Advertisment

ପ୍ରିନ୍ସପାଲଙ୍କୁ ଗୁଳି ମାରିଲା, ବାଇକ ନେଇ ପଳେଇଲା ଛାତ୍ର

ଦ୍ୱାଦଶ ଶ୍ରେଣୀ ଛାତ୍ର ଜଣଙ୍କ ପ୍ରିନ୍ସପାଲଙ୍କ ପିଛା କରି ଟଏଲେଟରେ ପହଞ୍ଚିଥିଲା। ସେଠାରେ ତାଙ୍କ ମୁଣ୍ଡକୁ ଗୁଳି କରିଥିଲା।

student

student

Advertisment

ଦ୍ୱାଦଶ ଶ୍ରେଣୀ ଛାତ୍ରଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ମଧ୍ୟପ୍ରଦେଶର ଛତରପୁରରେ ଥିବା ଗୋଟିଏ ସ୍କୁଲର ପ୍ରିନ୍ସପାଲ। ୫୫ ବର୍ଷୀୟ ସୁରେନ୍ଦ୍ର କୁମାର ସକ୍ସେନା ଧାମୋରା ସରକାରୀ ଉଚ୍ଚ ବିଦ୍ୟାଳୟରେ ୫ ବର୍ଷ ହେଲା ପ୍ରିନ୍ସପାଲ ଭାବେ କାମ କରୁଥିଲେ। ତାଙ୍କ ଗୁଳିବିଦ୍ଧ ମୃତଦେହ ସ୍କୁଲର ଟଏଲେଟ ଭିତରୁ ମିଳିଛି।

Advertisment

ସୂତ୍ର ଅନୁସାରେ, ଦ୍ୱାଦଶ ଶ୍ରେଣୀ ଛାତ୍ର ଜଣଙ୍କ ପ୍ରିନ୍ସପାଲଙ୍କ ପିଛା କରି ଟଏଲେଟରେ ପହଞ୍ଚିଥିଲା। ସେଠାରେ ତାଙ୍କ ମୁଣ୍ଡକୁ ଗୁଳି କରିଥିଲା। ଗୁଳି ମାଡ଼ ଶବ୍ଦ ପୂରା ସ୍କୁଲରେ ଆତଙ୍କ ଖେଳାଇ ଦେଇଥିଲା।

ଗୁଳିମାଡ଼ ଶବ୍ଦ ଶୁଣି ସ୍କୁଲର କର୍ମଚାରୀମାନେ ପ୍ରିନ୍ସପାଲଙ୍କ ଟଏଲେଟ ଆଡ଼କୁ ଦୌଡ଼ି ଥିଲେ। ସେମାନେ ପହଞ୍ଚିଲା ବେଳକୁ ସୁରେନ୍ଦ୍ର ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଘଟଣା ପରେ ସୁରେନ୍ଦ୍ରଙ୍କୁ ଗୁଳି କରିଥିବା ଦ୍ୱାଦଶ ଶ୍ରେଶୀ ଛାତ୍ର ଜଣଙ୍କ ତାଙ୍କରି ବାଇକ ନେଇ ସ୍କୁଲରୁ ଫେରାର ହୋଇଯାଇଥିଲାଛି। ତା’ ସହ ଆଉ ଜଣେ ଛାତ୍ର ମଧ୍ୟ ରହିଥିବା ଏସ୍‌ପି ଅଗମ ଜୈନ ସୂଚନା ଦେଇଛନ୍ତି।

ତାଙ୍କ କହିବା କଥା ଯେ ପୂରା ଘଟଣା ଆଜି ମଧ୍ୟାହ୍ନ ୧.୩୦ରେ ଘଟିଥିଲା। ଘଟଣା ପରେ ବାଇକ ଧରି ଫେରାର ହୋଇଥିବା ଦୁଇ ଛାତ୍ର ପୂର୍ବରୁ ମଧ୍ୟ ଅନେକ ଥର ବିଶୃଙ୍ଖଳା କରିବାର ନଜିର ରହିଛି। ଉଭୟଙ୍କ ଘର ଧିଲାପୁର ଗାଁରେ। ସେମାନେ ବାଇକରେ ଫେରାର ହେଉଥିବା ବେଳର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି। 

ପୁଲିସ୍‌ ଘଟଣାର ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଉତ୍ତର ପ୍ରଦେଶରୁ ଗିରଫ କରିଛି। ଏବେ ଘଟଣାର ଅଧିକ ତଦନ୍ତ ଚାଲିଥିବା ସେ କହିଛନ୍ତି। 

Madhya Pradesh Shootout
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe