Advertisment

ଗୁଜରାଟରୁ ଧରା ହେଲା ୫ ହଜାର କୋଟି ଟଙ୍କାର କୋକେନ

ଆଜି ଦିଲ୍ଲୀ ଓ ଗୁଜରାଟ ପୁଲିସ ମିଳିତ ଭାବେ ଅଙ୍କେଲଶ୍ୱର ଠାରେ ଥିବା ଆଭକାର ଡ୍ରଗ୍ସ ଲିଃ କମ୍ପାନୀରେ ରେଡ୍‌ କରିଥିଲେ। ଏହି ସମୟରେ ସେଠାରୁ ୫୧୮ କେଜି ଓଜନର କୋକେନ ମିଳିଛି।

cocaine

cocaine

Advertisment

ଦିଲ୍ଲୀ ପରେ ଗୁଜରାଟରୁ ଧରା ପଡ଼ିଛି ବିପୁଳ ପରିମାଣର କୋକେନ। ଆଜି ଗୁଜରାଟର ଅଙ୍କଲେଶ୍ୱର ସିଟିରୁ ସ୍ୱତନ୍ତ୍ର ଜଏଣ୍ଟ ଅପରେସନ ମାଧ୍ୟମରେ ପୁଲିସ୍‌ ୫ ହଜାର କୋଟି ଟଙ୍କାର କୋକେନକୁ ଜବତ କରିଛି।

Advertisment

ଆଜି ଦିଲ୍ଲୀ ଓ ଗୁଜରାଟ ପୁଲିସ ମିଳିତ ଭାବେ ଅଙ୍କେଲଶ୍ୱର ଠାରେ ଥିବା ଆଭକାର ଡ୍ରଗ୍ସ ଲିଃ କମ୍ପାନୀରେ ରେଡ୍‌ କରିଥିଲେ। ଏହି ସମୟରେ ସେଠାରୁ ୫୧୮ କେଜି ଓଜନର କୋକେନ ମିଳିଛି। ଏହାର ବଜାର ମୂଲ୍ୟ ୫ ହଜାର ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି।

ଏହାପୂର୍ବରୁ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍‌ ରାଜଧାନୀରୁ ୨ଟି ଅପରେସନ ଜରିଆରେ ୭୦୦ କେଜିରୁ ଅଧିକ ଓଜନର କୋକେନ ଜବତ କରିଥିଲା। ଅକ୍ଟୋବର ୧ରେ ଦକ୍ଷିଣ ଦିଲ୍ଲୀର ମହିପାଲପୁରରୁ ୫୦୦ କେଜି ଓଜନର କୋକେନ ମିଳିଥିଲା। ଏହାପରେ ରମେଶ ନଗର ଅଞ୍ଚଳରେ ରେଡ କରି ଆଉ ୨୦୦ କେଜି ଓଜନର କୋକେନ ଜବତ କରିଥିଲା।

Advertisment

ତଦନ୍ତରୁ ଏତେ ପରିମାଣର କୋକେନ ଫାର୍ମା ସଲ୍ୟୁସନ ସର୍ଭିସେସ ନାମକ କମ୍ପାନୀର ବୋଲି ଜଣାପଡ଼ିଥିଲା। କମ୍ପାନୀକୁ ଗୁଜରାଟର ଆଭକାର ଡ୍ରଗ୍ସ ଲିଃ ଏହା ପଠାଇଥିବା ଜଣାପଡ଼ିବା ପରେ ଦିଲ୍ଲୀ ପୁଲିସ୍‌ ଗୁଜରାଟ ପୁଲିସ୍‌ ସହ ଯୋଗାଯୋଗ କରିଥିଲା। ଉଭୟ ରାଜ୍ୟର ପୁଲିସ୍‌ ମିଳିତ ଭାବେ ଅପରେସନ କରି ଆଜି କମ୍ପାନୀ ପରିସରରୁ ୫୦୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ କରିଛନ୍ତି।

Delhi Gujarat Cocaine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe