Incident
ନିଜ ବିଲ୍ଡିଂର ୧୨ ମହଲା ଉପରୁ ତଳକୁ ଡେଇଁ ଜୀବନ ହାରିଲେ ଜଣେ ଦଶମ ଛାତ୍ରୀ। ଏପରି ଏକ ଚାଞ୍ଚଲ୍ୟକର ଘଟଣା ବାଙ୍ଗାଲୁରୁରେ ଘଟିଛି। ମୃତା ଛାତ୍ରୀଙ୍କ ନାମ ଜେସିକା ବୋଲି ଜଣାଯାଇଛି।
ଜେସିକାଙ୍କ ପିତା ଜଣେ ସଫ୍ଟୱେୟାର ଇଞ୍ଜିନିୟର ହୋଇଥିବା ବେଳେ ତାଙ୍କ ମା’ ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାମ କରନ୍ତି। ପ୍ରାୟ ୨ ବର୍ଷ ତଳେ ସେମାନେ ତାମିଲନାଡ଼ୁରୁ ବାଙ୍ଗାଲୁରୁ ଚାଲି ଆସିଥିଲେ। ସେଠାରେ ସେମାନେ ବେଲାନ୍ଦୁରରେ ଏକ ଆପାର୍ଟମେଣ୍ଟର ୧୧ତମ ମହଲାରେ ରହୁଥିଲେ।
ଜେସିକାଙ୍କ ପିତାମାତା ଉଭୟ ନିଜ ନିଜ କାମରେ ଯାଉଥିବା ବେଳେ ସେ କିନ୍ତୁ ନିୟମିତ ଭାବେ ସ୍କୁଲ ଯାଉ ନ ଥିଲେ। ଗତ ୩ ମାସରେ ସେ ମାତ୍ର ୬ ଦିନ ସ୍କୁଲ ଯାଇଥିବା ଜଣାଯାଇଛି। ଏ ସମ୍ପର୍କରେ ସ୍କୁଲ ପକ୍ଷରୁ ତାଙ୍କ ମା’ଙ୍କୁ ଏ ନେଇ ଅବଗତ କରାଯାଇଥିଲା।
ଗତ ମଙ୍ଗଳବାର ସକାଳେ ଜେସିକାଙ୍କ ପିତାମାତା ଉଭୟ ନିଜ ନିଜ କାମରେ ପଳାଇ ଯାଇଥିଲେ। ଏହାପରେ ଜେସିକା ସ୍କୁଲ ପାଇଁ ଘରୁ ବାହାରିଥିଲେ ବି ସ୍କୁଲ ନ ଯାଇ ଘରକୁ ଫେରି ଆସିଥିଲେ।
ଏହାପରେ ସେ ନିଜ ଆପାର୍ଟମେଣ୍ଟର ୧୨ ମହଲା ଉପରୁ ଚଢ଼ି ଯାଇ ତଳକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ଜେସିକାଙ୍କ ପିତାମାତା ପହଞ୍ଚିଥିବା ବେଳେ ସେମାନେ ଝିଅର ମୃତ୍ୟୁକୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି । ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଖଉବ୍ ଶୀଘ୍ର ମୃତ୍ୟୁ ପଛର କାରଣ ଜଣାପଡ଼ିବ ବୋଲି କହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
