Advertisment

ଧରାପଡ଼ିଲେ ଦୁର୍ଦ୍ଦାନ୍ତ ରାଜଧାନୀ ଆପାର୍ଟମେଣ୍ଟ ଲୁଟେରା

ନୟାପଲ୍ଲୀ ନିରୂପମା ଆପାର୍ଟମେଣ୍ଟ ଲୁଟ୍‌ ମାମଲାରେ ପୁଲିସ୍‌ ଦୁଇ ଲୁଟେରାଙ୍କୁ ଧରିଥିବା ବେଳେ ୨ ଲକ୍ଷ ୧୫ ହଜାର ଟଙ୍କା ଜବତ କରିଛି। ଏହାଛଡ଼ା ଗୋଟିଏ ନମ୍ବର ବିହୀନ କାର, ମୋବାଇଲ ଫୋନ ଜବତ କରିଛି ପୁଲିସ୍‌।

Crime

Crime

Advertisment

ଧରା ପଡ଼ିଲେ ଆପାର୍ଟମେଣ୍ଟ ଲୁଟେରା ଗ୍ରୁପ୍‌। କମିଶନରେଟ୍‌ ପୁଲିସ୍‌ ଆପାର୍ଟମେଣ୍ଟ ଲୁଟେର ଗ୍ୟାଙ୍ଗର ଦୁଇ ଜଣଙ୍କୁ ଧରିଛି। ସେମାନେ ହେଲେ ଗୁଜୁରାଟର ଦିନେଶ କୁମାର ଶାହା ଓ ହରିଆଣାର ପୱନ କୁମାର। ନୟାପଲ୍ଲୀର ନିରୂପମା ଆପାର୍ଟମେଣ୍ଟ ଲୁଟ୍‌ରେ ଏମାନଙ୍କ ହାତ ଥିବା ଜଣାପଡ଼ିଛି। ଅନ୍ୟମାନଙ୍କୁ ଧରିବା ପାଇଁ ପୁଲିସ୍‌ର ଉଦ୍ୟମ ଜାରି ରଖିଛି ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି।

Advertisment

ରାଜଧାନୀ ଆପାର୍ଟମେଣ୍ଟ ଗ୍ୟାଙ୍ଗରେ ୨୦ରୁ ଅଧିକ ବ୍ୟକ୍ତି ସାମିଲ୍‌ ଅଛନ୍ତି। ସେମାନଙ୍କ ଭିତରୁ ଗୁଜୁରାଟର ଦିନେଶ କୁମାର ଶାହା ଓ ହରିଆଣାର ପୱନ କୁମାରଙ୍କୁ ଗିରଫ କରିଛନ୍ତି ପୁଲିସ୍‌। କମିଶନରେଟ୍‌ ପୁଲିସ୍‌ର କହିବା ଅନୁସାରେ ଏମାନେ ୩ରୁ ୪ ଗ୍ରୁପ୍‌ରେ ରହିଥାଆନ୍ତି। ଆଉ ସହର ସାରା ଘୂରି ବୁଲି ଥାଆନ୍ତି। ତା’ପରେ ଆପାର୍ଟମେଣ୍ଟ୍‌କୁ ଟାର୍ଗେଟ କରନ୍ତି। ବିଶେଷ କରି ତାଲା ପଡ଼ୁନଥିବା ଓ ଦୁର୍ବଳ ସିକ୍ୟୁରିଟି ବ୍ୟବସ୍ଥା ଥିବା ଆପାର୍ଟମେଣ୍ଟକୁ ବେଶୀ ନଜର ରଖୁଥିଲେ। ତା’ପରେ ପୂରା ଗ୍ରୁପ୍‌ ବସି ଲୁଟ୍‌ ପାଇଁ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ।

ଲୁଟ୍‌ ପୂର୍ବରୁ ଲୁଟେରାମାନେ ଗୋଟିଏ ନମ୍ୱର ବିହୀନ ନୂଆ ଗାଡ଼ି କିଣୁଥିଲେ। ସେହି ଗାଡ଼ିରେ ସେମାନେ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ଆପାର୍ଟମେଣ୍ଟକୁ ଯାଇଥିଲେ। ଜଣେ ଗାଡ଼ି ଭିତରେ ରହୁଥିବା ବେଳେ ଅନ୍ୟ ଜଣେ ଆପାର୍ଟମେଣ୍ଟ ଗେଟ୍‌ ପାଖରେ ଛିଡ଼ା ହେଉଥିଲା। ଆଉ ଆଖ ପାଖ ଅଞ୍ଚଳକୁ ଲକ୍ଷ୍ୟ କରୁଥିଲା। ଅନ୍ୟମାନେ ସିକ୍ୟୁରିଟି ଗାର୍ଡ଼ର ଅନ୍ୟ ମନସ୍କତାର ସୁଯୋଗ ନେଇ ଆପାର୍ଟମେଣ୍ଟ ଭିତରେ ପଶୁଥିଲେ। ପ୍ରଥମେ ଯାହା ଘରକୁ ଯାଉଥିଲେ ୧୦ରୁ ୧୫ ମିନିଟ୍‌ ଭିତରେ ପୂରା ଘରକୁ ସଫା କରୁଥିଲେ। ଗହଣାପତ୍ର ଓ ନଗଦ ଟଙ୍କା ଲୁଟ୍‌ କରି ଚମ୍ପଟ ମାରୁଥିଲେ। ଲୁଟ୍‌ କରିବା ପରେ ଗାଡ଼ିରେ ଅନ୍ୟ ରାଜ୍ୟକୁ ଚମ୍ପଟ ମାରୁଥିଲେ।

Advertisment

ନୟାପଲ୍ଲୀ ନିରୂପମା ଆପାର୍ଟମେଣ୍ଟ ଲୁଟ୍‌ ମାମଲାରେ ପୁଲିସ୍‌ ଦୁଇ ଲୁଟେରାଙ୍କୁ ଧରିଥିବା ବେଳେ ୨ ଲକ୍ଷ ୧୫ ହଜାର ଟଙ୍କା ଜବତ କରିଛି। ଏହାଛଡ଼ା ଗୋଟିଏ ନମ୍ବର ବିହୀନ କାର, ମୋବାଇଲ ଫୋନ ଜବତ କରିଛି ପୁଲିସ୍‌। ଆପାର୍ଟମେଣ୍ଟ ଲୁଟେରାମାନେ ଓଡ଼ିଶା ବ୍ୟତୀତ ଗୁଜରାଟ, ମହାରାଷ୍ଟ୍ର, ପୁନେ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ, ହରିୟାଣାରେ ସକ୍ରିୟ ଅଛନ୍ତି ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଗତ ୫ ମାସରେ ଚନ୍ଦକା ଥାନା ଅଞ୍ଚଳର ଏମ୍‌ଜେ ଉଡ୍ସ, ଇନ୍‌ଫୋସିଟି ଥାନା ଅଞ୍ଚଳର ରାଜବାଟିକା, ଭରତପୁର ଥାନାର ଶ୍ରୀକ୍ଷେତ୍ର, ମଞ୍ଚେଶ୍ୱର ଥାନା ଅଞ୍ଚଳର ସ୍ପେସଟାଉନ୍‌ ଆପାର୍ଟମେଣ୍ଟରୁ ଲୁଟ ହୋଇଥିଲା। ଏହାକୁ ନେଇ ରାଜଧାନୀରେ ହଇଚଇ ସୃଷ୍ଟି ହୋଇଥିଲା। ପୁଲିସ୍‌ ମଧ୍ୟ ଅଭିଯୁକ୍ତଙ୍କୁ ଧରିପାରିନଥିଲା। ଶେଷରେ ଆପାର୍ଟମେଣ୍ଟବାସୀ ଚୋରଙ୍କ ଫଟୋକୁ ସହର ସାରା ମାରିଥିଲେ। ଏପରି ଧରାଇଦେଲେ ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ଏହା ପରେ କମିଶନରେଟ୍‌ ପୁଲିସ୍‌ ତତ୍ପର ହୋଇଥିଲା। ତଦନ୍ତକୁ ଗତିଶୀଳ କରିଥିଲା। ଯେଉଁଥିପାଇଁ ଦୁଇ ଜଣଙ୍କୁ ଧରିବାରେ ସଫଳ ହୋଇଛି ପୁଲିସ୍‌।

Bhubaneswar Bhubaneswar News Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe