Advertisment

ଅପରେସନ୍‌ ହ୍ୱାଇଟ୍ସ ସ୍ପାଇଡର; ଦୁଇ ଜଣଙ୍କୁ ଧରିଲା କମିଶନରେଟ୍‌ ପୁଲିସ୍‌

ବିଶେଷ ସୂତ୍ରରୁ ଖବର ପାଇ ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ର ଟିମ୍‌ ସେଠାରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଗାଡ଼ିରୁ ୬୬୦ ଗ୍ରାମ ବ୍ରାଉନସୁଗର ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ୬୦ ଲକ୍ଷରୁ ଅଧିକ ଟଙ୍କା ହେବ। ଏଥିସହ ଗୋଟିଏ ବୋଲେରୋ ଜବତ ହୋଇଛି।

BBSR

BBSR

Advertisment

‘ଅପରେସନ୍‌ ହ୍ୱାଇଟ୍ସ ସ୍ପାଇଡର’ରେ କମିଶନରେଟ୍‌ ପୁଲିସ୍‌କୁ ମିଳିଛି ବଡ଼ ସଫଳତା। ଡିଲ୍‌ ବେଳେ ଦୁଇ ମାଫିଆଙ୍କୁ ମାଡିବସିବା ସହିତ ୬୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର ଜବତ କରିଛି କମିଶନରେଟ୍‌ ପୁଲିସର ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌। ଉଭୟଙ୍କୁ ରାଜଧାନୀ ଭୁବନେଶ୍ୱରରୁ ଧରିଛି। ଏନେଇ ସୂଚନା ଦେଇଛନ୍ତି ପୁଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

Advertisment

ଆଗକୁ ଆସୁଛି ବଡ଼ଦିନ ଓ ନୂଆବର୍ଷ। ସେଥିପାଇଁ ସଜେଇ ହେଉଛି ରାଜଧାନୀ ଭୁବନେଶ୍ୱର। ରଙ୍ଗୀନ ରାତିରେ ଉତ୍ସାହ ଭରିବା ପାଇଁ ରାଜଧାନୀ ଆସୁଥିଲା ବ୍ରାଉନ୍‌ସୁଗର। ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ଆସୁଥିଲା ଏହି ବ୍ରାଉନ୍‌ସୁଗର। ଜଳେଶ୍ୱର ଅଞ୍ଚଳର ଆଜମିର ଖାଁ ଓ ବସ୍ତା ଅଞ୍ଚଳର ଶେଖ ସାଦିରୁଦ୍ଦିନ ଏକ ବୋଲେରୋରେ ବ୍ରାଉନ୍‌ସୁଗର ଧରି ରାଜଧାନୀ ଆସୁଥିଲେ। ସିଆର୍‌ପି ଫ୍ଲାଏ ଓଭର ବ୍ରିଜ୍ ନିକଟରେ ଗାଡ଼ି ଛିଡ଼ା କରି ଡିଲ୍‌ କରୁଥିଲେ।

ବିଶେଷ ସୂତ୍ରରୁ ଖବର ପାଇ ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ର ଟିମ୍‌ ସେଠାରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଗାଡ଼ିରୁ ୬୬୦ ଗ୍ରାମ ବ୍ରାଉନସୁଗର ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ୬୦ ଲକ୍ଷରୁ ଅଧିକ ଟଙ୍କା ହେବ। ଏଥିସହ ଗୋଟିଏ ବୋଲେରୋ ଜବତ ହୋଇଛି। ବ୍ରାଉନ୍‌ସୁଗର କାରବାର ଅଭିଯୋଗରେ ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ ଆଜମେର ଖାଁ ଓ ଶେଖ ସାଦିରୁଦ୍ଦିନଙ୍କୁ ଗିରଫ କରିଛି। ସେମାନେ ଜଳେଶ୍ୱରରୁ ବ୍ରାଉନ୍‌ସୁଗର ଆଣି ଭୁବନେଶ୍ୱର ଆସିଥିବା ଜଣାପଡ଼ିଛି।

Advertisment

ପୁଲିସ କମିଶନରଙ୍କ କହିବା ଅନୁସାରେ ମେ' ମାସରେ ଆରମ୍ଭ ହୋଇଥିବା ସ୍ପେଶାଲ କ୍ରାଇମ ୟୁନିଟ। ତା’ପରଠାରୁ ନିଶା ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ସ୍ପେଶାଲ କ୍ରାଇମ ୟୁନିଟ ପକ୍ଷରୁ ଆଜି ପର୍ଯ୍ୟନ୍ତ ୨ କେଜି ୮୦ ଗ୍ରାମ ବ୍ରାଉନସୁଗର ଜବତ କରିଛି। ୬୧ ମାମଲା ରୁଜୁ କରିଛି। ସେଥିରେ କଟକରେ ୯ଟି ମାମଲା ରହିଛି। ଆଗକୁ ଅପରେସନ୍‌ ହ୍ୱାଇଟ୍ସ ସ୍ପାଇଡର’ ଜୋରଦାର କରାଯିବ ବୋଲି ପୁଲିସ କମିଶନର କହିଛନ୍ତି।

Bhubaneswar Balasore Bhubaneswar News Brown Sugar Commissionerate Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe