Fire
ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ସାମାନ୍ୟ ବ୍ୟାଗ ପାଇଁ ଜଣେ ୧୦ମ ଶ୍ରେଣୀ ଛାତ୍ର ଘଟଣାଇଛି ଅଭାବନୀୟ କାଣ୍ଡ। ସେ ତା’ର ସହପାଠୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛି।
ଉତ୍ତର ପ୍ରଦେଶର ଆଲିଗଡ଼ ସହରରେ ଥିବା ଗୋଟିଏ ଜନାଶୁଣା ସରକାରୀ ସ୍କୁଲରେ ଏପରି ଘଟଣା ଘଟିଛି। ଅଭିଯୁକ୍ତ ଛାତ୍ରଙ୍କୁ ପୁଲିସ୍ ଧରିବା ସହ ବାଳ ସୁଧାର ଗୃହକୁ ପଠାଇ ଦେଇଛି।
ପୁଲିସ୍ କହିଛି ଯେ ଆହତ ଛାତ୍ର ଜଣଙ୍କ ସୋମବାର ଅଭିଯୁକ୍ତର ବ୍ୟାଗକୁ ନଷ୍ଟ କରି ଦେଇଥିଲା। ତେଣୁ ଏହାର ପ୍ରତିଶୋଧ ନେବାକୁ ସେ ଯୋଜନା କରିଥିଲା। ଯୋଜନା ଅନୁସାରେ ଅଭିଯୁକ୍ତ ଜଣଙ୍କ ମଙ୍ଗଳବାର ତା’ ବନ୍ଧୁ ଠାରୁ ପ୍ରତିଶୋଧ ନେଇଛି। ବନ୍ଧୁ ଜଣକ ବ୍ୟାଗ ଧରି ଯାଉଥିବା ବେଳେ ହଠାତ୍ ଅଭିଯୁକ୍ତ ଜଣ ସେଠାରେ ପହଞ୍ଚିଥିଲା।
କେହି କିଛି ବୁଝିବା ଆଗରୁ ସେ ବ୍ୟାଗ୍ ଉପରେ ପେଟ୍ରୋଲ ଢାଳି ଦେଇ ନିଆଁ ଲଗାଇ ଦେଇଥିଲା। ତେବେ ନିଆଁ ଅଣାୟାତ୍ତ ହେବାରୁ ଏଥିରେ ବନ୍ଧୁ ଜଣକ ମଧ୍ୟ ପୋଡ଼ି ଯାଇଥିଲେ। ତାଙ୍କ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱତନ୍ତ୍ର ଡାକ୍ତରୀ ଟିମ ତା’ର ଚିକିତ୍ସା କରିଛନ୍ତି। ଏବେ ପିଲାଟି ବିପଦ ମୁକ୍ତ ଥିଲେ ହେଁ ହସ୍ପିଟାଲରୁ ଡିସଚାର୍ଜ ହୋଇନାହିଁ।
ଖବର ପାଇ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏଥିସହ ବୁଧବାର ଅଭିଯୁକ୍ତ ୧୦ମ ଶ୍ରେଣୀ ଛାତ୍ରକୁ ଗିରଫ କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Fire_1694771071.jpg)