Advertisment

୪ର୍ଥ ଶ୍ରେଣୀ ଛାତ୍ରଙ୍କ ଜଘନ୍ୟ କାଣ୍ଡ, ରାଉଣ୍ଡରରେ ୧୦୮ଥର ଆକ୍ରମଣ

ପୀଡିତ ଛାତ୍ରଙ୍କ ମେଡିକାଲ ଯାଞ୍ଚ କରାଯାଇଛି। ଏହି ଘଟଣା ସହ ଜଡିତ ସମସ୍ତ ଛାତ୍ରଙ୍କ ବୟସ ୧୦ ବର୍ଷ ଥିବା ସୂଚନା ମିଳିଛି।

Attack with Compass rounder

Attack with Compass rounder

Advertisment

ପ୍ରଥମେ ଝଗଡ଼ା ଆଉ ତା'ପରେ ହିଂସକ ହୋଇ ଉଠିଲା ୪ର୍ଥ ଶ୍ରେଣୀ ଛାତ୍ର। ଘଟାଇଲା ଜଘନ୍ୟ କାଣ୍ଡ। ନିଜ ସହପାଠୀଙ୍କ ଉପରେ କଲା ମରଣାନ୍ତକ ଆକ୍ରମଣ। ରାଉଣ୍ଡରେ ନିଜ କ୍ଲାସମେଟ୍‌ ଉପରେ ୧୦୮ଥର ଆକ୍ରମଣ କରିଥିବା ଖବର ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶରର ଇନ୍ଦୋର୍‌ରେ ଏଭଳି ଅଭାବନୀୟ ଘଟଣା ଘଟିଛି।

Advertisment

୨୪ ନଭେମ୍ବର ମଧ୍ୟାହ୍ନ ସମୟ। ଏକ ଘରୋଇ ସ୍କୁଲରେ ଚାରି ଜଣ ୪ର୍ଥ ଶ୍ରେଣୀ ସ୍କୁଲ ଛାତ୍ରଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ଏହି ଝଗଡ଼ା ହିଂସକ ରୂପ ନେଇଥିଲା। ୩ ଜଣ ସହପାଠୀ ମିଶି ଜଣେ ଛାତ୍ରଙ୍କ ଉପରେ ରାଉଣ୍ଡରରେ କରିଥିଲେ ଅକ୍ରମଣ। ଥରେ କି ଦୁଇ ଥର ନୁହେଁ ୧୦୮ ଥର ପୀଡିତ ଛାତ୍ରଙ୍କ ଗୋଡକୁ ଫୋଡିଥିଲେ। ସ୍କୁଲରୁ ଘରକୁ ଫେରିବା ପୀଡିତ ଛାତ୍ର ଜଣକ ସବୁ କଥା ନିଜ ପରିବାର ଆଗରେ କହିଛି।

ଏହାପରେ ପୀଡିତ ଛାତ୍ରଙ୍କ ବାପା ଏରୋଡ୍ରମ ପୁଲିସ ଥାନାରେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କ ପୁଅ ଉପରେ ସେମାନଙ୍କ କ୍ଲାସମେଟ୍‌ ଏଭଳି କାହିଁକି ହିଂସାକ ଆକ୍ରମଣ କରିଲେ ତା'ର କାରଣ ଜଣାପଡିନାହିଁ। ଏଥିସହ ସ୍କୁଲର ସିସିଟିଭି ଫୁଟେଜ ମଧ୍ୟ ସ୍କୁଲ ଅଧିକାରୀ ଦେଇନାହାନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି।

Advertisment

ସେପଟେ ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଛି। ପୀଡିତ ଛାତ୍ରଙ୍କ ମେଡିକାଲ ଯାଞ୍ଚ କରାଯାଇଛି। ଏହି ଘଟଣା ସହ ଜଡିତ ସମସ୍ତ ଛାତ୍ରଙ୍କ ବୟସ ୧୦ ବର୍ଷ ଥିବା ଏସ୍‌ପି ବିବେକ ସିଂହ ସୂଚନା ଦେଇଛନ୍ତି। ଅନ୍ୟପଟେ ଶିଶୁ କଲ୍ୟାଣ ସମିତି ଏହି ଘଟଣାକୁ ନେଇ ଉଦ୍‌ଗେବ ପ୍ରକାଶ କରିଛି। କାହିଁକି ପିଲାମାନେ ଏତେ କମ୍‌ ବୟସରେ ଏଭଳି ହିଂସକ ହେଉଛନ୍ତି ସେ ନେଇ ପୁଲିସକୁ ତଦନ୍ତ ରିପୋର୍ଟ ମାଗିଛି ସିଡବ୍ଲୁସି।

Madhya Pradesh Boys Attack School Student Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe