Advertisment

‘ମୋ ପୁଅକୁ ସୁପାରି ଦିଆଯାଇ ହତ୍ୟା କରାଯାଇଛି'

ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ବେଣାପଞ୍ଜରୀ ଗାଁରେ ନବମ ଶ୍ରେଣୀ ଛାତ୍ର ଶୁଭମ୍‌ ସ୍ୱରୂପ ପାଲଟାସିଂଙ୍କୁ ଛୁରି ଭୁଶି ହତ୍ୟା କରାଯାଇଥିଲା।

Advertisment

ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ବେଣାପଞ୍ଜରୀ ଗାଁରେ ନବମ ଶ୍ରେଣୀ ଛାତ୍ର ଶୁଭମ୍‌ ସ୍ୱରୂପ ପାଲଟାସିଂଙ୍କୁ ଛୁରି ଭୁଶି ହତ୍ୟା କରାଯାଇଥିଲା। ପୁଲିସ୍‌ ଏଥିରେ ସମ୍ପୃକ୍ତି ଅଭିଯୋଗରେ ଜଣେ ଯୁକ୍ତ ୨ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରିଛି। ପଚରାଉଚରା ବେଳେ ସେ ହିଁ ଏହି ହତ୍ୟାକାଣ୍ଡ ଘଟାଇଥିବା ସ୍ୱୀକାର କରିଥିବା ପୁଲିସ୍‌ କହିଛି। ଅଭିଯୁକ୍ତଙ୍କ ନିକଟରୁ ମିଳିଥିବା ତଥ୍ୟ ଅନୁଯାୟୀ ଆଜି ଏହି ହତ୍ୟାକାଣ୍ଡ ପଛର କାରଣ ବଖାଣିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ। ତେବେ ଏହାରି ଭିତରେ ମୃତ ଛାତ୍ରଙ୍କ ବାପା ମନୋଜ ପାଲଟାସିଂ ଡିସିପିଙ୍କ ମନ୍ତବ୍ୟକୁ ଗ୍ରହଣ କରିପାରି ନାହାନ୍ତି। ସେ କହିଛନ୍ତି, ମୋ ପୁଅକୁ ସୁପାରି ଦିଆଯାଇ ହତ୍ୟା କରାଯାଇଛି। ଏହି ଘଟଣାରେ ସିବିଆଇ ତଦନ୍ତ କରାଯାଉ ବୋଲି କହିଛନ୍ତି । 

Advertisment
Murder Bhubaneswar Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe