ । ପଞ୍ଚାୟତ ନିର୍ବାଚନକୁ ନେଇ କୁହୁଳୁଥିବା ନିଆଁ ହଠାତ୍‌ ଗୋଷ୍ଠୀ ସଂଘର୍ଷର ରୂପ ନେଲା। ଦୁଇ ୱାର୍ଡ ବାସିନ୍ଦା ମୁହାଁମୁହିଁ ହେବାରୁ ବହୁ ଲୋକ ଆହତ ହୋଇଛନ୍ତି। ଦୁର୍ଗା ପୂଜା ସରୁ ସରୁ ପଟିଆ ପଦ୍ମକେଶରପୁରରେ ଦେଖିବାକୁ ମିଳିଛି ଏପରି ଉତ୍ତେଜନା।

Advertisment

ପ୍ରାୟ ଦୁଇ ବର୍ଷ ହେବ ପଞ୍ଚାୟତ ନିର୍ବାଚନ ସରିଥିବା ସତ୍ତ୍ୱେ ପଟିଆ ପଦ୍ମକେଶରପୁରରେ ଏବେ ବି ଲାଗି ରହିଛି ନିର୍ବାଚନୀ ହିଂସା । ଗତ ପୂର୍ବରୁ ସେପ୍ଟେମ୍ବର ୧ ତାରିଖରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟି ୧୦ ରୁ ଅଧିକ ଆହତ ହୋଇଥିବା ବେଳେ ଗତକାଲି ପୁଣି ସମାନ ଘଟଣାର ପୁନରାବୃତ୍ତି ହୋଇଛି।

ଗତକାଲି କଥା କଟାକଟିକୁ ନେଇ ଗାଁର ଦୁଇ ୱାର୍ଡ ମଧ୍ୟରେ ପଥର ମାଡ ସହ ବୋତଲ ମାଡ ହୋଇଛି। ଏଥିରେ ଉଭୟ ପଟରୁ ଏକାଧିକ ଲୋକ ଆହତ ହୋଇଛନ୍ତି । ଖବର ପାଇ ମଞ୍ଚେଶ୍ୱର ଆଇଆଇସିଙ୍କ ନେତୃତ୍ୱରେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।

Advertisment

ପୂର୍ବରୁ ସେପ୍ଟେମ୍ବର ୧ ତାରିଖରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟି ଦୁଇ ଶିଶୁଙ୍କ ସମେତ ୧୦ରୁ ଅଧିକ ଆହତ ହୋଇଥିଲେ । ସ୍ଥିତି ନିୟନ୍ତ୍ରଣ ପାଇଁ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ମାତ୍ର ଆପୋଷ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ନ ହେବାରୁ ପୁଲିସ୍‌ ଉଭୟ ପକ୍ଷର ୨୦ରୁ ଅଧିକ ଜଣଙ୍କୁ ଗିରଫ ହୋଇ କୋର୍ଟଚାଲାଣ କରିଥିଲା। ସେମାନଙ୍କ ମଧ୍ୟରୁ କିଛି ଜଣ ଜାମିନରେ ଆସିବା ପରେ ପୁଣି ଥରେ ଗତକାଲି ଗଣ୍ଡଗୋଳ ହୋଇଥିବା ଜଣାଯାଇଛି।

ଏବେ ପଦ୍ମକେଶରପୁର ଗାଁ ପୁଲିସ୍ ଛାଉଣୀରେ ପରିଣତ ହୋଇଥିବା ବେଳେ ସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଥିବା ମଞ୍ଚେଶ୍ୱର ଆଇଆଇସି କହିଛନ୍ତି।

Bhubaneswar Tension Situation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe