Advertisment

ଛାତ୍ରୀଙ୍କୁ ଗୁଳି ମାରି ଦେଲା ଅନଲାଇନ ବନ୍ଧୁ

ପୁଲିସ ଏହି ଘଟଣାରେ ଅଭିଯୁକ୍ତ ଆଦିତ୍ୟ ଦେବ ପାଠକକୁ ଗିରଫ କରିଛି। ତା’ ଠାରୁ ଗୋଟିଏ ଦେଶୀ ବନ୍ଧୁକ ମଧ୍ୟ ଜବତ କରାଯାଇଛି।

UP

UP

Advertisment

ଅଜଣା ଯୁବକ ସହ ସୋଶାଲ ମିଡିଆରେ ବନ୍ଧୁତା କରିବା ମହଙ୍ଗା ପଡ଼ିଛି। ଯାହା ସହ କଲେଜ ପଢ଼ୁଆ ଛାତ୍ରୀ ଜଣଙ୍କ ବନ୍ଧୁତା କରିଥିଲେ, ସେ ହିଁ ତାଙ୍କୁ ଗୁଳି ମାରି ହତ୍ୟା କରିଛି।

Advertisment

ପୁଲିସ ଏହି ଘଟଣାରେ ଅଭିଯୁକ୍ତ ଆଦିତ୍ୟ ଦେବ ପାଠକକୁ ଗିରଫ କରିଛି। ତା’ ଠାରୁ ଗୋଟିଏ ଦେଶୀ ବନ୍ଧୁକ ମଧ୍ୟ ଜବତ କରାଯାଇଛି। ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଏହି ଘଟଣା ଘଟିଛି।

ଆଡିସିନାଲ ଡିସିପି(ଇଷ୍ଟ) ସୟିଦ ଅଲୀ ଆବ୍ବାସ କହିଛନ୍ତି, ଆମକୁ ସୂଚନା ମିଳିଥିଲା ଯେ ଗୁରୁବାର ୨୩ ବର୍ଷୀୟ କଲେଜ ଛାତ୍ରୀ ନିଶତାଙ୍କୁ ଗୁଳିମାଡ଼ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ଅଣାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ତଦନ୍ତରୁ ଜଣାପଡ଼ିଛି ନିଶତାଙ୍କ ଘର ହାରଡୋଇରେ। ସେ ଗୋଟିଏ ଘରୋଇ ବିଶ୍ୱବିଦ୍ୟାଳୟରେ ତୃତୀୟ ବର୍ଷର ଛାତ୍ରୀ ଥିଲେ। ସୋଶାଲ ମିଡିଆରେ ସକ୍ରିୟ ରହୁଥିବା ନିଶତା ଏକଦା ଆଦିତ୍ୟ ଦେବ ପାଠକ ନାମକ ଜଣେ ଯୁବକଙ୍କ ସଂସ୍ପର୍ଶରେ ଆସିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। ସମ୍ଭବତଃ ଏହି ବନ୍ଧୁତା ପ୍ରେମର ରୂପ ମଧ୍ୟ ନେଇଥିଲା। ତେବେ ଏ ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ କୌଣସି ପ୍ରମାଣ ମିଳିନାହିଁ।

ନିଶତା ବୁଧବାର ଚିନହାଟ ପୁଲିସ୍‌ ଷ୍ଟେସନ ଅଧୀନରେ ରହୁଥିବା ପାଠକର ଭଡ଼ା ଆପାର୍ଟମେଣ୍ଟକୁ ଯାଇଥିଲେ। ସେଠାରେ ସେମାନେ ବେଶ କିଛି ସମୟ ବିତାଇଥିଲେ। ତେବେ କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ରାଗି ଯାଇ ପାଠକ ନିଜ ପାଖରେ ରଖିଥିବା ଦେଶୀ ବନ୍ଧୁକରୁ ନିଶତାଙ୍କ ଉପରକୁ ଗୁଳି ଚଳାଇଥିଲେ।

ସେ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ି ଯିବା ପରେ ପାଠକର ଅକଲଗୁଡ଼ୁମ ହୋଇ ଯାଇଥିଲା। ସେ ନିଜେ ହିଁ ନିଶତାଙ୍କୁ ହସ୍ପିଟାଲ ନେଇଥିଲା। କିନ୍ତୁ ସେଠାରେ ତାଙ୍କୁ ଏକା ଛାଡ଼ି ଦେଇ ଫେରାର ହୋଇ ଯାଇଥିଲା। ହସ୍ପିଟାଲ କର୍ତ୍ତୃପକ୍ଷ ନିଶତାଙ୍କ ମୃତ୍ୟୁ ହୋଇ ସାରିଥିବା ଜାଣିବା ପରେ ପୁଲିସ୍‌କୁ ଖବର ଦେଇଥିଲେ।

ପୁଲିସ୍‌ ୩୦୨ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଶେଷରେ ପାଠକକୁ ମଧ୍ୟ ପୁଲିସ୍‌ ଗିରଫ କରିବାକୁ ସକ୍ଷମ ହୋଇଛି ବୋଲି ଅଫିସର ଜଣଙ୍କ କହିଛନ୍ତି।

Uttar Pradesh Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe