Advertisment

ଶ୍ରେଣୀଗୃହରେ ଯୁକ୍ତିତର୍କ, ରାସ୍ତାରେ ଭଉଣୀକୁ କମେଣ୍ଟ ପରେ ସାଙ୍ଗକୁ କଲେ ହତ୍ୟା

କୌଣସି ଏକ ପ୍ରସଙ୍ଗକୁ ନେଇ ସାଙ୍ଗ ସାଙ୍ଗଙ୍କ ମଧ୍ୟରେ ସାମାନ୍ୟ ଯୁକ୍ତିତର୍କରୁ ହତ୍ୟା।

ଅଦ୍ୟତନ ହୋଇଛି
Representational Image

Representational Image

Advertisment

ସାଙ୍ଗ ସାଙ୍ଗଙ୍କ ମଧ୍ୟରେ ସାମାନ୍ୟ ଯୁକ୍ତିତର୍କରୁ ହତ୍ୟା। କୌଣସି ଏକ ପ୍ରସଙ୍ଗକୁ ନେଇ କିଛି ସାଙ୍ଗଙ୍କ ମଧ୍ୟରେ ଯୁକ୍ତି ହୋଇଥିଲା। ଜଣେ ଗୋଟେ କଥା କହୁଥିବା ବେଳେ ଆଉ ଜଣେ ଆଉ ଗୋଟେ କଥା କହୁଥିଲା। ଏହାକୁ ନେଇ ୧୦ ଜଣ ସାଙ୍ଗ ଏକାଠି ହୋଇ ଜଣେ ଛାତ୍ରକୁ ପିଟିପିଟି ହତ୍ୟା କରିଛନ୍ତି। ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଘଟିଛି ଏପରି ଜଘନ୍ୟ ହତ୍ୟାକାଣ୍ଡ। 

Advertisment

ମୃତ ଛାତ୍ର ଜଣକ ସ୍ଥାନୀୟ ଅଞ୍ଚଳର ଏକ ସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିଲେ। ସେ ଗତକାଲି ତାଙ୍କ ଭଉଣୀକୁ ନେଇ ସ୍କୁଲ୍ ଆସିଥିଲେ। ତାଙ୍କ ଭଉଣୀ ମଧ୍ୟ ସେହି ସ୍କୁଲରେ ନବମ ଶ୍ରେଣୀରେ ପଢୁଥିଲେ। କ୍ଲାସରେ ପାଠ ପଢା ସମୟରେ କୌଣସି ଏକ ବିଷୟକୁ ନେଇ ସାଙ୍ଗ ସାଙ୍ଗଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ଜଣେ ଗୋଟେ କଥା କହୁଥିବା ବେଳେ ଆଉ ଜଣେ ସାଙ୍ଗ ଆଉ ଗୋଟେ କଥା କହୁଥିଲା। ଏହାକୁ ନେଇ ହାତାହାତି ମଧ୍ୟ ହୋଇଯାଇଥିଲେ। ଶିକ୍ଷକ ଜାଣିବା ପରେ ଶ୍ରେଣୀଗୃହକୁ ଆସି ପିଲାମାନଙ୍କୁ ବୁଝାସୁଝା କରିଥିଲେ।

ଏହା ପରେ ସ୍କୁଲ୍ ଛୁଟି ହେବା ପରେ ଛାତ୍ର ଜଣକ ତାଙ୍କ ଭଉଣୀକୁ ସାଙ୍ଗରେ ନେଇ ଘରକୁ ଫେରୁଥିଲେ। ଏହି ସମୟରେ ଅନ୍ୟ ୧୦ ଛାତ୍ର ତାଙ୍କ ଭଉଣୀଙ୍କୁ ଅଶାଳୀନ ବ୍ୟବହାର କରିଥିଲେ। ଫଳରେ ଛାତ୍ର ଜଣକ ରାଗିଯାଇ ପ୍ରତିକ୍ରିୟାଶୀଳ ହୋଇ ଉଠିଥିଲେ। ସେମାନଙ୍କ ପାଖକୁ ଯାଇ ଗାଳି ଗୁଲଜ କରିବାରୁ ଅନ୍ୟ ସାଙ୍ଗମାନେ ଲୁହା ରଡରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Advertisment

ମାତ୍ର ସେଠାରେ ତାଙ୍କ ମୃତ୍ୟୁ ଘଟିଛି। ପ୍ରଥାମିକ ପର୍ଯ୍ୟାୟରେ ଭଉଣୀକୁ କମେଣ୍ଟ୍ ପାସକୁ ନେଇ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଥିଲା। କିନ୍ତୁ ପୁଲିସ ଏହାକୁ ଖଣ୍ଡନ କରି କହିଛି, ବାସ୍ତବରେ କମେଣ୍ଟ୍ ପାସକୁ ନେଇ ହତ୍ୟାକାଣ୍ଡ ଘଟିନାହିଁ। ଶ୍ରେଣୀ ଗୃହରେ ହୋଇଥିବା ବଚସାରୁ ଏପରି ପରିଣତି ସୃଷ୍ଟି ହୋଇଛି।

ପିଲାମାନଙ୍କ ମଧ୍ୟରେ ଏପରି ଅସହିଷ୍ଣୁ ଭାବ ଦିନକୁ ଦିନ ବୃଦ୍ଧି ପାଉଛି। ସେମାନେ ନିଜର ପରାଜୟକୁ ସ୍ୱୀକାର କରିବାରେ କିମ୍ୱା ଭୁଲକୁ ମାନିବାକୁ ନାରାଜ ହେଉଛନ୍ତି। ଯାହା ଫଳରେ ଏପରି ଆଶ୍ଚର୍ଯ୍ୟକର ଘଟଣା ଘଟୁଛି। ସେମାନଙ୍କୁ ସଚେତନ କରାଇବା ପାଇଁ ଅଭିଭାବକଙ୍କ ସହ ଶିକ୍ଷକ-ଶିକ୍ଷକମାନଙ୍କୁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ନଚେତ୍ ସମାଜରେ ଏପରି ଅସାମାଜିକ ଘଟଣା ବୃଦ୍ଧି ପାଇବ, ଯାହା ଭବିଶ୍ୟତ ପାଇଁ ନକରାତ୍ମକ।

Mass Murder Crime News Classmate Killed Friend
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe