Advertisment

ଜାଲରେ ପଡ଼ିଲେ ରାଜଧାନୀର ଦୁଇ ନିଶା ଦିଆ ଲୁଟେରା

ଅଟୋ ଚାଲିବାର କିଛି ସମୟରେ ବୁଦ୍ଧିରାମ ଓ ଗୁଡୁ ଥଣ୍ଡା ପାନୀୟରେ ନିଶା ଔଷଧ ମିଶାଇ ନରେଶଙ୍କୁ ଖାଇବାକୁ ଦେଇଥିଲେ। ନରେଶ କିଛି ନଜାଣି ସେହି ଥଣ୍ଡା ପାନୀୟକୁ ପିଇ ଦେଇଥିଲେ। ତା’ପରେ ସେ ସଂଜ୍ଞା ହରାଇ ପଡ଼ିଥିଲେ।

ଅଦ୍ୟତନ ହୋଇଛି
Crime

Crime

Advertisment

ମିଠା ମିଠା କଥା କହି ଅଟୋରେ ବସାଉ ଥିଲେ। ଆଉ ପରବର୍ତ୍ତୀ ସମୟରେ ଥଣ୍ଡା ପାନୀୟରେ ନିଶା ଦେଇ ଲୁଟୁଥିଲେ। ରାଜଧାନୀର ଏପରି ଦୁଇ ଲୁଟେରାଙ୍କୁ ଆଜି ଧରି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌। ପରିବା ବ୍ୟବସାୟୀଙ୍କଠାରୁ ଲୁଟ୍‌ ଘଟଣାରେ ପୁଲିସ୍‌ ଏହି ଦୁଇ ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଗୋଟିଏ ଅଟୋ ଓ ନିଶା ଔଷଧ ଜବତ କରିଛି ପୁଲିସ୍‌।

Advertisment

ଭୁବନେଶ୍ୱର ୟୁନିଟ୍‌-୧ ହାଟରେ ପରିବା ବିକ୍ରି କରନ୍ତି ନରେଶ ସ୍ୱାଇଁ। ସବୁଦିନ ପରି ୨୦ ତାରିଖରେ ପରିବା ବିକ୍ରି କରିବାକୁ ଯାଇଥିଲେ। ସେଦିନ ବଳି ପଡ଼ିଥିବା ପରିବା ୨୧ ତାରିଖରେ ବିକ୍ରି କରିବାକୁ ଯାଇଥିଲେ। ପରିବା ବିକ୍ରି ପରେ ମଧ୍ୟାହ୍ନରେ ଘରକୁ ଫେରୁଥିଲେ ନରେଶ। ତେବେ ସେ ଆଚାର୍ଯ୍ୟ ବିହାର ଛକରେ ବୁଦ୍ଧିରାମ ସ୍ୱାଇଁ ଓ ଗୁଡୁ ନାୟକଙ୍କ ହାବୁଡ଼ରେ ପଡ଼ିଥିଲେ। ତାଙ୍କ ଅଟୋରେ ଯିବା ପାଇଁ ଉଭୟ ବାହାନା କରି ନରେଶଙ୍କୁ ଡାକିଥିଲେ। କିଛି ବୁଝି ନପାରି ସେମାନଙ୍କ ଅଟୋରେ ବସିଥିଲେ ନରେଶ।

ଅଟୋ ଚାଲିବାର କିଛି ସମୟରେ ବୁଦ୍ଧିରାମ ଓ ଗୁଡୁ ଥଣ୍ଡା ପାନୀୟରେ ନିଶା ଔଷଧ ମିଶାଇ ନରେଶଙ୍କୁ ଖାଇବାକୁ ଦେଇଥିଲେ। ନରେଶ କିଛି ନଜାଣି ସେହି ଥଣ୍ଡା ପାନୀୟକୁ ପିଇ ଦେଇଥିଲେ। ତା’ପରେ ସେ ସଂଜ୍ଞା ହରାଇ ପଡ଼ିଥିଲେ। ଏହାପରେ ନରେଶଙ୍କୁ କଟକ ଜଗତପୁର ବଜାରରେ ପକାଇ ଚମ୍ପଟ ମାରିଥିଲେ ବୁଦ୍ଧିରାମ ଓ ଗୁଡୁ। ତାଙ୍କ ପାଖରେ ଥିବା ସବୁ ଟଙ୍କା ନେଇଯାଇଥିଲେ।

Advertisment

ନରେଶ ଘରକୁ ନଫେରିବାରୁ ତାଙ୍କ ପୁଅ ମନୋରଞ୍ଜନ ସ୍ୱାଇଁ ବାପାଙ୍କ ମୋବାଇଲ୍‌କୁ ଫୋନ୍‌ କରିଥିଲେ। କିନ୍ତୁ ତାଙ୍କ ଫୋନ୍‌ ବନ୍ଦ ରହିଥିଲା। କିଛି ସମୟ ପରେ ମନୋରଞ୍ଜନଙ୍କ ମୋବାଇଲ୍‌କୁ ଏକ ଫୋନ୍‌ କଲ ଆସିଥିଲା। ସେ ଫୋନ୍‌ ରିସିଭ୍‌ କରିବା ପରେ ପୂରା ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ମନୋରଞ୍ଜନ ଜଗତପୁର ବଜାରରେ ପହଞ୍ଚି ବାପାଙ୍କୁ ଉଦ୍ଧାର କରି ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ନରେଶ ସୁସ୍ଥ ହେବା ପରେ ପୂରା ଘଟଣା କହିଥିଲେ। ଏହା ପରେ ମନୋରଞ୍ଜନ ଏନେଇ ସହିଦ୍‌ନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତି କରି କମିଶନରେଟ୍‌ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଏହି ମାମଲାରେ ବୁଦ୍ଧିରାମ ଓ ଗୁଡୁଙ୍କୁ ଗିରଫ କରିଛି ପୁଲିସ୍‌। ଏଥିସହ ଗୋଟିଏ ଅଟୋ, ଏଟ୍ରିଭେନ୍‌-୨ ଏମ୍‌ଜି ଓ ଏଟ୍ରିଭେନ୍‌- ୧ ଏମ୍‌ଜି ଟେବ୍‌ଲଟ୍‌ ଜବତ କରିଥିଲେ। ଏହି ଔଷଧ ବାଲେଶ୍ୱରରୁ କିଣିଥିଲେ। ତେବେ ବାଲେଶ୍ୱରରୁ କେଉଁ ଔଷଧ ଦୋକାନରୁ କିଣିଥିଲେ ତାହା ଜଣାପଡ଼ି ନାହିଁ। କମିଶନରେଟ୍‌ ପୁଲିସ୍‌ ତାହା ଉପରେ ତଦନ୍ତ ଚଳାଇଛି। ଗିରଫ ଦୁଇ ଅଭିଯୁକ୍ତଙ୍କ ଭିତରୁ ବୁଦ୍ଧିରାମଙ୍କ ବିରୋଧରେ ୧୨ଟି ମାମଲା ରହିଥିବା ବେଳେ ଗୁଡୁଙ୍କ ନାଁରେ ଗୋଟିଏ ମାମଲା ରହିଛି।

Bhubaneswar Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe