Advertisment

ଶାଢୀ ପିନ୍ଧାଇବାକୁ କହି ବାନ୍ଧବୀ କଲା ବିଶ୍ୱାସଘାତକତା, ଜୀବନ ହାରିଲେ ଛାତ୍ରୀ

ନିଜ ବାନ୍ଧବୀର ବିଶ୍ୱାସଘାତକତାକୁ ସହଜେ ଗ୍ରହଣ କରି ପାରିଲେନି ଛାତ୍ରୀଜଣକ। ଏପରିକି ବାରମ୍ବାର ମିଳୁଥିବା ମାନସିକ ନିର୍ଯାତନା ଅସହ୍ୟ ହେବାରୁ ଜୀବନ ହାରିଦେଲେ ପୀଡ଼ିତା ।

ଅଦ୍ୟତନ ହୋଇଛି
Saree

Saree

Advertisment

ବିଶ୍ୱାସରେ ବିଷ ଦେଲା ବାନ୍ଧବୀ । ଯିଏ ସବୁଠୁ ଅଧିକ ବିଶ୍ୱାସ କରୁଥିଲା, ତା’ ସହ ବିଶ୍ୱାସଘାତକତା କରିବାକୁ ପଛାଇଲା ନାହିଁ। ଶାଢୀ ପିନ୍ଧାଇ ଦେବା  ଆଳ କରି ବାନ୍ଧବୀର ଫଟୋ ଉଠାଇ ନିଜ ପୁରୁଷ ବନ୍ଧୁଙ୍କୁ ପଠାଇ ବ୍ଲାକେମେଲ୍‌ କରିବାକୁ ପଛାଇଲା ନାହିଁ। ନିଜ ବାନ୍ଧବୀର ଏପରି ବିଶ୍ୱାସଘାତକତାକୁ ସେ ସହଜେ ଗ୍ରହଣ କରି ପାରିଲେନି। ଏପରିକି ବାରମ୍ବାର ମାନସିକ ନିର୍ଯାତନା ଅସହ୍ୟ ହେବାରୁ ଜୀବନ ହାରିଦେଲେ ପୀଡ଼ିତା ଯୁବତୀ ଜଣକ। ଏପରି ଏକ ଚାଞ୍ଚଲ୍ୟକର ଘଟଣା କଟକ ଜିଲ୍ଲା ମାହାଙ୍ଗା ଥାନା ଅଞ୍ଚଳରେ ଘଟିଛି।

Advertisment

ଅଭିଯୋଗ ଅନୁଯାୟୀ, ମୃତ ଯୁବତୀଜଣକ ଯୁକ୍ତ ତିନି ବିଜ୍ଞାନର ଛାତ୍ରୀ ଥିଲେ। ଯାଜପୁର ଜିଲ୍ଲା ଗଡ଼ମଧୁପୁରର ଅଞ୍ଚଳର ଜଣେ ଯୁବତୀ ନିଜ ନିଜ ସଂପର୍କୀୟଙ୍କ ଘରକୁ ଯାଇଥିବା ବେଳେ ଏହି ଛାତ୍ରୀଙ୍କ ସହ ତାଙ୍କର ଚିହ୍ନା ପରିଚୟ ହୋଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା।

ଇତି ମଧ୍ୟରେ ସଂପୃକ୍ତ ଛାତ୍ରୀଙ୍କ ବିବାହ ପ୍ରସ୍ତାବ ନେଇ କିଛି ବ୍ୟକ୍ତି ଆସି ତାଙ୍କୁ ଦେଖିବାକୁ ଘରକୁ ଆସିଥିଲେ। ଉକ୍ତ ସମୟରେ ଲୁଗା ପିନ୍ଧାଇ ଦେବାକୁ କହି ବାନ୍ଧବୀଜଣକ ତାଙ୍କର କିଛି ଆପତ୍ତିଜନକ ଫଟୋ ଉଠାଇ ଦେଇଥିଲେ।

Advertisment

ପରବୀର୍ତ୍ତ ସମୟରେ ସେହି ଫଟୋଗୁଡ଼ିକୁ ସେ ନିଜ ପୁରୁଷ ବନ୍ଧୁ ସମେତ ଏକାଧିକ ବ୍ୟକ୍ତିଙ୍କୁ ପଠାଇଦେଇଥିଲା। ଏହି ଫଟୋକୁ ଦେଖାଇ କିଛି ଯୁବକ ବିଭିନ୍ନ ସମୟରେ ସଂପୃକ୍ତ ଯୁବତୀଙ୍କୁ ବ୍ଲାକମେଲ୍ କରିବା ସହ ଟଙ୍କା ଦାବି କରିଆସୁଥିଲେ । ଏପରିକି ଶାରିରୀକ ସମ୍ପର୍କ ରଖିବାକୁ ବି ଧମକ ଦେଉଥିଲେ। ଏଭଳି ଜୁଲମ୍ ସହିନପାରି ଶେଷରେ ଯୁବତୀ ଜଣକ ନିଜ ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

ଏ ସଂପର୍କରେ ମାହାଙ୍ଗା ଥାନାରେ ଏତଲା ହେବା ପରେ ପୁଲିସ ମୁଖ୍ୟ ଅଭିଯୁକ୍ତ ଯୁବତୀ ସମେତ ୭ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ତେବେ ଏନେଇ ପୁଲିସ କିମ୍ବା ଅଭିଯୁକ୍ତ ଯୁବତୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Suicide Student Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe