Advertisment

ଟ୍ରେନ ଭିତରେ ୪ ଜଣଙ୍କୁ ହତ୍ୟା: ଅଭିଯୁକ୍ତ କନଷ୍ଟେବଲଙ୍କ ସହକର୍ମୀ ଦେଲେ ଛାତିଥରା ତଥ୍ୟ

ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇ ଘନଶ୍ୟାମ କହିଛନ୍ତି, ଆସିସଷ୍ଟାଣ୍ଟ ସବ ଇନସପେକ୍ଟର(ଏଏସ୍‌ଆଇ) ଟିକାରାମ ମୀନା, ହାବିଲଦାର ହାୱା ନରେନ୍ଦ୍ର ପାରମର, ଚେତନ ସିଂହ ଓ ସେ ମୁମ୍ବାଇ ସେଣ୍ଟ୍ରାଲରୁ ଡ୍ୟୁଟି ପାଇଁ ସୌରାଷ୍ଟ୍ର ମେଲ୍‌ରେ ପ୍ରଥମେ ରବିବାର ରାତି ୯.୦୫ରେ ଚଢ଼ିଥିଲେ।

RPF

RPF

Advertisment

ଜୟପୁର-ମୁମ୍ବାଇ ସେଣ୍ଟ୍ରାଲ ଏକ୍ସପ୍ରେସ ଭିତରେ ନିଜର ସିନିୟର ଓ ୩ ଜଣ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କରିଥିବା ଆରପିଏଫ କନଷ୍ଟେବଲ ଚେତନ ସିଂହଙ୍କ ସମ୍ପର୍କରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି।

Advertisment

ଘଟଣା ଦିନ ଉକ୍ତ ଟ୍ରେନରେ ତାଙ୍କ ସହ ଥିବା ଆରପିଏଫର ଆଉ ଜଣେ କନଷ୍ଟେବଲ ଘନଶ୍ୟାମ ଆଚାର୍ଯ୍ୟ ଛାତି ଥରାଇ ଦେବା ଭଳି ତଥ୍ୟ ଦେଇଛନ୍ତି। ସେଦିନ କ’ଣ ସବୁ ଘଟିଥିଲା ଓ ଚେତନଙ୍କୁ ଦେଖି ଘନଶ୍ୟାମ କେମିତି ବାଥରୁମରେ ଲୁଚି ଯାଇଥିଲେ, ସେକଥା ମଧ୍ୟ ସେ କହିଛନ୍ତି।

ଆରପିଏଫ କନଷ୍ଟେବଳ ଘନଶ୍ୟାମଙ୍କ କଥା ଅନୁସାରେ, ୩୩ ବର୍ଷୀୟ ଚେତନ ସିଂହ ଟ୍ରେନରେ ଡ୍ୟୁଟି କରୁଥିବା ବେଳେ ଅସୁସ୍ଥ ଅନୁଭବ କରିଥିଲେ। ସେ ଗୁଜରାଟର ବାଲସାଦରେ ଓହ୍ଲାଇ ଯିବାକୁ ମଧ୍ୟ ଚାହୁଁଥିଲେ। କିନ୍ତୁ ତାଙ୍କୁ ଟ୍ରେନ ଭିତରେ ଥିବା ଗୋଟିଏ ଖାଲି ବର୍ଥକୁ ବିଶ୍ରାମ ନେବାକୁ ଛଡ଼ା ଯାଇଥିଲା।

Advertisment

ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇ ଘନଶ୍ୟାମ କହିଛନ୍ତି, ଆସିସଷ୍ଟାଣ୍ଟ ସବ ଇନସପେକ୍ଟର(ଏଏସ୍‌ଆଇ) ଟିକାରାମ ମୀନା, ହାବିଲଦାର ହାୱା ନରେନ୍ଦ୍ର ପାରମର, ଚେତନ ସିଂହ ଓ ସେ ମୁମ୍ବାଇ ସେଣ୍ଟ୍ରାଲରୁ ଡ୍ୟୁଟି ପାଇଁ ସୌରାଷ୍ଟ୍ର ମେଲ୍‌ରେ ପ୍ରଥମେ ରବିବାର ରାତି ୯.୦୫ରେ ଚଢ଼ିଥିଲେ।

ସମସ୍ତ ରେଳବାଇ କର୍ମଚାରୀ ନିଜ ନିଜର ରାଇଫଲ ମଧ୍ୟ ଧରିଥିଲେ। ସେମାନେ ମୁମ୍ବାଇରୁ ସୁରତ ଯାଏ ଯିବାପରେ ସେଠାରେ ଓହ୍ଲାଇ ପଡ଼ିଥିଲେ। ରାତି ପ୍ରାୟ ୨.୫୩ରେ ସମସ୍ତେ ପୁଣି ଜୟପୁର-ମୁମ୍ବାଇ ସୁପରଫାଷ୍ଟ ଏକ୍ସପ୍ରେସରେ ଚଢ଼ିଥିଲେ। ସେଠାରେ ମୀନା ଓ ଚେତନ ସିଂହଙ୍କୁ କିଛି ବଗି ଓ ଘନଶ୍ୟାମ ଓ ନରେନ୍ଦ୍ରଙ୍କୁ ଆଉ କିଛି ବଗିର ଦାୟିତ୍ୱ ମିଳିଥିଲା।

ଯାତ୍ରାର ପ୍ରାୟ ୩୦ ମିନିଟ ପରେ ଘନଶ୍ୟାମ ଏଏସ୍‌ଆଇ ମୀନା ଓ ଚେତନଙ୍କ ପାଖକୁ ଆସିଥିଲେ। ଏହି ସମୟରେ ଚେତନ ଅସୁସ୍ଥ ଅନୁଭବ କରୁଥିବା କହିବା ସହ ଗୁଜରାଟର ବାଲସାଦରେ ଓହ୍ଲାଇ ଯିବାକୁ ଚାହୁଁଥିଲେ।

ବରିଷ୍ଠ ଅଧିକାରୀମାନଙ୍କ ସହ କଥା ହୋଇ ଚେତନ ତାଙ୍କ ଡ୍ୟୁଟି ଶେଷ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ତାଙ୍କୁ ଡ୍ୟୁଟି ସାରିବା ପରେ ଚିକିତ୍ସା ପାଇଁ ଯିବାକୁ କୁହାଯାଇଥିଲା। ଏହାପରେ ଚେତନ ସିଂହଙ୍କୁ ଆଉ ଗୋଟିଏ କୋଚକୁ ପଠାଯିବା ସହ ସେଠାରେ ବିଶ୍ରାମ ନେବାକୁ କୁହାଯାଇଥିଲା। ଏହି ସମୟରେ ଚେତନଙ୍କ ରାଇଫଲକୁ ଘନଶ୍ୟାମ କିଛି ସମୟ ପାଇଁ ନେଇ ଯାଇଥିଲେ। ତେବେ ଘନଶ୍ୟାମଙ୍କ ସହ ପାଟିତୁଣ୍ଡ କରି ସେ ତାଙ୍କ ରାଇଫଲ ମାଗିଥିଲେ।

ଘନଶ୍ୟାମ କହିଛନ୍ତି, “ସେ ମୋ ସହ ଯୁକ୍ତିତର୍କ କରି ଚେତନ ରାଗି ଯାଇ ରାଇଫଲ ଛଢ଼ାଇ ନେଇଥିଲେ। ଗୋଟିଏ ସମୟରେ ସେ ମୋ ବେକକୁ ମଧ୍ୟ ଚିପି ଧରିଥିଲେ। ମୋ ରାଇଫଲ ଚଢ଼ାଇ ନେଇ କୋଚ୍‌ରୁ ଚାଲି ଯାଇଥିଲେ। ପୁଣି କିଛି ସମୟରେ ସେ ମୋ ରାଇଫଲ ଫେରାଇ ତାଙ୍କ ବନ୍ଧୁକ ଧରି ଚାଲି ଯାଇଥିଲେ।

ଏଏସ୍‌ଆଇ ମୀନା ମଧ୍ୟ ଚେତନକୁ ଏତେ ମାତ୍ରାରେ ନ ରାଗି ଶାନ୍ତ ହେବାକୁ ପରାମର୍ଶ ଦେଇଥିଲେ। କିନ୍ତୁ କିଛି ବି ଲାଭ ମିଳି ନଥିଲା। ସେ ରାଗି ଯାଇ ରାଇଫଲ ସେଫ୍ଟୀ ଲକ୍‌କୁ କାଢ଼ି ଦେଇଥିଲେ। ଲାଗୁଥିଲା ସେ ଗୁଳି ଚଳାଇ ଦେବେ। କିନ୍ତୁ ସେମିତି କିଛି ହୋଇ ନଥିଲା। ଭୋର ପ୍ରାୟ ୫.୨୫ରେ ଟ୍ରେନ ମହାରାଷ୍ଟ୍ରର ବୈତରଣା ପାଖରେ ପାଖରେ ପହଞ୍ଚିଥିଲା ଓ ମୁଁ ପେଣ୍ଟ୍ରୀ କାର୍‌ରେ ଥିଲି।

ଏହି ସମୟରେ ଆରପିଏଫ କନଷ୍ଟେବଲ କୁଲଦୀପ ରାଠୋର ମୋତେ ଫୋନ କରି ଏଏସ୍‌ଆଇ ମୀନାଙ୍କୁ ଗୁଳି କରାଯାଇଥିବା ଖବର ଦେଇଥିଲେ। ମୁଁ କୋଚ୍‌ରେ ପହଞ୍ଚିବା ପରେ ଚେତନ ସିଂହ ଗୁଳି କରିଥିବା ଯାତ୍ରୀମାନେ କହିଥିଲେ। ଚେତନ ମୋତେ ଦେଖି ନିଜ ରାଇଫଲ ଧରି ମୋ ପାଖକୁ ଆସିବାକୁ ଲାଗିଥିଲେ। ମୁଁ ଭୟଭୀତ ଓ ବ୍ୟସ୍ତ ହୋଇ ପଡ଼ିଥିଲି। ମୁଁ ସ୍ଲିପର କୋଚରେ ଲୁଚି ଯିବାକୁ ଚେଷ୍ଟା କରିଥିଲି। ଏହାପରେ ବାଥରୁମରେ ପଶି ଯାଇଥିଲି।

ପ୍ରାୟ ୧୦ ମିନିଟ ପରେ କେହି ଚେନ୍‌ ପୁଲ କରିଥିଲେ ଓ ମୀରା ରୋଡ ଓ ଦାହସର ଷ୍ଟେସନ ମଧ୍ୟରେ ଗାଡ଼ି ଅଟକି ଥିଲା। ଟ୍ରେନ ଅଟକିବା ପରେ ଚେତନ ନିଜର ରାଇଫଲ ଧରି ଟ୍ରାକରେ ଦୌଡ଼ୁଥିବା ଦେଖିବାକୁ ପାଇଥିଲି। ଯାତ୍ରୀମାନଙ୍କୁ ଝରକା ବନ୍ଦ କରି ସିଟ୍‌ ତଳେ ଲୁଚି ଯିବାକୁ ମଧ୍ୟ କହିଥିଲି। ଚେତନ ଟ୍ରେନ ଆଡ଼କୁ ରାଇଫଲ ଦେଖାଇବା ସହ ଅବିଶ୍ରାନ୍ତ ଗୁଳି ମାଡ଼ ମଧ୍ୟ କରିଥିଲେ। ମୁଁ କିଛି ଗୁଳି ଚାଲିବାର ଶବ୍ଦ ମଧ୍ୟ ଶୁଣିଛି।

ପ୍ରାୟ ୬.୨୦ରେ ବୋରିଭାଲି ଷ୍ଟେସନରେ ମୁଁ ଓହ୍ଲାଇଥିଲି। ଏଠାରେ ରେଲବାଇ ପୁଲିସ୍‌ ଓ ଅନ୍ୟ କର୍ମଚାରୀମାନେ ଏଏସ୍‌ଆଇ ମୀନା ଓ ଗୁଳିମାଡ଼ର ଶିକାର ହୋଇଥିବା ଅନ୍ୟ ୩ ଜଣଙ୍କୁ ବଗିରୁ ବାହାର କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ସମସ୍ତ ୪ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଥିଲା।”

ଘଟଣା ପରେ ପୁଲିସ୍‌ ଚେତନ ସିଂହଙ୍କୁ ରାଇଫଲ ସହ ଗିରଫ କରିଛି।

Rpf Jawan Railway
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe