Private Hospital Bhubaneswar
ଘରୋଇ ହସ୍ପିଟାଲରେ ଉତ୍ତେଜନା। ପୋର୍ଟାଲ ସାମ୍ବାଦିକ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହାତାହାତି। ଜଣେ ଅଟୋଚାଳକ ଗତକାଲି ବିଦ୍ୟୁତ ସଂସ୍ପର୍ଶରେ ଆସି ଆହତ ହୋଇଥିଲେ। ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ବାବଦରେ ବିଏସକେୱାଇରେ ଥିବା ସମସ୍ତ ଅର୍ଥ ଶେଷ ହେବା ପରେ ତାଙ୍କୁ ସେଠାରୁ ଅନ୍ୟ ହସ୍ପିଟାଲକୁ ପଠାଇବାକୁ ମେଡିକାଲ ପକ୍ଷରୁ କୁହାଯାଇଥିଲା।
ତେବେ ଏହି ସଂକ୍ରାନ୍ତରେ ଆଜି ଖବର ସଂଗ୍ରହ କରିବାକୁ ଯାଇଥିବା ପୋର୍ଟାଲ ସାମ୍ବାଦିକଙ୍କୁ ସୁରକ୍ଷା କର୍ମୀ ଅଟକାଇଥିଲେ। ସେତେବେଳେ ପୋର୍ଟାଲ ସାମ୍ବାଦିକ ଏବଂ ସୁରକ୍ଷାକର୍ମୀ ହାତାହାତି ହୋଇଥିଲେ । ଏହି ଘଟଣାକୁ ନେଇ ମେଡିକାଲ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1728906542.jpg)