Advertisment

୧.୩୧ ଲକ୍ଷ ଟଙ୍କା ସହିତ ଧରାପଡ଼ିଲେ OSAP କମାଣ୍ଡାଣ୍ଟ ସୁନୀଲ ବେହେରା, ଘରୁ ମିଳିଲା ୮.୭୦ ଲକ୍ଷ

କମାଣ୍ଡାଣ୍ଟ ସୁନୀଲ କୁମାର ବେହେରାଙ୍କ ୫ଟି ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ।

Sunil Behera

Sunil Behera

Advertisment

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଓଡ଼ିଶା ରାଜ୍ୟ ସଶସ୍ତ୍ର ପୁଲିସ (OSAP)ର ଢେଙ୍କାନାଳ ଫାଷ୍ଟ ବାଟାଲିୟନର କମାଣ୍ଡାଣ୍ଟ ସୁନୀଲ କୁମାର ବେହେରା। ଶନିବାର ଲାଞ୍ଚ ସୂତ୍ରରେ ମିଳିଥିବା ଟଙ୍କା ଧରି ସେ ଢେଙ୍କାନାଳରୁ କଟକ ସ୍ଥିତ ତାଙ୍କ ଘରକୁ ଯାଉଥିବା ନେଇ ଖବର ପାଇଥିଲା ଭିଜିଲାନ୍ସ। ଏହା ପରେ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ତାଙ୍କୁ କଟକର ମଧୁସୂଦନ ସେତୁ ନିକଟରେ ଧରିଥିଲା। ତାଙ୍କ ଠାରୁ ୧ ଲକ୍ଷ ୩୧ ହଜାର ୫୩୫ ଟଙ୍କା ଜବତ କରାଯାଇଥିଲା। ଏତେ ଟଙ୍କା ସେ କେଉଁଠାରୁ ଆଣିଲେ ଓ କେଉଁ ଉଦ୍ଦେଶ୍ୟରେ ନେଇ ଯାଉଥିଲେ, ସେ ସଂପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ଭିଜିଲାନ୍ସ ଟିମ୍ ତାଙ୍କର କଟକ ସ୍ଥିତ ଘରେ ଚଢ଼ାଉ କରିଥିଲା। ସେଠାରୁ ନଗଦ ୮ ଲକ୍ଷ ୭୦ ହଜାର ଟଙ୍କା ମିଳିଥିଲା। ଏହିପରି ମୋଟ ୧୦ ଲକ୍ଷ ୧ ହଜାର ୫୩୫ ଟଙ୍କା ତାଙ୍କ ଠାରୁ ଜବତ କରାଯାଇଛି।

Advertisment

ଏହି ଟଙ୍କା କେଉଁଠାରୁ ଆସିଲା, ସେ ନେଇ କମାଣ୍ଡାଣ୍ଟ ସୁନୀଲ କୁମାର ବେହେରା କୌଣସି ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ଭିଜିଲାନ୍ସର ଚଢ଼ାଉ ଜାରି ରଖିଛି। ଶ୍ରୀ ବେହେରାଙ୍କ ଢେଙ୍କାନାଳ ସହର ସ୍ଥିତ ସରକାରୀ ବାସଭବନ ସମେତ କଟକ, ପୁରୀ ଓ ଭୁବନେଶ୍ୱରର ମୋଟ ୫ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ। ଭିଜିଲାନ୍ସର ୫ଟି ଟିମ୍ ଏହି ଚଢ଼ାଉ କରିଛି।

Vigilance Raid Bribe Odisha Vigilance Vigilance Net Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe