Advertisment

ପି.କେ ମିଶ୍ରଙ୍କ ଝିଅ-ଜ୍ୱାଇଁ କହି ଠକୁଥିଲେ ହଂସିକା ଓ ଅନୀଲ୍‌

ଟାର୍ଗେଟ କରୁଥିଲେ ବିଲ୍‌ଡର, ଖଣି ବ୍ୟବସାୟୀ ଓ ଧନୀ ଶ୍ରେଣୀର ଲୋକଙ୍କୁ। କାହାକୁ ଟେଣ୍ଡର କରାଇ ଦେବାକୁ କହି ଡାକୁଥିଲେ ତ ଆଉ କାହାକୁ କର୍ପୋରେଟ୍‌ ସେକ୍ଟରରେ ଅଟକି ରହିଥିବା କରାଇଦେବା ବାହାନାରେ ନିଜ ଅଫିସ୍‌କୁ ଡାକୁଥିଲେ ଅନୀଲ ଓ ଅଭିଲିପ୍ସା।

ଅଦ୍ୟତନ ହୋଇଛି
Crime

Crime

Advertisment

ଠକେଇର ସବୁ ସୀମା ପାର୍‌ କରିଦେଲେ। ଠକେଇ କଲେ କଲେ ଶେଷରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ରଙ୍କୁ ଛାଡ଼ିଲେନି। ତାଙ୍କ ଝିଅ-ଜ୍ୱାଇଁର କହି ଠକୁଥିଲେ ଦୁଇ ଠକ। ତାହା ପୁଣି ରାଜ୍ୟ ରାଜଧାନୀ ଭୁବନେଶ୍ୱର ଛାତି ଉପରେ। ଏନେଇ ଏକାଧିକ ଅଭିଯୋଗ ହେବା ପରେ ଦୁଇ ଅଭିଯୁକ୍ତ ହଂସିକା ଓ ଅନୀଲ୍‌ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିସନ୍‌ରେଟ୍‌ ପୁଲିସ୍‌।

Advertisment

ଭୁବନେଶ୍ୱର ବାସିନ୍ଦା ହେଉଛନ୍ତି ଅନୀଲ ମହାନ୍ତି। ସିଏ ପେସାରେ ଜଣେ ବ୍ୟବସାୟୀ। ତାଙ୍କ ନାଁରେ ଦୁଇଟି କମ୍ପାନୀ ରେଜିଷ୍ଟ୍ରେସନ୍‌ ହୋଇଛି। ପଟିଆରେ ଖୋଲିଛନ୍ତି ଅଫିସ୍‌। ଚର୍ଚ୍ଚା ହେଉଛି ତାଙ୍କର ବନ୍ଧବୀ ହେଉଛନ୍ତି କଳାହାଣ୍ଡି ଜିଲ୍ଲାର ହଂସିକା ଅଭିଲିପ୍ସା। ସେ ଏବେ ଭୁବନେଶ୍ୱରରେ ଦୀର୍ଘ ଦିନ ଧରି ରହୁଛନ୍ତି। ଉଭୟ ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ରଙ୍କ ଝିଅ ଓ ଜ୍ୱାଇଁ ବୋଲି ପରିଚୟ ଦେଉଥିଲେ। ଖାଲି ସେତିକି ନୁହେଁ, ଓଡ଼ିଶାର ମୁଖ୍ୟଶାସନ ସଚିବ ମନୋଜ ଆହୁଜା, ପୂର୍ବତନ ସିଏଜି ଗିରୀଷ ମୁର୍ମୁଙ୍କ ପରି ବଡ଼ବଡ଼ିଆଙ୍କ ସହିତ ନିଜ ଫଟୋ ଏଡିଟ୍‌ କରି ଦେଖାଉଥିଲେ। ଆଉ ଠକୁଥିଲେ।

ଟାର୍ଗେଟ କରୁଥିଲେ ବିଲ୍‌ଡର, ଖଣି ବ୍ୟବସାୟୀ ଓ ଧନୀ ଶ୍ରେଣୀର ଲୋକଙ୍କୁ। କାହାକୁ ଟେଣ୍ଡର କରାଇ ଦେବାକୁ କହି ଡାକୁଥିଲେ ତ ଆଉ କାହାକୁ କର୍ପୋରେଟ୍‌ ସେକ୍ଟରରେ ଅଟକି ରହିଥିବା କରାଇଦେବା ବାହାନାରେ ନିଜ ଅଫିସ୍‌କୁ ଡାକୁଥିଲେ ଅନୀଲ ଓ ଅଭିଲିପ୍ସା। ତା’ପରେ ସେଠାରେ ମୂଲଚାଲ୍‌ ହେଉଥିଲେ। ଡିଲ୍‌ ଫାଇନାଲ୍‌ ହେବା ପରେ ଠକୁଥିବା ଅଭିଯୋଗ ହୋଇଛି। ଦୀର୍ଘ ଦିନ ଧରି ବଡ଼ବଡ଼ିଆଙ୍କୁ ଚୂନ ଲଗାଉଥିଲେ ଅନୀଲ୍‌ ଓ ଅଭିଲିପ୍ସା।

Advertisment

ଗତ ସପ୍ତାହର ଏନେଇ ଇନ୍‌ଫୋସିଟି ଥାନାରେ ଏକାଧିକ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଅଭିଯୋଗ ଉପରୁ ପର୍ଦ୍ଦା ହଟିଥିଲା। ଅଭିଲିପ୍ସା ଓ ଅନୀଲ୍‌ ପ୍ରକୃତରେ ପିକେ ମିଶ୍ରଙ୍କ ଝିଅ ଓ ଜ୍ୱାଇଁ ନୁହଁନ୍ତି ବୋଲି ଜଣାପଡିଥିଲା। ଏପରିକି ଉଭୟ ସ୍ୱାମୀ-ସ୍ତ୍ରୀ ନୁହେଁ ବୋଲି ସ୍ପଷ୍ଟ ହୋଇଥିଲା। ଏହାପରେ ଭୁବନେଶ୍ୱର କମିସନରେଟ୍‌ ପୁଲିସ୍‌ ଅନୀଲ ଓ ଅଭିଲିପ୍ସାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ସେମାନେ କେତେ ଟଙ୍କା ଠକିଛନ୍ତି, ତାହା ଜଣାପଡ଼ି ନାହିଁ। ଏବେ ତାହା ଉପରେ କମିସନରେଟ୍‌ ପୁଲିସ୍‌ ତଦନ୍ତ ଚଳାଇଛି। ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଡିସିପି ସ୍ଵରାଜ ଦେବତା।

Fraud Bhubaneswar Crime Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe