Advertisment

ମାତ୍ର ୨୦୦ ଟଙ୍କା ପାଇଁ ଛାତ୍ରଙ୍କୁ ଉଲଗ୍ନ କରି ପିଟିଲେ, ଭିଡିଓ ଶୁଟିଂ କଲେ ସହପାଠୀ

ପୀଡ଼ତ ଛାତ୍ର ଜଣଙ୍କ ପୁଲିସ୍‌କୁ କହିଛନ୍ତି ଯେ ଅଭିଯୁକ୍ତମାନେ ତାଙ୍କୁ ବେଲ୍ଟ ଓ କାଠ ଫାଳିଆରେ ପିଟିଛନ୍ତି। ଘଟଣାକୁ ସେମାନେ ମୋବାଇଲରେ ରେକର୍ଡିଂ କରିଥିଲେ।

UP

UP

Advertisment

ସାମ୍ନାକୁ ଆସିଛି ବିଚଳିତ କରିବା ଭଳି ଘଟଣା। ମାତ୍ର ୨୦୦ ଟଙ୍କା ପାଇଁ ୧୦ମ ଶ୍ରେଣୀରେ ପଢ଼ୁଥିବା ୧୬ ବର୍ଷୀୟ ଛାତ୍ରଙ୍କୁ ମିଳିଛି ଅକଥନୀୟ ନିର୍ଯାତନା। ଛାତ୍ରଙ୍କୁ ତାଙ୍କର କିଛି ସହପାଠୀ ମିଳିତ ଭାବେ ମାଡ଼ ମାରିବା ସହ ବଳପୂର୍ବକ ମଦ ପିଆଇ ଦେଇଛନ୍ତି। ଏହାପରେ ତାଙ୍କୁ ଉଲଗ୍ନ କରି ପୁଣି ପିଟିଛନ୍ତି।

Advertisment

ଏହାର ଭିଡିଓ ଶୁଟିଂ କରି ଭାଇରାଲ କରିଛନ୍ତି। ଉତ୍ତର ପ୍ରଦେଶର ଝାନସୀରେ ଏପରି ଘଟଣା ଘଟିଛି। ପୀଡ଼ିତ ଛାତ୍ର ଜଣଙ୍କ ତାଙ୍କର ଜଣେ ସହପାଠୀଙ୍କ ଠାରୁ ୨୦୦ ଟଙ୍କା ଉଧାର ନେଇଥିଲେ। ବାସ୍‌ ଏହାକୁ ସେ ଫେରାଇ ନଥିବାରୁ ତାଙ୍କୁ ଆକ୍ରମଣ କରାଯାଇଛି। 

ପୀଡ଼ତ ଛାତ୍ର ଜଣଙ୍କ ପୁଲିସ୍‌କୁ କହିଛନ୍ତି ଯେ ଅଭିଯୁକ୍ତମାନେ ତାଙ୍କୁ ବେଲ୍ଟ ଓ କାଠ ଫାଳିଆରେ ପିଟିଛନ୍ତି। ଘଟଣାକୁ ସେମାନେ ମୋବାଇଲରେ ରେକର୍ଡିଂ କରିଥିଲେ।

Advertisment

ଶେଷରେ ଏହାକୁ ସେମାନେ ଭାଇରାଲ କରିଛନ୍ତି। ଗୋଟିଏ ଭିଡିଓରେ ଅଭିଯୁକ୍ତମାନେ ପୀଡ଼ିତ ଛାତ୍ରଙ୍କୁ ଗାଳି ଗୁଲଜ କରିବା ସହ ଉଲଗ୍ନ ହେବାକୁ କହୁଛନ୍ତି। ସେ ଛାଡ଼ି ଦେବାକୁ ନେହୁରା ହେବାରୁ ସେମାନେ ତାଙ୍କ ଗାଲକୁ ଚାପୁଡ଼ା ମାରୁଥିବା ଦେଖିବାକୁ ମିଳିଛି।

ଭିଡିଓ ଭାଇରାଲ ହେବା ପରେ ପିଲାଟି ତାଙ୍କ ପରିବାର ଲୋକଙ୍କ ସହ ପୁଲିସ୍‌ରେ ଅଭିଯୋଗ କରିଛନ୍ତି। ଭିଡିଓ ଭାଇରାଲ ଯୋଗୁ ପିଲାଟି ମୁଣ୍ଡ ଉଠାଇ ବାଟ ଚାଲି ପାରୁ ନାହିଁ। ସେ ସବୁବେଳେ ଚୁପଚାପ ରହୁଥିବା ପରିବାର ଲୋକ କହିଛନ୍ତି। ପୁଲିସ ଅଭିଯୋଗ ପାଇବା ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଛାତ୍ର ଜଣଙ୍କ ପୁଲିସ୍‌କୁ କହିଛନ୍ତି ଯେ ସେ ତାଙ୍କର ଜଣେ ବନ୍ଧୁଙ୍କ ଠାରୁ ୨୦୦ ଟଙ୍କା ଧାର ଆଣିଥିଲେ। ସେ ଟଙ୍କା ଫେରସ୍ତ ନ କରିବାରୁ ତାଙ୍କ ବନ୍ଧୁଙ୍କ ସହ ୨ ମାସ ତଳେ ପାଟିତୁଣ୍ଡ ହୋଇଥିଲା। ସୋମବାର ଦିନ ଛାତ୍ର ଜଣଙ୍କ ତାଙ୍କର ଆଉ ଜଣେ ବନ୍ଧୁଙ୍କ ସହ ଗୋଟିଏ ପାର୍କରେ କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ତାଙ୍କର ଆଉ ୪ ଜଣ ସହପାଠୀ କାରରେ ପାର୍କକୁ ଆସିଥିଲେ ଓ ତାଙ୍କୁ ଫୋନ କରି ଡାକିଥିଲେ।

୪ ଜଣଙ୍କ ମଧ୍ୟରେ ପୀଡ଼ିତ ଛାତ୍ରଙ୍କୁ ଟଙ୍କା ଉଧାର ଦେଇଥିବା ପିଲାଟି ମଧ୍ୟ ରହିଥିଲା। ଛାତ୍ର ଜଣଙ୍କ କାର ପାଖରେ ପହଞ୍ଚିବା କ୍ଷଣି ସେମାନେ ତାଙ୍କୁ ଗାଡ଼ିରେ ଭର୍ତ୍ତି କରି ନିକଟସ୍ଥ ଜଙ୍ଗଲ ପାଖକୁ ନେଇ ଯାଇଥିଲେ। ସେଠାରେ ଆର୍ମିର ଟାର୍ଗେଟ ଅଭ୍ୟାସ ଚାଲିଥିବାରୁ ଏହାକୁ ଦେଖିବା ପାଇଁ ୪ ଜଣ ଯାକ ଉକ୍ତ ଛାତ୍ରଙ୍କୁ ନେଉଥିବା କହିଥିଲେ।

ତେବେ ସେଠାରେ ପହଞ୍ଚିବା ପରେ ଛାତ୍ର ଜଣଙ୍କ ଦେଖିବାକୁ ପାଇଥିଲେ ଯେ ଆଉ ଦୁଇ ଜଣ ପିଲା ଉକ୍ତ ସ୍ଥାନରେ ରହିଛନ୍ତି। ସେମାନେ ସମସ୍ତେ ମଦ ପିଇବା ସହ ୧୬ ବର୍ଷୀୟ ପିଲାଟିକୁ ମଧ୍ୟ ମଦ ପିଇବାକୁ ବାଧ୍ୟ କରିଥିଲେ। ମଦ ପିଆଇବା ପରେ ସେମାନେ ନିର୍ଯାତନା ଦବା ଆରମ୍ଭ କରିଥିଲେ।

୬ ଜଣ ଯାକ ମିଳିତ ଭାବେ ଛାତ୍ରଙ୍କୁ ବେଲ୍ଟ, କାଠ ଫାଳିଆ ଓ ହାତରେ ପିଟିଥିଲେ। ଏହାପରେ ତାଙ୍କୁ ଉଲଗ୍ନ କରି ଦେଇଥିଲେ। ମାଡ଼ ଖାଇ ଘାଇଲା ହୋଇଥିବା ପିଲାଟି ଛାଡ଼ି ଦେବା ପାଇଁ ନେହୁରା ହୋଇଥିଲେ ହେଁ ସେମାନେ କିଛି ଶୁଣି ନଥିଲେ। ବରଂ ପୂରା ଘଟଣାର ଭିଡିଓ ଶୁଟିଂ କରିଥିଲେ।

ଯଦି ପିଲାଟି ପୁଲିସ୍‌ରେ ଅଭିଯୋଗ କରିବ, ତା’ହେଲେ ତାଙ୍କୁ ହତ୍ୟା କରାଯିବ ବୋଲି ମଧ୍ୟ ଅଭିଯୁକ୍ତମାନେ ଧମକ ଦେଇଥିଲେ। ଏତେ ସବୁ ପରେ ମଧ୍ୟ ପିଲାଟି ଘଟଣାସ୍ଥଳରୁ ଖସି ଆସିବା ସହ ଘରେ ପହଞ୍ଚି ଯାଇଥିଲେ।

ଘଟଣାର ଦୁଇ ଦିନ ପରେ ଅଭିଯୁକ୍ତମାନେ ଭିଡିଓକୁ ଭାଇରାଲ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe