Advertisment

ନିଜକୁ ଜାଳିଦେଲେ କଲେଜ ଛାତ୍ରୀ

ପୂଜା କେଉଁ କାରଣ ପାଇଁ ଆତ୍ମହତ୍ୟା କଲେ ତାର କାରଣ ଜଣାପଡ଼ିନାହିଁ।

author-image
Tapaswini Nayak
ଅଦ୍ୟତନ ହୋଇଛି
Fire

Fire

କିରୋସିନ ଢାଳି ନିଜକୁ ଜାଳିଦେଲେ କଲେଜ ଛାତ୍ରୀ। ଏପରି ହୃଦୟବିଦାରକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ କୋଟିନାଡ଼ା ଥାନା ଅନ୍ତର୍ଗତ ଭେଟନଇ ଗାଁରେ । ମୃତ ଛାତ୍ରୀ ଜଣଙ୍କ ହେଲେ ପୂଜା ଗୌଡ( ୧୭)।

Advertisment

ଆଜି ସକାଳେ ପୂଜା ଘରେ ଏକୁଟିଆ ଥିଲେ। ଏହି ସମୟରେ ସେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ପୋଡ଼ା ଗନ୍ଧ ବାରି ପାଖ ପଡ଼ୋଶୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ସମୟରେ ପୂଜା ହୁତୁହୁତୁ ହୋଇ ଜଳୁଥିବା ଦେଖିଥିଲେ। ପରେ ନିଆଁକୁ ଲିଭାଇବା ଚେଷ୍ଟା କରିଥିଲେ। ହେଲେ ବିଳମ୍ବ ହୋଇଯାଇଥିଲା। ପୂଜା ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ପୂଜାଙ୍କ ବାପା ସୁରତରେ କାମ କରୁଥିବା ବେଳେ ମା’ ଆଜି ସକାଳେ ବିଲକୁ କାମକୁ ଯାଇଥିଲେ। ପୂଜାଙ୍କର ଏକ ମାତ୍ର ଭାଇ କଲେଜ ଯାଇଥିଲେ। 

ପୂଜା କେଉଁ କାରଣ ପାଇଁ ଆତ୍ମହତ୍ୟା କଲେ ତାର କାରଣ ଜଣାପଡ଼ିନାହିଁ। ପୁଲିସ ପରିବାର ଲୋକଙ୍କୁ ପଚରାଉଚରା କରୁଛି।

Advertisment
Ganjam Fire Breakout