Advertisment

ହୁସିଆର୍‌; ଆପଣଙ୍କ ନାଁରେ ହୋଇନି ତ କ୍ରେଡିଟ୍‌ କାର୍ଡ?

କେବଳ ସେତିକି ନୁହେଁ, ବିଜୁ ତ୍ରିପାଠୀ ଲୋକଙ୍କ ନାଁରେ ଫେକ୍‌ କାଗଜପତ୍ର କରି କ୍ରେଡିଟ୍‌ କାର୍ଡ ହାତଉଥିଲେ। ପରବର୍ତ୍ତୀ ସମୟରେ ସେହି କ୍ରେଡିଟ୍‌ କାର୍ଡକୁ ସ୍ୱାବ୍‌ କରି ଟଙ୍କା ହଡପ୍‌ କରୁଥିଲେ। ସେହି ଉପାୟରେ ସେ ବହୁ ଲୋକଙ୍କ ନାଁରେ ଟଙ୍କା ହଡ୍‌ପ କରିଥିଲେ।

BBSR

BBSR

Advertisment

ହୁସିଆର୍‌; ଆପଣଙ୍କ ନାଁରେ ହୋଇନି ତ କ୍ରେଡିଟ୍‌ କାର୍ଡ? ଥରେ ଯାଇ ଯାଞ୍ଚ କରିନିଅନ୍ତୁ ବ୍ୟାଙ୍କ ଆକାଉଣ୍ଟ। କାରଣ ରାଜଧାନୀ ଭୁବନେଶ୍ୱର ବୁଲୁଛନ୍ତି କ୍ରେଡିଟ୍‌ କାର୍ଡ ଜାଲିଆ। ଆପଣଙ୍କ ନାଁରେ ନକଲି କାଗଜପତ୍ର କରି ଇସ୍ୟୁ କରୁଛନ୍ତି କ୍ରେଡିଟ୍‌ କାର୍ଡ। ଆଉ ପରବର୍ତ୍ତୀ ସମୟରେ ସ୍ୱାବ୍‌ କରି ଉଠାଇ ନେଉଛନ୍ତି ଟଙ୍କା। ଏମିତି ଏକ ରାକେଟ୍‌ର ପର୍ଦ୍ଦାଫାସ କରିଛି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌। ଏହି ଅଭିଯୋଗରେ ୫ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ବହୁ କ୍ରେଡିଟ୍‌ କାର୍ଡ/ଡେବିଟ୍‌ କାର୍ଡ, ବ୍ୟାଙ୍କ ପାସ୍‌ବୁକ, ଚେକ୍‌ବୁକ୍‌ ଆଦି ଜବତ କରିଛି।

Advertisment

ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ବିଜୁ ତ୍ରିପାଠୀ। ପେସାରେ ଜଣେ ବ୍ରୋକର। ଦୀର୍ଘ ଦିନ ଧରି ସେ ଲୋକଙ୍କଠାରୁ କାଗଜପତ୍ର ନେଇ କ୍ରେଡିଟ୍‌ କାର୍ଡ କରାଉଥିଲା। ପରବର୍ତ୍ତୀ ସମୟରେ ସେହି କ୍ରେଡିଟ୍‌ କାର୍ଡକୁ ଧରି ରାଜଧାନୀର ବିଭିନ୍ନ ଘରୋଇ ହସ୍ପିଟାଲ୍‌କୁ ଯାଉଥିଲା। ସେ ହସ୍ପିଟାଲ୍‌ ବିଲିଂ କର୍ମଚାରୀଙ୍କ ସହାଯୋଗରେ ରୋଗୀଙ୍କ ମାଧ୍ୟମରେ କ୍ରେଡିଟ୍‌ କାର୍ଡକୁ ସ୍ୱାବ୍‌ କରାଉଥିଲେ। ପରେ ସେମାନଙ୍କଠାରୁ ଟଙ୍କା ନେଇଯାଉଥିଲେ। ସେହି ଟଙ୍କାକୁ ନେଇ ଅନ୍ୟାନ୍ୟ ବିଜ୍‌ନେସରେ ଲଗାଉଥିଲେ। ଆଉ କିଛି ଟଙ୍କା ହସ୍ପିଟାଲ୍‌ ବିଲିଂ କର୍ମଚାରୀ ଓ କ୍ରେଡିଟ୍‌ କାର୍ଡଧାରୀଙ୍କୁ ଦେଉଥିଲେ। ଏହି ଉପାୟରେ ଭଲ ରୋଜଗାର ମଧ୍ୟ କରୁଥିଲେ ବିଜୁ ତ୍ରିପାଠୀ।

କେବଳ ସେତିକି ନୁହେଁ, ବିଜୁ ତ୍ରିପାଠୀ ଲୋକଙ୍କ ନାଁରେ ଫେକ୍‌ କାଗଜପତ୍ର କରି କ୍ରେଡିଟ୍‌ କାର୍ଡ ହାତଉଥିଲେ। ପରବର୍ତ୍ତୀ ସମୟରେ ସେହି କ୍ରେଡିଟ୍‌ କାର୍ଡକୁ ସ୍ୱାବ୍‌ କରି ଟଙ୍କା ହଡପ୍‌ କରୁଥିଲେ। ସେହି ଉପାୟରେ ସେ ବହୁ ଲୋକଙ୍କ ନାଁରେ ଟଙ୍କା ହଡ୍‌ପ କରିଥିଲେ। ରାକେଶ କୁମାର ନାମକ ଜଣେ ବ୍ୟକ୍ତି ଏମିତିକା ଠକାମୀରେ ଶିକାର ହୋଇଥିଲେ। ତାଙ୍କ ଅଜାଣତରେ ତାଙ୍କ ନାଁରେ କ୍ରେଡିଟ୍‌ କାର୍ଡ ଇସ୍ୟୁ କରାଯାଇ ଟଙ୍କା ଉଠାଇଥିଲେ ବିଜୁ ତ୍ରିପାଠୀ। 

Advertisment
Crimeଜବତ ହୋଇଥିବା ଟଙ୍କା ଓ ଡେବିଟ୍‌/ କ୍ରେଡିଟ୍‌ କାର୍ଡ

ଡିସେମ୍ୱର ୧୭ ତାରିଖରେ ରାକେଶ କୁମାର ଏନେଇ ଭୁବନେଶ୍ୱର ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ତଦନ୍ତ ବେଳେ ସାଇବର ଥାନା ପୁଲିସ୍‌କୁ ସୁରାଗ ମିଳିଥିଲା। ପିପିଲିର ବିଜୁ ତ୍ରିପାଠୀଙ୍କ ଘରେ ପହଞ୍ଚିଥିଲା। ତାଙ୍କ ଘରେ ପୁଲିସ୍‌ ଚଢ଼ଉ କରି ନଗଦ ୭ ଲକ୍ଷ ୭୮୦୦ ଟଙ୍କା, ୪୫୦ଟି ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ଼ ଜବତ କରିଥିଲା। ଏହାଛଡ଼ା ୭୮ଟି ବ୍ୟାଙ୍କ ବାସ୍‌ବୁକ୍‌, ୫୦ଟି ଚେକ୍‌ବୁକ୍‌, ୫ଟି ପିଓଏସ୍‌ ମେସିନ୍‌, ୩ ବସ୍ତା ମନି ରିସିପ୍ଟ ଓ ୬ଟି ମୋବାଇଲ ଜବତ କରିଥିଲା ପୁଲିସ୍‌। ଏହା ପରେ ପୁଲିସ ବିଜୁ ତ୍ରିପାଠୀଙ୍କୁ ହେପାଜତକୁ ନେଇ ତଦନ୍ତ ବେଳେ ପୂରା ଘଟଣା ଉପରୁ ପର୍ଦ୍ଦା ହଟିଥିଲା।

ଟଙ୍କା ହଡ୍‌ପ ମାମଲାରେ ବିଜୁ ତ୍ରିପାଠୀଙ୍କ ସହଯୋଗୀ ପ୍ରସନ୍ନଜିତ ଦାସ, ମୁକେଶ ମନ୍ତ୍ରୀ, ହସ୍ପିଟାଲ୍‌ ବିଲିଂ ଏଜେଣ୍ଟ ଅବ୍‌ଦୁଲ ରହେମାନ ଓ ରାଜେଶ ଦାସଙ୍କୁ ପୁଲିସ୍‌ ଗିରଫ କରିଛି। ଏଥିରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି, ତାହା ଉପରେ ତଦନ୍ତ ଚାଲିଛି ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି।

Bhubaneswar Bhubaneswar News Commissionerate Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe