Advertisment

ମାଛ ଓ ମାଂସ ଦୋକାନରେ ସିଏମସିର ଚଢ଼ାଉ

ଚଢ଼ାଉ ବେଳେ ମାଂସ ସହ ମାଂସ କାଟିବା ଯନ୍ତ୍ରାଂଶ ମଧ୍ୟ ଜବତ କରାଯାଇଛି।

cuttack

cuttack

Advertisment

କଟକର ରାସ୍ତାକଡ଼ରେ ଥିବା ମାଛ ଓ ମାଂସ ଦୋକାନରେ ସିଏମସି ପକ୍ଷରୁ ଚଢ଼ାଉ କରାଯାଇଛି। ବିଜୁପଟ୍ଟନାୟକ ଛକ ସହ ବିଭିନ୍ନ ଛକରେ ସିଏମସି ଏନଫୋର୍ସମେଣ୍ଟ ଟିମ୍ ଏହି ଚଢ଼ାଉ କରିଛି। ସିଏମସି ଡେପୁଟି କମିଶନରଙ୍କ ନେତୃତ୍ୱରେ ଏହି ଚଢ଼ାଉ କରଯାଇଛି।

Advertisment

ଚଢ଼ାଉ ବେଳେ ମାଂସ ସହ ମାଂସ କାଟିବା ଯନ୍ତ୍ରାଂଶ ମଧ୍ୟ ଜବତ କରାଯାଇଛି। ରାସ୍ତାକଡ଼ରେ ମାଛ ଓ ମାଂସ ନ କାଟିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏନେଇ ହାଇକୋର୍ଟ ସିଏମସିକୁ କଡ଼ା ତାଗିଦ କରିଥିଲେ।

ଜଣେ ମାସଂ ଦୋକାନୀ କହିଛନ୍ତି, ମୁଁ କମିଲାରୁ ମାଂସ କାଟି ଆଣି ଏଠାରେ ବିକ୍ରି କରୁଥିଲି। ସିଏମସିକୁ ଏନେଇ ମୁଁ ରସିଦ ଦେଖାଇଥିଲି। ହେଲେ ସେମାନେ ମୋ ରସିଦ ଦେଖି ନଥିଲେ। ମାଂସ ସହ ମାଂସ କାଟିବା ଯନ୍ତ୍ରାଂଶ ନେଇ ଯାଇଥିଲେ। ଏପରି କରାଯାଇ ଆମ ଉପରେ ଜୁଲମ କରାଯାଉଛି।

Advertisment
Cmc Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe