Advertisment

ଅଧା ରହିଲା ବାହାଘର, ବେଦୀରୁ ବରକୁ ଉଠାଇ ନେଲା ପୁଲିସ୍‌

ବାହାଘର ପରେ ସେଠାରେ କୁଆଡେ ୪ ବର୍ଷ ଧରି ରମାଙ୍କ ସହିତ ଜିତେନ୍ଦ୍ର ରହିଥିଲେ। ଜିତେନ୍ଦ୍ର ଗାଡ଼ି ଚଲାଉଥିଲେ। ଯାହା ରୋଜଗାର କରୁଥିଲେ, ସେଥିରେ ଚଳି ଯାଉଥିଲେ। କିନ୍ତୁ ମଝିରେ ମଝିରେ ବାହାନା କରି ଭୁବନେଶ୍ୱର ଆସୁଥିଲେ।

ଅଦ୍ୟତନ ହୋଇଛି
Marriage

Marriage

Advertisment

ବାଜୁଥିଲା ମହୁରୀ, ବାଜୁଥିଲା ଢୋଲ। ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଉଥିଲା ବାହାମଣ୍ଡପ। ହେଲେ ହାତଗଣ୍ଠି ପଡ଼ିବା ବଦଳରେ ପଡ଼ିଲା କାତକଡି! ଅଧା ରହିଲା ବାହାଘର। ବାହା ବେଦୀରୁ ବରକୁ ଉଠାଇ ନେଲା ଭୁବନେଶ୍ୱର କମିଶନ୍‌ରେଟ୍‌ ପୁଲିସ୍‌। ପ୍ରଥମ ପତ୍ନୀଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ବରକୁ ଉଠାଇ ନେଇଥିଲା। 

Advertisment

ଜିତେନ୍ଦ୍ର ସ୍ୱାଇଁ ପେସାରେ ଜଣେ ଡ୍ରାଇଭର। ଅଭିଯୋଗ ଅନୁସାରେ, ୨୦୦୯ ମସିହାରେ ସେ କୋଲକାତା ଯାଇଥିଲେ। ସେଠାରେ ରମା ନାମକ ଜଣେ ଯୁବତୀଙ୍କ ସଂସ୍ପର୍ଶରେ ଆସିଥିଲେ। ପ୍ରଥମ ଦେଖାରେ ତାଙ୍କ ପ୍ରେମରେ ପଡ଼ିଥିଲେ ଜିତେନ୍ଦ୍ର। ସେ ନିଜକୁ ଅନାଥ ବୋଲି କହିଥିଲେ। ବାପା, ମାଆ ଓ ପରିବାରରେ କେହି ନାହାନ୍ତି ବୋଲି କହିଥିଲେ ବୋଲି ରମା ଅଭିଯୋଗ କରିଛନ୍ତି। ପରବର୍ତ୍ତୀ ସମୟରେ ସେମାନଙ୍କ ପ୍ରେମ ସମ୍ପର୍କ ବିବାହର ରୂପ ନେଇଥିଲା। ଉଭୟ କୋର୍ଟ ମ୍ୟାରେଜ କରିଥିଲେ।

ବାହାଘର ପରେ ସେଠାରେ କୁଆଡ଼େ ୪ ବର୍ଷ ଧରି ରମାଙ୍କ ସହିତ ଜିତେନ୍ଦ୍ର ରହିଥିଲେ। କିନ୍ତୁ ମଝିରେ ମଝିରେ ବାହାନା କରି ଭୁବନେଶ୍ୱର ଆସୁଥିଲେ। ଆଉ ପରିବାର ଲୋକଙ୍କୁ ଭେଟୁଥିଲେ। ହେଲେ ରମାଙ୍କୁ ଭୁବନେଶ୍ୱର ଆଣୁନଥିଲେ। ତେଣୁ ରମାଙ୍କ ମନରେ ସନ୍ଦେହ ହୋଇଥିଲା।

Advertisment

୨୦୧୯ ମସିହାରେ ରମା ଜାଣିବାକୁ ପାଇଥିଲେ ଜିତେନ୍ଦ୍ରଙ୍କ ପୂରା ଜନ୍ମ କୁଣ୍ଡଳୀ। ତାଙ୍କ ପୂରା ପରିଚୟ ଜାଣିବା ପରେ ପଚାରି ଥିଲେ। ହେଲେ ଜିତେନ୍ଦ୍ର ସବୁକିଛି ରୋକ୍‌ଠୋକ ମନା କରିବା ରମା ଅଭିଯୋଗ କରିଛନ୍ତି। ତା’ପରେ କାହାକୁ କିଛି ନକରି ଭୁବନେଶ୍ୱର ପଳାଇ ଆସିଥିଲେ ଜିତେନ୍ଦ୍ର। ଫୋନ୍‌ ମଧ୍ୟ ଉଠାଉ ନଥିଲେ। ସ୍ୱାମୀଙ୍କୁ ନପାଇ ରମା କୋଲକାତାରେ ଏକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାମଲା ଏବେ ଥାନାରୁ ଯାଇ କୋର୍ଟରେ ପହଞ୍ଚିଛି। ହେଲେ ଜିତେନ୍ଦ୍ର ଧରାଛୁଆଁ ଦେଉ ନଥିଲେ।

କିଛି ଦିନ ତଳେ ରମା ଜାଣିବାକୁ ପାଇଲେ ଜିତେନ୍ଦ୍ର ଭୁବନେଶ୍ୱରରେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ତା’ପରେ ସେ କିଛି ସମାଜସେବୀଙ୍କ ସହାୟତାରେ ଭୁବନେଶ୍ୱର ଆସିଥିଲେ। ଆଜି ଜିତେନ୍ଦ୍ରଙ୍କ ବାହାଘର ହେଉଥିଲା। ରାଜଭବନ ପଛ ପାର୍ଶ୍ୱ ରାଧାକୃଷ୍ଣ ମନ୍ଦିର ପରିସରରେ ବାହାଘର ହେଉଥିଲା। ଭୋଜି ଭାତର ଆୟୋଜନ କରାଯାଇଥିଲା। ବନ୍ଧୁ ବାନ୍ଧବ ଆସିଥିଲେ। ଢୋଲ ଓ ମହୁରୀ ବାଜୁଥିଲା। ବେଦୀରେ ବର ବେଶରେ ବସିଥିଲେ ଜିତେନ୍ଦ୍ର। ଆଉ ତାଙ୍କ ପାଖରେ ବସିଥିଲେ କନିଆ। 

ପୁରୋହିତ ମନ୍ତ୍ର ଧ୍ୱନିରେ କମ୍ପୁଥିଲା ବାହା ମଣ୍ଡପ। ହଠାତ୍‌ ବେଦୀରେ ପହଞ୍ଚିଥିଲେ ରମା। ଆଉ କହିଥିଲେ, ଜିତେନ୍ଦ୍ର ମୋର ପ୍ରଥମ ସ୍ୱାମୀ। ସ୍ତବ୍ଧ ହୋଇଯାଇଥିଲେ ସମସ୍ତେ। ଆରୋପ ଓ ପ୍ରତ୍ୟାରୋପ ଚାଲିଲା। କହିବାକୁ ଗଲେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା। ଅଟକିଲା ବାହାଘର। ଖବର ପାଇ ଭୁବନେଶ୍ୱର ମହିଳା ଥାନା ପୁଲିସ୍‌ ବାହା ମଣ୍ଡପରେ ପହଞ୍ଚିଲା। ବେଦୀରୁ ଜିତେନ୍ଦ୍ର, ତାଙ୍କ ପରିବାର ଲୋକ ଓ ପ୍ରଥମ ସ୍ତ୍ରୀ ବୋଲି ଦାବି କରୁଥିବା ମହିଳା ରମାଙ୍କୁ ଥାନାକୁ ନେଇଯାଇଥିଲା।

ସେପଟେ ଜିତେନ୍ଦ୍ରଙ୍କ ପ୍ରଥମ ବିବାହକୁ ଖଣ୍ଡନ କରିଛନ୍ତି ପରିବାର ଲୋକେ। ପରିବାର ପକ୍ଷରୁ କୁହାଯାଇଛି, ଜିତେନ୍ଦ୍ର ସେହି ମହିଳାଙ୍କୁ ବିବାହ କରିନାହାନ୍ତି। ସେ ଫେକ୍‌ ମ୍ୟାରେଜ୍‌ ସାର୍ଟିଫିକେଟ୍‌ ଆଣି ବିବାହ ବନ୍ଦ କରୁଛି। ସେହି ମହିଳାଙ୍କୁ ଜିତେନ୍ଦ୍ର ଚିହ୍ନିନି ବୋଲି କହୁଛନ୍ତି। ଯଦି ତାଙ୍କୁ ସେ ଚିହ୍ନି ନାହାନ୍ତି, ତାହାହେଲେ କେମିତି ବାହାହେଲେ ବୋଲି ପ୍ରଶ୍ନ କରିଛନ୍ତି ପରିବାର ଲୋକ।

Bhubaneswar Bhubaneswar News Marriage
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe