କଟକ ରାଣୀହାଟ ଛକର ରାସ୍ତାକଡ଼ରେ ଥିବା ବିଭିନ୍ନ ଫୁଡ୍ ଷ୍ଟଲରେ ଚଢ଼ାଉ କରି ଖାଦ୍ୟମାନ ଯାଞ୍ଚ କରିଛି ସିଏମସି। କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ସମେତ ଅନ୍ୟ ଅଫିସର୍ ଏହି ଯାଞ୍ଚରେ ସାମିଲ ହୋଇଥିଲେ।
ରାଣୀହାଟ, କଲେଜ ଛକ, ଯୋବ୍ରା ତାଳଦଣ୍ଡା ପାର୍ଶ୍ୱରେ ଥିବା ଶତାଧିକ ଚାଟ୍ ଦୋକାନ, ଗୁପଚୁପ, ମୋମୋ ଓ ବରା ପିଆଜି ଦୋକାନ ଗୁଡ଼ିକର ଯାଞ୍ଚ କରିଛି ସିଏମସି। ବିଭିନ୍ନ ଫୁଡ୍ ଷ୍ଟଲକୁ ମିଳିଥିବା ବାସି ଓ ରଙ୍ଗ ମିଶା ଖାଦ୍ୟ ସାମଗ୍ରୀକୁ ନଷ୍ଟ କରାଯାଇଛି। ଲାଇସେନ୍ସ ଚେକ୍ କରିବା ସହ ବିଭିନ୍ନ ଦୋକାନରୁ ଫାଇନ ମଧ୍ୟ ଆଦାୟ କରିଛି ଏହି ଟିମ୍।
ଗଣେଶ ପୂଜା ସହ କଟକରେ ପାର୍ବଣ ଆରମ୍ଭ ହେଉଥିବାରୁ ଅପମିଶ୍ରିତ ଖାଦ୍ୟ ବିକ୍ରି ରୋକିବାକୁ ସିଏମସି ପକ୍ଷରୁ ଚଢ଼ାଉ କରାଯାଇଛି। ଆଗକୁ ମଧ୍ୟ ଏଭଳି ଯାଞ୍ଚ ଜାରି ରହିବ ବୋଲି କୁହାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ମାରାଥନ୍ କାର୍ଯ୍ୟକ୍ରମ ବେଳେ ଫୁଟିଲା ଗୁଳି; ଯୁବକ ଗୁରୁତର
ତେବେ କିଏ ଓ କାହିଁକି ଯୁବକଙ୍କୁ ଗୁଳିମାଡ଼ କଲା ତାର କାରଣ ଅସ୍ପଷ୍ଟ ରହିଛି।
Crime
ହାଇକୋର୍ଟଙ୍କ ନିର୍ଦ୍ଦେଶ ନମାନି ହରଡ଼ଘଣାରେ ଜିଲ୍ଲା ଶିକ୍ଷା ଅଧିକାରୀ
ବାରିପଦା ଟାଉନ ଥାନା ପୁଲିସ ମଧ୍ୟ କହିଛି ଯେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଠିକ୍ ସମୟରେ ନେଇ ହାଇକୋର୍ଟରେ ହାଜର କରାଯିବ।
Accident
ବାଇକ ଚାଳକଙ୍କୁ ଧକ୍କା ଦେଇ ୩୦କିମି ଯାଏଁ ଘୋଷାଡ଼ି ନେଲା ତହସିଲଦାରଙ୍କ ଗାଡ଼ି
ଉତ୍ତରପ୍ରଦେଶର ବହରାଇଚରେ ଏଭଳି ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଗାଡ଼ି ଭିତରେ ଥିବା ତହସିଲଦାର ନିଲମ୍ବିତ, ଡ୍ରାଇଭର ଗିରଫ।
Crime
ଲୋନ୍ ମଞ୍ଜୁର କରିବାକୁ ଲାଞ୍ଚ ନେଇ ଧରାପଡ଼ିଲେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର
ଲାଞ୍ଚ ନେଇ ଧରାପଡ଼ିବା ପରେ ଶ୍ରୀ ଦେହୁରୀଙ୍କ ତିନିଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା।