Advertisment

ରାଜଧାନୀରେ ଲୁଟୁଥିଲେ, ମୁମ୍ୱାଇ ତାଜ୍‌ ହୋଟେଲ୍‌ରେ ରହିଥିଲେ

ପର୍ଶୁରାମ ଜଣେ ନିଆରା ଚୋର ଥିଲେ। ଚୋରି ପାଇଁ ଓଲା ବା ଓବେରରେ ଯାଉଥିଲେ। ଚୋରି ସମୟରେ ଖାଲି ପାଦରେ ଚାଲୁଥିଲେ। ମୋବାଇଲ୍‌କୁ ଫ୍ଲାଇଟ୍‌ ମୋଡ୍‌ରେ ରଖୁଥିଲେ। କାହାର ଝରକା ତାଡୁଥିଲେ ତ ଆଉ କାହାର ଗ୍ରୀଲ୍‌ ତାଡି ଲୁଟ୍‌ କରୁଥିଲେ।

ଅଦ୍ୟତନ ହୋଇଛି
Crime

Crime

Advertisment

ରାଜଧାନୀ ଭୁବନେଶ୍ୱରରେ ଲୁଟୁଥିଲେ। ଆଉ ସେହି ଟଙ୍କାରେ ଅୟସ୍‌ କରୁଥିଲେ। ବିମାନରେ ଯିବାଆସିବା କରୁଥିଲେ। ମୁମ୍ୱାଇ ବୁଲିବାକୁ ଯାଇ ତାଜ୍‌ ହୋଟେଲ୍‌ରେ ରହୁଥିଲେ। ଏମିତି ଜଣେ କୋଟିପତି ଲଗ୍‌ଜୁରିୟସ୍‌ ଲୁଟେରା ହେଉଛନ୍ତି ପର୍ଶୁରାମ ଗିରି। ସେ ଆଜି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌ ହାତରେ ଧରା ପଡ଼ିଛନ୍ତି। ରାଜଧାନୀରେ ଚେକିଂ ବ୍ଲକିଂ ବେଳେ ପୁଲିସ୍‌ର ଚକ୍ରବ୍ୟୁହରା ଫଶିଯାଇଛନ୍ତି ପର୍ଶୁରାମ। ପୁଲିସ୍‌ ତାଙ୍କଠାରୁ ଲକ୍ଷାଧିକ ଟଙ୍କା ଓ ଗହଣା ଜବତ କରିଛି।

Advertisment

ପର୍ଶୁରାମ ଗିରି ନବମ ଫେଲ୍‌। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ। ୨୦୦୬ ମସିହାରେ ଜେଲ୍‌ ଯାଇଥିଲେ। ପତ୍ନୀ ଆତ୍ମହତ୍ୟା ମାମଲାରେ ସେ ପ୍ରଥମର ଥର ପାଇଁ ଜେଲ୍‌ ଯାଇଥିଲେ। ତା’ପରେ ସେ ଅପରାଧ ଦୁନିଆରେ ପାଦ ଥାପି ଥିଲେ। ଜେଲ୍‌ରୁ ବାହାରି ଆସିବା ପରେ ଚାଲି ଆସିଥିଲେ ରାଜଧାନୀ ଭୁବନେଶ୍ୱର। ଲୁଟ୍‌ ପାଇଁ ରଚିଲେ ଯୋଜନା। ପୂରା ରାଜଧାନୀରେ ଘୂରି ବୁଲିଲେ। ଆଉ ଖାଲି ଘର ଦେଖି ରାତି ଅଧରେ ଗ୍ରୀଲ୍‌ ଭାଙ୍ଗି ଘରୁ ଲୁଟ୍‌ କରିବା ଆରମ୍ଭ କରିଥିଲେ। ଲୁଟ୍‌ରେ ତାଙ୍କର ନଥିଲା ବାଛ ବିଚାର। ସାଧାରଣ ଘର ହେଉ ବା ଆପାର୍ଟମେଣ୍ଟ, ସୁବିଧା ଦେଖିଲେ କଳାକନା ବୁଲାଇ ଦେଉଥିଲେ।

ପର୍ଶୁରାମ ଜଣେ ନିଆରା ଚୋର ଥିଲେ। ଚୋରି ପାଇଁ ଓଲା ବା ଓବେରରେ ଯାଉଥିଲେ। ଚୋରି ସମୟରେ ଖାଲି ପାଦରେ ଚାଲୁଥିଲେ। ମୋବାଇଲ୍‌କୁ ଫ୍ଲାଇଟ୍‌ ମୋଡ୍‌ରେ ରଖୁଥିଲେ। କାହାର ଝରକା ତାଡୁଥିଲେ ତ ଆଉ କାହାର ଗ୍ରୀଲ୍‌ ତାଡି ଲୁଟ୍‌ କରୁଥିଲେ। ସେ କେବଳ ଅଳଙ୍କାର(ସୁନା ଓ ରୁପ) ଏବଂ ନଗଦ ଟଙ୍କା ନେଇଯାଉଥିଲା। ଅଳଙ୍କାରକୁ ବଣିଆକୁ ବିକି ଦେଉଥିଲେ। ଟଙ୍କା ଓ ଅଳଙ୍କାର ଛଡ଼ା ଅନ୍ୟ କିଛି ଚୋରି କରୁନଥିଲେ।

Advertisment

ଚୋରି ଟଙ୍କାରେ ଅୟସ୍‌ କରୁଥିଲେ ପର୍ଶୁରାମ। ହାଇଫାଇ ହୋଟେଲ୍‌ରେ ଖାଉଥିଲେ। ବଡ଼ ଆପାର୍ଟମେଣ୍ଟରେ ରହୁଥିଲେ। ଭ୍ରମଣରେ ମୁମ୍ୱାଇ ଯାଇଥିବା ବେଳେ ତାଜ ହୋଟେଲ୍‌ ରହୁଥିଲେ। ସେହିପରି କୋଲକାତା, ଗୋଆ ପରି ବଡ଼ ବଡ଼ ସହରରେ ଥିବା ଲଗ୍‌ଜୁରିୟସ୍‌ ହୋଟେଲରେ ସମୟ ଅତିବାହିତ କରୁଥିଲେ। ସେ ନିୟମିତ ବିମାନରେ ଯିବା ଆସିବା କରୁଥିଲେ। ଲୁଟ୍‌ ଟଙ୍କାରେ ସେ ଗାଁ ଅର୍ଥାତ ସୋରରେ ଘର ତିଆରି କରିବା ସହିତ ଜମିବାଡ଼ି କିଣିଥିଲେ। ଭୁବନେଶ୍ୱରରେ ଘର ନିର୍ମାଣ କରି ଭଡ଼ାରେ ଲଗାଇଥିବା ଜଣାପଡ଼ିଛି। ବର୍ଷକ ଭିତରେ ରାଜଧାନୀରେ ସେ ୨୧ଟି ଲୁଟ୍‌ କରିଛନ୍ତି। ଅତି ଚତୁରତାର ସହ ଲୁଟ୍‌ କରୁଥିବାରୁ ଧରା ପଡ଼ୁନଥିଲେ ପର୍ଶୁରାମ। କମିଶନରେଟ୍‌ ପୁଲିସ୍‌ ମଧ୍ୟ ତାଙ୍କୁ ଧରିବାରେ ସଫଳ ହେଉନଥିଲା।

ହେଲେ ଆଜିକାଲି ପର୍ଶୁରାମଙ୍କ ବେଳା ଭଲ ନଥିଲା। ରାଜଧାନୀରେ ଚେକିଂ ବ୍ଲକିଂ ବେଳେ ପୁଲିସ୍‌ର ଚକ୍ରବ୍ୟୁହରେ ଫସି ଗଲେ ପର୍ଶୁରାମ। କମିଶନରେଟ୍‌ ତାଙ୍କୁ ଗିରଫ କରି ଇତିହାସ ଯାଞ୍ଚ କଲା ବେଳେ ସବୁ କଥା ଜଣାପଡ଼ିଥିଲା। ତା’ପରେ ରାଜଧାନୀ ଲୁଟ୍‌ର ପର୍ଦ୍ଦାଫାସ୍‌ ହୋଇଥିଲା। ସେ ୨୦୧୩ ମସିହାରୁ ବିଭିନ୍ନ ଥାନା ଅଞ୍ଚଳରେ ଲୁଟ୍‌ କରୁଥିବା ଜଣାପଡ଼ିଛି। ଏଥିପାଇଁ ସେ ୫ ଥର ଗିରଫ ହୋଇ ଜେଲ୍‌ ଯାଇଥିଲେ। ପରବର୍ତ୍ତୀ ସମୟରେ ଜେଲ୍‌ରୁ ବାହାରି ଲୁଟ୍‌ କରୁଥିଲେ। ତା’ର କୌଣସି ଗ୍ୟାଙ୍ଗ ନଥିଲେ। ସେ ଏକା ଏକା ଲୁଟ୍‌ କରୁଥିଲା ବୋଲି ପୁଲିସ୍‌ କହିଛି। ପୁଲିସ୍‌ ତାଙ୍କଠାରୁ ନଗର ପ୍ରାୟ ୨୧ ଲକ୍ଷ ଟଙ୍କା, ୭୦୦ ଗ୍ରାମ ସୁନା ଅଳଙ୍କାର, ୭ କେଜି ରୁପା ଅଳଙ୍କାର, ୨ଟି ବାଇକ୍‌ ଓ ଗୋଟିଏ ମୋବାଇଲ ଜବତ କରିଛି।

ପୁଲିସ କମିଶନର ସଞ୍ଜୀବ ପଣ୍ଡାଙ୍କ କହିବା ଅନୁସାରେ ଗିରଫ ବ୍ୟକ୍ତଙ୍କ ନାଁରେ ଭୁବନେଶ୍ୱରରେ ବିଭିନ୍ନ ଥାନାରେ ୫୦ରୁ ଅଧିକ ମାମଲା ରହିଛି। ୨୦୨୩-୨୪ ବର୍ଷରେ ତାଙ୍କ ନାଁରେ ବଡ଼ଗଡ଼ରେ ୩ଟି, ପାହାଳରେ ୩ଟି, ମଞ୍ଚେଶ୍ୱରରେ ୨ଟି, ସହିଦ ନଗରରେ ୨ଟି, ଲକ୍ଷ୍ମୀସାଗରରେ ୪ଟି, ଧଉଳିରେ ୪ଟି ଓ ଲିଙ୍ଗରାଜ ଥାନା ଅଞ୍ଚଳରୁ ୩ଟି ମାମଲା ରହିଛି। ଅଧିକ ତଦନ୍ତ ଚାଲିଛି ବୋଲି କମିଶନର କହିଛନ୍ତି।

Bhubaneswar Bhubaneswar News Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe