/odisha-reporter/media/post_attachments/uploadimage/library/16_9/16_9_0/Crime_1703154879.jpg)
Crime
ଠକେଇର ନୂଆ ଫଣ୍ଡା। ସିନିୟର ବୋଲି ପରିଚୟ ଦେଇ ହଷ୍ଟେଲ୍ରେ ପଶୁଥିଲା। ଆଉ ମିଠା ମିଠା କଥା କହି ନୂଆ କରି ହଷ୍ଟେଲ୍ ଆସୁଥିବା ଛାତ୍ରଙ୍କଠାରୁ ଟଙ୍କା ଠକେଇ କରୁଥିଲା। ରାଜଧାନୀ ଭୁବନେଶ୍ୱରରେ ଠକେଇର ଏହି ମାୟା ଜାଲ ବିଛାଇଥିଲେ ଜଣେ ବିହାରୀ ଯୁବକ। ଏନେଇ ଅଭିଯୋଗ ପରେ କମିଶନରେଟ ପୁଲିସ ମହାଠକକୁ ଗିରଫ କରିଛି।
ବିହାର ସଚିନ କୁମାର ଗୁପ୍ତା ରାଜଧାନୀ ଭୁବନେଶ୍ୱରରେ ରହୁଥିଲେ। ସେ ରାଜଧାନୀର ବିଭିନ୍ନ ହଷ୍ଟେଲ୍କୁ ଯାଉଥିଲେ। ଆଉ ନିଜକୁ ସିନିୟର ବୋଲି ପରିଚୟ ଦେଉଥିଲେ। .... ରୁମ୍ରେ ରହୁଥିଲେ ବୋଲି କହୁଥିଲେ। ସଚିନ ମିଠା ମିଠା କଥା କହି ହଷ୍ଟେଲ୍କୁ ନୂଆକରି ଆସୁଥିବା ଛାତ୍ରଙ୍କ ମନ କିଣୁଥିଲେ। ବିଭିନ୍ନ ବାହାନା କରି ସେମାନଙ୍କୁ ଟଙ୍କା ମାଗୁଥିଲେ। ସିନିୟର ବୋଲି ଭାବି ଛାତ୍ରମାନେ ଟଙ୍କା ଦେଉଥିଲେ। ହେଲେ ସଚିନ ସେହି ଟଙ୍କା ଧରି ପଳାଉଥିଲେ। ଆଉ ଧରାଛୁଆଁ ଦେଉନଥିଲେ। ପରବର୍ତ୍ତୀ ସମୟରେ ସେ ଆଉ ଗୋଟିଏ ହଷ୍ଟେଲ୍କୁ ଟାର୍ଗେଟ କରୁଥିଲା। ସେଠାରେ ମଧ୍ୟ ଆଉ ଜଣେ ଛାତ୍ରଙ୍କୁ ନିଜ ଜାଲ୍ରେ ଫସାଉଥିଲା। ତାହାଠାରୁ ମଧ୍ୟ ଲୁଟ୍ କରୁଥିଲା।
ସଚିନ କୁମାର ଗୁପ୍ତା ଏମିତି ଭୁବନେଶ୍ୱରରୁ ଅଧିକାଂଶ ହଷ୍ଟେଲରୁ ଟଙ୍କା ଠକେଇ କରିଛି। ସେ ଏମିତି ୫ ଲକ୍ଷ ୨୫୦୦ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏନେଇ କିଛି ଛାତ୍ର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି କମିଶନ୍ରେଟ୍ ପୁଲିସ୍ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ବିଭିନ୍ନ ଦିଗରୁ ତଦନ୍ତ ବେଳେ ସଚିନ କୁମାର ଗୁପ୍ତାଙ୍କ ପାଖରେ ପହଞ୍ଚିଥିଲା କମିଶନରେଟ୍ ପୁଲିସ୍। ତାଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
