Advertisment

ଯୁବ ଡାକ୍ତରଙ୍କଠାରୁ ୨୫ ହଜାର ଲାଞ୍ଚ ନେଇ କିରାଣି ଓ ପିଅନ ଗିରଫ

ଦୁଇ ଅଭିଯୁକ୍ତଙ୍କ ନାଁରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ମାମଲା ରୁଜୁ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି।

author-image
Jitendra Garnayak
Clerk and Peon

Clerk and Peon

ଜଣେ ଯୁବ ଡାକ୍ତରଙ୍କଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସିଡିଏମ୍‌ଓ ଅଫିସର କିରାଣି ଜଗଦୀଶ ପଟ୍ଟନାୟକ ଓ ପିଅନ ନିରଞ୍ଜନ ନାୟକ।

Advertisment

ଯୁବ ଡାକ୍ତର ଜଣଙ୍କୁ ଜିଲ୍ଲାରେ ଜଣେ ଠିକା ଡାକ୍ତର ଭାବେ ନିଯୁକ୍ତିପତ୍ର ଦେବାକୁ ପ୍ରାଧିକୃତ କର୍ତ୍ତୃପକ୍ଷ ଅନୁମତି ଦେଇ ସାରିଥିବା ବେଳେ ସିଡିଏମ୍‌ଓ ଅଫିସର କିରାଣି ଜଗଦୀଶ ପଟ୍ଟନାୟକ ତାଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରି ନଥିଲେ।

ନିଯୁକ୍ତିପତ୍ର ହସ୍ତାନ୍ତର କରିବା ପାଇଁ କିରାଣି ଶ୍ରୀ ପଟ୍ଟନାୟକ ଓ ପିଅନ ଶ୍ରୀ ନାୟକ ଏହି ଯୁବ ଡାକ୍ତରଙ୍କୁ ୨୫ ହଜାର ଟଙ୍କା ମାଗିଥିଲେ।

Advertisment

ତାଙ୍କ ପ୍ରତି ଅନ୍ୟାୟ କରାଯାଉଥିବା ବିଚାର କରି ଯୁବ ଡାକ୍ତର ଜଣଙ୍କ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଆଉ ତା’ ପରେ ଯୋଜନା ପ୍ରକାରେ ଆଜି ଯୁବ ଡାକ୍ତରଙ୍କଠାରୁ କିରାଣି ଶ୍ରୀ ପଟ୍ଟନାୟକ ଓ ପିଅନ ଶ୍ରୀ ନାୟକ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ସେମାନଙ୍କୁ ଧରିଥିଲେ। ସେମାନଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।

ଭିଜିଲାନ୍ସ ପକ୍ଷରୁ କିରାଣି ଶ୍ରୀ ପଟ୍ଟନାୟକଙ୍କ ଦୁଇଟି ଠିକଣାରେ ମଧ୍ୟ ଚଢ଼ାଉ କରାଯାଇଥିଲା। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହ କରି ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା।

ଦୁଇ ଅଭିଯୁକ୍ତଙ୍କ ନାଁରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ମାମଲା ରୁଜୁ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି।

Odisha Vigilance Vigilance Raid Vigilance Net