Advertisment

ପରୀକ୍ଷାକୁ ଯିବା ପୂର୍ବରୁ ଝୁଲିପଡ଼ିଲେ ମାଟ୍ରିକ ଛାତ୍ର

ଗତକାଲି ଅଭିଷେକକୁ ଗୋଟିଏ ଝିଅ ମୁଁ ମରିଯାଉଛି ବୋଲି ମେସେଜ କରିଥିଲା।

ଅଦ୍ୟତନ ହୋଇଛି
student suicide

student suicide

Advertisment

ପରୀକ୍ଷା ଦେବାକୁ ଯିବା ପୂର୍ବରୁ ଝୁଲନ୍ତା ଅବସ୍ଥାରେ ମାଟ୍ରିକ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଜାହାଙ୍ଗିର ଶାସନ ଗାଁରେ ଏପରି ଘଟଣା ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ ଅଭିଷେକ ପଣ୍ଡା। ଅଭିଷେକଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଉଦଳାସ୍ଥିତ ରାଢ଼ ଗ୍ରାମରେ ହୋଇଥିବା ବେଳେ ସେ ମାଉସୀଙ୍କ ଘରେ ରହି ପାଠ ପଢ଼ୁଥିଲେ।

Advertisment

ପରୀକ୍ଷା ଚାଲିଥିବାରୁ ଆଜି ଭୋର ୪ଟା ସମୟରେ ଅଭିଷେକଙ୍କୁ ତାଙ୍କ ମାଉସୀଙ୍କୁ ପାଠ ପଢ଼ିବାକୁ ଡାକିଥିଲେ। ହେଲେ ସେ କବାଟ ଖୋଲିନଥିଲେ। ପରିବାର ଲୋକେ ଯେତେ କବାଟ ବାଡ଼େଇ ଥିଲେ ମଧ୍ୟ ସେ ଖୋଲି ନଥିଲେ। ପରେ ପରିବାର ଲୋକ କବାଟ ତାଡ଼ି ଅଭିଷେକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲେ।

ତେବେ ଅଭିଷେକ କେଉଁ କାରଣ ପାଇଁ ଆତ୍ମହତ୍ୟା କଲେ ତାର କାରଣ ସ୍ପଷ୍ଟ ହୋଇନାହିଁ। ପରୀକ୍ଷା ଚାପ ପାଇଁ ସେ ଆତ୍ମହତ୍ୟା କରିଛନ୍ତି ନା ଅଲଗା କିଛି କାରଣ ଅଛି ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment

ଅଭିଷେକଙ୍କ ମାଉସୀ କହିଛନ୍ତି, ଅଭିଷେକକୁ ଗତକାଲି ଗୋଟିଏ ଝିଅ ମେସେଜ କରିଥିଲା। ସେହି ମେସେଜ ସେ ଲେଖିଥିଲା ‘ମୁଁ ମରିଯାଉଛି’। ମୁଁ ମେସେଜ  ଦେଖି ଏହି ବିଷୟରେ ତାକୁ ପଚାରିବାରୁ ସେ କିଛି କହି ନଥିଲା। ଝିଅଟା ଭୁଲରେ ମେସେଜ ପଠାଇ ଦେଇଛି ବୋଲି ସେ ମୋତେ କହିଥିଲା।  ପରେ ସେ ମୋବାଇଲ ରଖି ଶୋଇପଡ଼ିଥିଲା। ଏବେ କିନ୍ତୁ ତା’ ମୋବାଇଲରେ କୌଣସି ମେସେଜ ନାହିଁ। ସେ ସବୁ ଡିଲିଟ୍‌ ହୋଇଯାଇଛି। 

ସୂଚନାଯୋଗ୍ୟ, ଆଜି ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ। ଛାତ୍ରଛାତ୍ରୀମାନେ ଆଜି ଇଂରାଜୀ ବିଷୟରେ ପରୀକ୍ଷା ଦେଇଛନ୍ତି। ସକାଳ ୯ ଟାରେ ପରୀକ୍ଷା ଆରମ୍ଭ ହୋଇଥିଲା ବେଳେ ସାଢେ ୧୧ଟାରେ ସରିଥିଲା। ।ସାଢ଼େ ୭ରୁ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀଙ୍କୁ ଛଡାଯାଇଥିଲା । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଛନ୍ତି ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ। ବୋର୍ଡ ପକ୍ଷରୁ ୩ ହଜାର ୪୭ଟି ପରୀକ୍ଷା କେନ୍ଦ୍ର ଏବଂ ଦୁର୍ଗମ ଅଞ୍ଚଳର ୨୧ଟି ପୋଲିସ ଷ୍ଟେସନକୁ ନୋଡାଲ୍ ସେଣ୍ଟର କରାଯାଇଛି।

Bhadrak Student Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe