Advertisment

ଅସଦାଚରଣର ଶିକାର ହେଲେ ନାବାଳିକା; ଥାନା ଗଲା ପରିବାର, ଝୁଲି ପଡ଼ିଲା ଝିଅ

ବାପାଭାଇ ଥାନାକୁ ଯାଇଥିବା ବେଳେ ଲୋକଲଜ୍ଜାକୁ ଭୟ କରି ଘରେ ଝୁଲି ପଡ଼ିଲେ ଜଣେ ଅଷ୍ଠମ ଶ୍ରେଣୀ ଛାତ୍ରୀ।

Minor Girl

Minor Girl

Advertisment

ସ୍ଥାନୀୟ ଯୁବକଙ୍କ ଦ୍ୱାରା ଝିଅ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହେଲେ ବାପା, ଭାଇ । ମାତ୍ର ବାପାଭାଇ ଥାନାକୁ ଯାଇଥିବା ବେଳେ ଲୋକଲଜ୍ଜାକୁ ଭୟ କରି ଘରେ ଝୁଲି ପଡ଼ିଲେ ଜଣେ ଅଷ୍ଠମ ଶ୍ରେଣୀ ଛାତ୍ରୀ। ଏପରି ଏକ ଅଭାବନୀୟ ଘଟଣା ନୂଆଦିଲ୍ଲୀର ଗ୍ରେଟର ନୋଏଡ଼ାରେ ଘଟିଛି।

Advertisment

ପୁଲିସ୍‌ ସୂଚନା ଅନୁଯାୟୀ, ମୃତା ଛାତ୍ରୀଙ୍କ ୩ ଭାଇ ଥିବା ବେଳେ ତାଙ୍କ ବାପା ଜଣେ ଚାଷୀ। ତାଙ୍କ ପରିବାର ପାଖାପାଖି ଅଭିଯୁକ୍ତଙ୍କ ପରିବାର ବି ରହୁଥିଲେ। ଉଭୟଙ୍କ ମଧ୍ୟରେ କିଛି ଦିନ ହେଲା ସମ୍ପର୍କ ଗଢ଼ି ଉଠିଥିଲା। ମାତ୍ର ଏହାକୁ ଉଭୟଙ୍କ ପରିବାର ଲୋକେ ବିରୋଧ କରୁଥିଲେ।

ଗତକାଲି ବିଳମ୍ବିତ ରାତିରେ ଜାହାଙ୍ଗିର ଅଞ୍ଚଳରେ ରହୁଥିବା ଅଭିଯୁକ୍ତ ଯୁବକ ଛାତ୍ରୀଙ୍କ ଘରେ ଆସି ପହଞ୍ଚିଥିଲେ। ଏପରିକି ସେ ସେଠାରେ ଉକ୍ତ ନାବାଳିକାଙ୍କୁ ଅସଦାଚରଣ କରିବାକୁ ଉଦ୍ୟମ କରିଥିବା ତାଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି। ଏହାପରେ ଯୁବତୀଙ୍କ ଭାଇମାନେ ମାରପିଟ କରିବାରୁ ସେ ସେଠାରୁ ପଳାଇତିଲେ।

Advertisment

ଏନେଇ ଅଭିଯୋଗ କରିବାକୁ ପୀଡ଼ିତାଙ୍କ ବାପାଭାଇ ଜେୱାର ପୁଲିସ୍‌ ଷ୍ଟେଶନ ଯାଇଥିବା ବେଳେ ଉକ୍ତ ସମୟରେ ଘରେ ଥିବା ନାବାଳିକାଜଣକ ନିଜକୁ ଝୁଲାଇ ଦେଇଥିଲେ। ପୁଲିସ୍‌ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Suicide Sexual Harassment Minor Crimes
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe