Advertisment

କାଫେ ଭିତରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଅଭିଯୁକ୍ତମାନେ ଘଟଣା ବେଳର ଦୃଶ୍ୟକୁ ରେକର୍ଡ କରିଥିଲେ ଓ ଭିଡିଓ ବଦଳରେ ପୀଡ଼ିତାଙ୍କ ଠାରୁ ଟଙ୍କା ଆଦାୟ କରିବାକୁ ଚେଷ୍ଟା କରିଥିଲେ।

author-image
Hemant Lenka
stop Rape

stop Rape

ତାଜ ମହଲର ସହର ଆଗ୍ରାରେ ଘଟିଛି ଅଭାବନୀୟ ଘଟଣା। ଏଠାରେ ଥିବା ଗୋଟିଏ କାଫେ ଭିତରେ ଜଣେ ୧୮ ବର୍ଷୀୟ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଛି। ୩ ଜଣ ଯୁବକ(ବୟସ ୧୮ରୁ ୨୦) ଛାତ୍ରୀଙ୍କୁ କାଫେର ଗୋଟିଏ କ୍ୟାବିନ ଭିତରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

Advertisment

ସବୁଠାରୁ ସାଂଘାତିକ କଥା ହେଉଛି ଯେ ଅଭିଯୁକ୍ତମାନେ ଘଟଣା ବେଳର ଦୃଶ୍ୟକୁ ରେକର୍ଡ କରିଥିଲେ ଓ ଭିଡିଓ ବଦଳରେ ପୀଡ଼ିତାଙ୍କ ଠାରୁ ଟଙ୍କା ଆଦାୟ କରିବାକୁ ଚେଷ୍ଟା କରିଥିଲେ। ଛାତ୍ରୀ ଜଣଙ୍କ ଟଙ୍କା ଦେବାକୁ ମନା କରିଦେବାରୁ ସେମାନେ ଗଣଦୁଷ୍କର୍ମର ଭିଡିଓକୁ ସୋଶାଲ ମିଡିଆରେ ଅପଲୋଡ କରିଦେଇଥିଲେ।

ଭିଡିଓ ଭାଇରାଲ ହେବା ପରେ ଛାତ୍ରୀ ଜଣଙ୍କ ତାଙ୍କ ସହ ଘଟିଥିବା ଭୟଙ୍କର ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ଝିଅ ଠାରୁ ସବୁ କଥା ଶୁଣିବା ପରେ ବାପା ନଭେମ୍ବର ୧୪ରେ ଏନେଇ ପୁଲିସ୍‌ରେ ଅଭିଯୋଗ କରିଥିଲେ।

Advertisment

ଏଫଆଇଆରରେ କୁହାଯାଇଛି ଯେ ଘଟଣା ପରେ ଛାତ୍ରୀ ଜଣଙ୍କ ପୂରା ସ୍ତବ୍ଧ ହୋଇଯାଇଛନ୍ତି ଓ ସେ ଏକାଧିକ ଥର ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଛନ୍ତି। ପୁଲିସ ଏଫଆଇଆର ପାଇବା ପରେ ରବିବାର ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୋମବାର ମାଜିଷ୍ଟ୍ରେଟଙ୍କ ଆଗରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି।

ନଭେମ୍ବର ୧୧ରେ ଛାତ୍ରୀ ଜଣଙ୍କ କଲେଜ ଯାଉଥିବା ବେଳେ ୩ ଜଣ ଯୁବକଙ୍କ ସହ ଦେଖା ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯୁବକଙ୍କୁ ଛାତ୍ରୀ ପୂର୍ବରୁ ଜାଣିଥିଲେ। ତେଣୁ ୩ ଯୁବକ ତାଙ୍କୁ କାଫେକୁ ଡାକିବାରୁ ସେ ତୁରନ୍ତ ସେମାନଙ୍କ ସହ ଚାଲି ଯାଇଥିଲେ। ସେଠାରେ ଥିବା ଗୋଟିଏ କ୍ୟାବିନ ମଧ୍ୟରେ ୩ ଜଣ ଯାକ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ।

ତଦନ୍ତରୁ ଜଣାପଡ଼ିଛି ଯେ କାଫେରେ ଲାଗିଥିବା ସିସିଟିଭି ଘଟଣା ଦିନ କାମ କରୁ ନଥିଲେ। ସେଠାରେ ଥିବା କ୍ୟାବିନଗୁଡ଼ିକୁ ଘଣ୍ଟାଏ ହିସାବରେ ଭଡ଼ାରେ ଦିଆଯାଏ। ଘଟଣା ପରେ କାଫେ ଅପରେଟରଙ୍କୁ ମଧ୍ୟ ପୁଲିସ୍‌ ନୋଟିସ କରିଛି। ସେହିପରି ଅଭିଯୁକ୍ତମାନଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇ ଦେଇଛି।

Stop Rape Agra