Advertisment

ପ୍ରେମ ପାଇଁ ନିଜର ଅପହରଣ କରିଥିଲେ; ଭାଇକୁ ମାଗିଥିଲେ କୋଟିଏ ଟଙ୍କା

ଭୁବନେଶ୍ୱର ଛାଡ଼ିବା ପୂର୍ବରୁ ସ୍ମୃତିଙ୍କ ମୋବାଇଲରୁ ତାଙ୍କ ଭାଇଙ୍କୁ ଫୋନ୍‌ କରିଥିଲେ ପ୍ରଦୀପ। ସ୍ମୃତିଙ୍କୁ ଅପହରଣ କରାଯାଇଛି ବୋଲି କହିଥିଲେ। କୋଟିଏ ଟଙ୍କା ଦେଲେ ତୁମ ଭଉଣୀଙ୍କୁ ଛାଡ଼ିବି ବୋଲି ପ୍ରଦୀପ ଧମକ ଦେଇଥିଲେ।

ଅଦ୍ୟତନ ହୋଇଛି
Crime

Crime

Advertisment

ଅଜବ ଏ ପ୍ରେମ! ପ୍ରେମରେ ପଡ଼ି ରଚିଲେ ନିଜର ଅପହରଣ ନାଟକ। ଭାଇକୁ ଖୋଳ କରିବା ପାଇଁ କରିଥିଲେ ପୂରା ଯୋଜନା। ଭାଇଠାରୁ କୋଟିଏ ଟଙ୍କା ହଡ଼ପ କରିବା ପାଇଁ ନିଜ ମୋବାଇଲ୍‌ ଫୋନ୍‌ରୁ ପ୍ରେମିକ ମାଧ୍ୟମରେ କରିଥିଲେ କଲ୍‌। ଆଉ ଏଇଠି କରି ଦେଇଥିଲେ ଭୁଲ୍‌। କମିଶନରେଟ୍ ପୁଲିସ୍ ଏମିତି ଏକ ମିଛ ଅପହରଣର ପର୍ଦ୍ଦାଫାସ କରିଛି।   

Advertisment

ରାଜଧାନୀ ଭୁବନେଶ୍ୱରର ଚନ୍ଦକା ଟ୍ରାଇଡେଣ୍ଟ ଗାଲାକ୍ସି ଆପାର୍ଟମେଣ୍ଟରେ ରୁହନ୍ତି ସ୍ମୃତିରେଖା ପାଣି ଓ ତାଙ୍କ ବାପା। ସ୍ମୃତିରେଖା ପେଶାରେ ଜଣେ ଫ୍ୟାଶନ ଡିଜାଇନର। ସ୍ୱାମୀଙ୍କଠାରୁ ଛାଡ଼ପତ୍ର ପରେ ନିଜ ବାପାଙ୍କ ସହିତ ସେହି ଆପାର୍ଟମେଣ୍ଟରେ ରହୁଥିଲେ। ତାଙ୍କ ଭାଇ ବେଙ୍ଗାଲୁରୁରେ ରହନ୍ତି। ସେ ଜଣେ ଟ୍ରେଡର। ସେ ଭଲ ରୋଜଗାର କରନ୍ତି। ସ୍ମୃତି ପେଶାରେ ଜଣେ ଫ୍ୟାଶନ୍ ଡିଜାଇନର ହୋଇଥିବାରୁ ସୋଶାଲ୍‌ ମିଡିଆ ଫ୍ରେଣ୍ଡଲି। ଇନ୍‌ଷ୍ଟାଗ୍ରାମରେ ତାଙ୍କ ସହିତ ରାଜସ୍ଥାନର ପ୍ରଦୀପ କୁମାର ଓଲାଙ୍କ ପରିଚୟ ହୋଇଥିଲା। ପରେ ଉଭୟ ଫୋନ୍‌ ନମ୍ୱର ଦିଆନିଆ ହୋଇଥିଲେ ଓ ଫୋନ୍‌ରେ କଥାବାର୍ତ୍ତା ହେଉଥିଲେ।

କଥାବାର୍ତ୍ତା ଭିତରେ ସ୍ମୃତି ତାଙ୍କ ଭାଇଙ୍କ ରୋଜଗାର ସମ୍ପର୍କରେ ପ୍ରଦୀପଙ୍କୁ କହିଥିଲେ। ପ୍ରଦୀପ ସବୁ କଥା ଜାଣିବା ପରେ ସ୍ମୃତିଙ୍କୁ ପ୍ରେମ ନିବେଦନ କରିଥିଲେ। ବାହା ହେବା ପାଇଁ ସ୍ୱପ୍ନ ଦେଖିଥିଲେ ସେମାନେ। ହେଲେ ବାହାଘର ପରେ ମହଙ୍ଗା ଦୁନିଆରେ ଚଳିବେ କେମିତି? କିଛି ଉପାୟ ଦେଖାଯାଉନଥିଲା। ତେଣୁ ନିଜର ଅପହରଣର ନାଟକ ରଚିଥିଲେ ସ୍ମୃତି। ଆଉ ତାଙ୍କୁ ସାଥ୍‌ ଦେଇଥିଲେ ପ୍ରେମିକ ପ୍ରବର ପ୍ରଦୀପ। ଫୋନ୍‌ରେ ପୂରା ଡ୍ରାମାର ରିହରସେଲ ହୋଇଥିଲା।

Advertisment

ଡ୍ରାମା ପ୍ରସ୍ତୁତ ହେବା ପରେ ପ୍ରଦୀପ ଓ ତାଙ୍କ ସାଙ୍ଗ ଦେବୀ ଲାଲା ଏକ ଟୟୋଟା କାର୍‌ରେ ରାଜସ୍ଥାନରୁ ଭୁବନେଶ୍ୱରରୁ ଆସିଥିଲେ। ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରଦୀପଙ୍କ କାର୍‌ରେ ସ୍ମୃତିରେଖା ଫେରାର ହୋଇଯାଇଥିଲେ। ଭୁବନେଶ୍ୱର ଛାଡ଼ିବା ପୂର୍ବରୁ ସ୍ମୃତିଙ୍କ ମୋବାଇଲରୁ ତାଙ୍କ ଭାଇଙ୍କୁ ଫୋନ୍‌ କରିଥିଲେ ପ୍ରଦୀପ। ସ୍ମୃତିଙ୍କୁ ଅପହରଣ କରାଯାଇଛି ବୋଲି କହିଥିଲେ। କୋଟିଏ ଟଙ୍କା ଦେଲେ ସ୍ମୃତିଙ୍କୁ ଛଡ଼ାଯିବ ବୋଲି ପ୍ରଦୀପ କହିଥିଲେ। ଭଉଣୀଙ୍କୁ ଅପହରଣ କରାଯାଇଥିବା ଶୁଣି ସ୍ମୃତିଙ୍କ ଭାଇଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। ତେଣୁ ସେ ପ୍ରଦୀପ ଦେଇଥିବା ତାଙ୍କ ଦୁଇ ଆକାଉଣ୍ଟରେ ୧୨ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ। ବାକି ଟଙ୍କା ମଧ୍ୟ ଦେବେ ବୋଲି କଥା ଦେଇଥିଲେ।

ସେପଟେ ଝିଅ ଅପହରଣ ହୋଇଥିବା ଜାଣି ବାପା ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌ରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ତତ୍ପର ହୋଇଥିଲା। ଘଟଣାର ତଦନ୍ତ ପାଇଁ ପୃଥ୍‌କ ପୃଥକ୍‌ ଟିମ୍‌ ଗଠନ କରିଥିଲା। ଏଥିସହ ସ୍ମୃତିରେଖାଙ୍କ ମୋବାଇଲ୍‌ ନମ୍ୱରକୁ ଟ୍ରାକ୍‌ କରାଯାଇଥିଲା ପୁଲିସ୍‌। ସ୍ମୃତି ଭୁବନେଶ୍ୱରରୁ ବୌଦ୍ଧ ଅଭିମୁଖେ ଯାଉଥିବା ଜାଣିବାକୁ ପାଇଥିଲା ପୁଲିସ୍‌। କମିଶନରେଟ୍‌ ପୁଲିସର ତଥ୍ୟ ଆଧାରରେ ବୌଦ୍ଧ ପୁଲିସ୍‌ ଚାରିଛକରେ ଚେକିଂ ଓ ବ୍ଲକିଂ କରିଥିଲା। ଏ ସମ୍ପର୍କରେ ସ୍ମୃତି ଓ ପ୍ରଦୀପ ଜାଣିପାରି ସେଠାରୁ ନୟାଗଡ଼ ଅଭିମୁଖେ ଫେରି ଆସୁଥିଲେ। 

ସ୍ମୃତି ଓ ପ୍ରଦୀପ ନୟାଗଡ଼ରେ ପହଞ୍ଚିଲା ବେଳକୁ ଛପି ରହିଥିଲା ପୁଲିସ୍‌। କାରରେ ଦ୍ରୁତ ଗତିରେ ଯାଉଥିବା ବେଳେ ସେମାନଙ୍କୁ ପୁଲିସ୍‌ ଅଟକାଇ ଥିଲା। ହେଲେ ସେମାନେ ପୁଲିସ୍‌କୁ ଧକ୍କା ଦେଇ ପଳାଇ ଯାଉଥିବା ବେଳେ ଗାଡ଼ିରୁ ଖସି ପଡ଼ିଥିଲେ ଦେବୀ ଲାଲ୍‌। ପୁଲିସ୍‌ ତାଙ୍କୁ ଧରି ପକାଇଥିଲା। ସେପଟେ ସ୍ମୃତି ଓ ପ୍ରଦୀପ ଆଉ ବେଶୀ ବାଟ ଯାଇପାରିନଥିଲେ। ପୁଲିସ୍‌ ପିଛା କରୁଛି ବୋଲି ସେମାନେ ଜାଣିପାରିଥିଲେ। ତେଣୁ ନୟାଗଡ଼ଠାରୁ ଅନତି ଦୂରରେ ଗାଡ଼ି ଛାଡ଼ି ପଳାଇ ଯାଉଥିଲେ। ସେହି ସମୟରେ ପିଛା କରୁଥିବା ପୁଲିସ୍‌ ସ୍ମୃତିକୁ ମାଡ଼ି ବସିଥିଲା। ପ୍ରଦୀପ ଦୌଡ଼ି ପଳାଇ ଯାଉଥିବା ବେଳେ ସ୍ଥାନୀୟ ଲୋକେ ଧରି ପୁଲିସ୍‌କୁ ଦେଇଥିଲେ।

ସ୍ମୃତି, ପ୍ରଦୀପ ଓ ଦେବୀ ଲାଲଙ୍କୁ ପୁଲିସ ଧରି ପଚରାଉଚରା କରିଥିଲେ। ତା’ପରେ ପୂରା ଡ୍ରାମା ଉପରୁ ପର୍ଦ୍ଦା ହଟିଥିଲା। ଅପହରଣ ଡ୍ରାମା ସ୍ମୃତି ଓ ପ୍ରଦୀପ ମିଶି ଲେଖିଥିବା ପୁଲିସ୍‌ ଜାଣିବାକୁ ପାଇଛି। କମିଶନରେଟ୍‌ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୁଲିସ୍‌ କମିଶନର ସଞ୍ଜୀବ ପଣ୍ଡାଙ୍କ କହିବା ଅନୁସାରେ ପ୍ରେମ ପାଇଁ ଅପହରଣ ନାଟକ ତିଆରି କରିଥିଲେ ସ୍ମୃତି ଓ ପ୍ରଦୀପ। ସେମାନଙ୍କୁ ଗିରଫ କରାଯାଇଛି। ପ୍ରଦୀପଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥିବା ୧୨ ଲକ୍ଷ ଟଙ୍କାକୁ ଫ୍ରିଜ୍‌ କରାଯାଇଛି। ସେମାନଙ୍କ ପାଖରୁ ଗୋଟିଏ କାର୍‌, ୩ଟି ମୋବାଇଲ, ଲାପ୍‌ଟପ୍‌, ଚେକ୍‌ବୁକ୍‌ ଓ ପାସ୍‌ବୁକ୍‌ ଜବତ କରାଯାଇଛି। 

Bhubaneswar Bhubaneswar News Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe