Advertisment

ଯାଦୁ ଖେଳ କାଳ ହେଲା; ସାଙ୍ଗର ଗଳା କାଟି ଦେଲା ସାଙ୍ଗ

ଯାଦୁ ଖେଳ ଦେଖାଇବ କହି ଜଣେ ଚତୁର୍ଥ ଶ୍ରେଣୀର ଛାତ୍ର ବ୍ଲେଡରେ ପ୍ରଥମ ଶ୍ରେଣୀ ଛାତ୍ରର ଗଳା କାଟି ଦେଇଥିବା ଅଭିଯୋଗ ହୋଇଛି।

Attack

Attack

Advertisment

ଯାଦୁ ଖେଳ ହେଲା କାଳ। ଖେଳ ଖେଳରେ ସାଙ୍ଗର ଗଳା କାଟି ଦେଲା ସାଙ୍ଗ। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସାନମାଟିକଣା ଆବାସିକ ବିଦ୍ୟାଳୟରେ ଏହି ଅଘଟଣ ଘଟିଛି।

Advertisment

ହଷ୍ଟେଲରେ ପଞ୍ଚମ ଶ୍ରେଣୀ ପିଲାମାନେ ମ୍ୟାଜିକ୍ କରୁଥିଲେ। ଏତିକିବେଳେ ଯାଦୁ ଖେଳ ଦେଖାଇବ କହି ଜଣେ ଚତୁର୍ଥ ଶ୍ରେଣୀର ଛାତ୍ର ବ୍ଲେଡରେ ପ୍ରଥମ ଶ୍ରେଣୀ ଛାତ୍ରର ଗଳା କାଟି ଦେଇଥିବା ଅଭିଯୋଗ ହୋଇଛି।

ଗୁରୁତର ଅବସ୍ଥାରେ ସମ୍ପୃକ୍ତ ଛାତ୍ରକୁ ରାୟଗଡ଼ା ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ଟିକିରି ଥାନା ପୁଲିସ ଅଧିକ ଖୋଳତାଡ କରୁଛି। ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ କି ପୁଲିସର ପ୍ରତିକ୍ରିୟା ମିଳି ପାରିନାହିଁ।

Advertisment
Rayagada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe