Advertisment

କ୍ଲାସରୁମରେ ଶିକ୍ଷକଙ୍କୁ ଛୁରୀ ଭୁଷି ମାରିଦେଲା ଛାତ୍ର

ରାଜେଶ ଉକ୍ତ ଘରୋଇ ସ୍କୁଲରେ ପିଲାଙ୍କୁ କେମେଷ୍ଟ୍ରୀ ପାଠ ପଢ଼ାଇବା ସହ ମ୍ୟାନଜର ଭାବେ ମଧ୍ୟ କାମ କରୁଥିଲେ। କିନ୍ତୁ ଏବେ ତାଙ୍କୁ ସେହି ସ୍କୁଲର ଜଣେ ଛାତ୍ର ହତ୍ୟା କରିବା ସମସ୍ତଙ୍କୁ ଚକିତ କରିଛି।

Teacher

Teacher

Advertisment

ଭୟଙ୍କର ଘଟଣା ଘଟାଇଛି ଜଣେ ଏକାଦଶ ଶ୍ରେଣୀର ଛାତ୍ର। ପିଲାଟି କ୍ଲାସରୁମ ଭିତରେ ତା’ ଶିକ୍ଷକଙ୍କୁ ଛୁରୀ ଭୁଷି ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ହତ୍ୟା କରିଛି। ଆସାମର ଶିବସାଗର ଠାରେ ଥିବା ଗୋଟିଏ ସ୍କୁଲରେ ଏପରି ଘଟଣା ଘଟିଛି।

Advertisment

ପାଠ ଠିକ ଭାବେ ପଢ଼ୁ ନଥିବାରୁ ସ୍କୁଲର କେମେଷ୍ଟ୍ରୀ ଶିକ୍ଷକ ରାଜେଶ ବାରୁହା ବେଜାୱାଡା ୧୬ ବର୍ଷର ପିଲାଟିକୁ ଗାଳି କରିଥିଲେ। ଏଥିରେ ରାଗି ଯାଇ ପିଲାଟି ଶିକ୍ଷକ ରାଜେଶଙ୍କୁ ହତ୍ୟା କରିଛି। ପୁଲିସ୍‌ ଅଭିଯୁକ୍ତ ଛାତ୍ରକୁ ଅଟକ ରଖି ପଚରାଉଚରା କରୁଛି।

ରାଜେଶ ଉକ୍ତ ଘରୋଇ ସ୍କୁଲରେ ପିଲାଙ୍କୁ କେମେଷ୍ଟ୍ରୀ ପାଠ ପଢ଼ାଇବା ସହ ମ୍ୟାନଜର ଭାବେ ମଧ୍ୟ କାମ କରୁଥିଲେ। କିନ୍ତୁ ଏବେ ତାଙ୍କୁ ସେହି ସ୍କୁଲର ଜଣେ ଛାତ୍ର ହତ୍ୟା କରିବା ସମସ୍ତଙ୍କୁ ଚକିତ କରିଛି।

Advertisment

ତଦନ୍ତରୁ ଜଣାପଡ଼ିଛି ଯେ ଗତକାଲି ଶିକ୍ଷକ ଜଣଙ୍କ କେମେଷ୍ଟ୍ରୀରେ ଖରାପ ପ୍ରଦର୍ଶନ ଯୋଗୁ ପିଲାଟିକୁ ଗାଳିଗୁଲଜ କରିଥିଲେ। ବାପାମ ମା’ଙ୍କୁ ଧରି ବୈଠକକୁ ଆସିବାକୁ କହିଥିଲେ। ଗାଳି ଖାଇବା ପରେ ପିଲାଟି ଚୁପଚାପ ଚାଲି ଯାଇଥିଲା। କିଛି ସମୟ ପରେ ସେ ସାଦା ପୋଷାକରେ କ୍ଲାସ ରୁମକୁ ଆସିଥିଲା।

ସ୍କୁଲ ୟୁନଫର୍ମ ପିନ୍ଧି ନଥିବାରୁ ରାଜେଶ ତାକୁ ଚାଲି ଯିବାକୁ କହିଥିଲେ। ଏହା ଶୁଣି ପିଲାଟି ହଠାତ୍‌ ନିଜ ପାଖରେ ରଖିଥିବା ଛୁରୀ ବାହାର କରିଥିଲେ। କେହି କିଛି ବୁଝିବା ଆଗରୁ ସେ କ୍ଲାସରୁମ ଭିତରେ ହିଁ ରାଜେଶକୁ ବାରମ୍ବାର ଛୁରୀ ଭୁଷି ଚାଲିଥିଲା।

ରକ୍ତାକ୍ତ ଅବସ୍ଥାରେ ରାଜେଶଙ୍କୁ ଦିବ୍ରୁଗଡ଼ ସ୍ଥିତ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ଅଧା ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଘଟଣାକୁ ନିଜ ଆଖିରେ ଦେଖିଥିବା ଜଣେ ଛାତ୍ର କହିଛନ୍ତି, ଅଭିଯୁକ୍ତ ଜଣକ ବେଶ ଶାନ୍ତ ଭାବେ ସାଦା ପୋଷାକରେ କ୍ଲାସରୁମକୁ ଆସିଥିଲା। ସାର୍‌ ତାକୁ ପାଟି କରିବାରୁ ସେ ଚୁପ ଚାପ ଛିଡ଼ା ହୋଇଥିଲା।

ହେଲେ ହଠାତ୍‌ ସେ ଗୋଟିଏ ଛୁରୀ ବାହାର କରି ସାରଙ୍କୁ ମୁଣ୍ଡକୁ ଆକ୍ରମଣ କରିଥିଲା। ସାର ତଳେ ପଡ଼ିଯିବା ପରେ ସେ ବାରମ୍ବାର ତାଙ୍କୁ ଛୁରୀ ଭୁଷି ଚାଲିଥିଲା ବୋଲି ଛାତ୍ର ଜଣଙ୍କ କହିଛନ୍ତି।

Assam Teachers
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe