Advertisment

ବ୍ରାଉନ୍‌ସୁଗର ପାଇଁ ମର୍ଡର! ମହିଳା ମାଷ୍ଟରମାଇଣ୍ଡ ସମେତ ୩ ଗିରଫ

ଜେଲ୍‌ରୁ ବାହାରିବା ପରେ ପ୍ରତିଶୋଧ ପରାୟଣା ହୋଇପଡ଼ିଥିଲେ। ତାଙ୍କ ଜେଲ୍‌ ଯିବା ପଛରେ ସହଦେବ ନାୟକଙ୍କ ହାତ ଥିବା ସେ ସନ୍ଦେହ କରୁଥିଲେ। ତେଣୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ମହିଳା ଜଣକ ଯୋଜନା କରିଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Crime

Crime

ଖୋଲିଲା ରାଜଧାନୀ ରାଜରାସ୍ତା ମର୍ଡର ମିଷ୍ଟ୍ରୀ। ବ୍ରାଉନ୍‌ସୁଗର ପାଇଁ ହୋଇଛି ମର୍ଡର! ପୁଲିସ୍‌ ଇନ୍‌ଫର୍ମର ଭାବି ସହଦେବ ନାୟକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ବୀଭତ୍ସ ହତ୍ୟାକାଣ୍ଡର ମହିଳା ମାଷ୍ଟରମାଇଣ୍ଡ ସମେତ ୨ ସୁପାରୀକିଲରଙ୍କୁ ନୟାଗଡ଼ରୁ ଗିରଫ କରିଛି ଭୁବନେଶ୍ୱର କମିସନ୍‌ରେଟ୍‌ ପୁଲିସ୍‌।

Advertisment

ଭୁବନେଶ୍ୱର କେଦାରପଲ୍ଲୀ ବସ୍ତିରେ ସହଦେବ ନାୟକ ଘର। ସେ ହେଉଛନ୍ତି ସଫେଇ କର୍ମଚାରୀ ସଂଘର ସଭାପତି। ଏଥିସହ ପୁଲିସ୍‌ ମିତ୍ର ଭାବେ କାମ କରୁଥିଲେ। ବସ୍ତିରେ ଚାଲିଥିବା ନିଶା କାରବାରକୁ ସେ ବିରୋଧ କରୁଥିଲେ। ତେବେ ସେହି ବସ୍ତିର ଜଣେ ମହିଳା ଦୀର୍ଘ ସମୟ ଧରି ବ୍ରାଉନ୍‌ସୁଗର ବ୍ୟବସାୟ କରୁଥିଲେ। ତାଙ୍କୁ ଅବକାରୀ ବିଭାଗ ଓ କମିଶନରେଟ୍‌ ପୁଲିସ୍‌ ଗିରଫ କରିଥିଲା। କିଛି ଦିନ ଜେଲ୍‌ରେ ରହିବା ପରେ ବ୍ରାଉନ୍‌ସୁଗର କାରବାର କରୁଥିବା ମହିଳା ଜଣକ ଜେଲ୍‌ରୁ ବାହାରିଥିଲେ।

ଜେଲ୍‌ରୁ ବାହାରିବା ପରେ ପ୍ରତିଶୋଧ ପରାୟଣା ହୋଇପଡ଼ିଥିଲେ। ତାଙ୍କ ଜେଲ୍‌ ଯିବା ପଛରେ ସହଦେବ ନାୟକଙ୍କ ହାତ ଥିବା ସେ ସନ୍ଦେହ କରୁଥିଲେ। ତେଣୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ମହିଳା ଜଣକ ଯୋଜନା କରିଥିଲେ। ସେଥିପାଇଁ ଦୁଇ ସୁପାରୀ କିଲରଙ୍କ ସହଯୋଗ ଲୋଡିଥିଲେ। ଡିଲ୍‌ ଫାଇନାଲ୍‌ ହେବା ପରେ ଗତ କିଛି ଦିନ ହେଲା ସେମାନେ ସହଦେବ ନାୟକଙ୍କ ଗତିବିଧି ଉପରେ ନଜର ରଖିଥିଲେ। ଏପରିକି ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲେ। ହେଲେ ସଫଳ ହୋଇନଥିଲେ।

Advertisment

ସହଦେବ ନାୟକ ସଫେଇ କର୍ମଚାରୀ ସଂଘ ସଭାପତି ହୋଇଥିବାରୁ ପ୍ରତିଦିନ ଭୋରୁ ଉଠି ରାଜଧାନୀର ବିଭିନ୍ନ ଗଳି ଓ ଛକ ବୁଲି ଦେଖୁଥିଲେ।ସବୁଦିନ ପରି ଆଜି ଭୋରୁ ସେ ସ୍କୁଟିରେ ଘରୁ ବାହାରିଥିଲେ। ତେବେ ଆଜି ସଫେଇ କର୍ମଚାରୀଙ୍କ ପାଇଁ ଭୋଜି ଆୟୋଜନ ହୋଇଥିବାରୁ ତରତର ହୋଇ ବିଭିନ୍ନ ଛକ ବୁଲୁଥିଲେ। ଆଉ ସମସ୍ତଙ୍କ ଶୁଖ ଦୁଃଖ ବୁଝିବା ସହିତ ଭୋଜିକୁ ଯିବା ପାଇଁ ନିମନ୍ତ୍ରଣ କରିଥିଲେ।

ସକାଳେ ସଫେଇ କର୍ମଚାରୀଙ୍କ ସହିତ କଥା ହେଉଥିବା ବେଳେ ଖାସି କାଟିଥିବା ବ୍ୟକ୍ତି ଜଣକ ମାଂସ ନେଇଯିବା ପାଇଁ ତାଙ୍କୁ କହିଥିଲେ। ତା’ପରେ ସହଦେବ ବାଣୀବିହାର ଓଭରବ୍ରିଜ୍‌ ଦେଇ ରସୁଲଗଡ଼ ଅଭିମୁଖେ ଯାଉଥିଲେ। ଠିକ୍‌ ସେତିକି ବେଳେ ବ୍ରାଉନ୍‌ସୁଗର ବେପାରୀ(ମହିଳା)ଙ୍କ ଦୁଇ ସୁପାରୀକିଲ ବାଇକ୍‌ରେ ଦ୍ରୁତ ଗତିରେ ଆସି ଏକ ଖଣ୍ଡାରେ ତାଙ୍କ ବେକ କାଟି ଦେଇ ଚମ୍ପଟ ମାରିଥିଲେ। ଜାତୀୟ ରାଜପଥରେ ତାଙ୍କ ମୁଣ୍ଡ ଓ ଗଣ୍ଡି ଅଲଗା ହୋଇଯାଇଥିଲା।

ସକାଳେ ସକାଳେ ସହଦେବଙ୍କ ମର୍ଡରକୁ ନେଇ ଅଶାନ୍ତ ହୋଇଥିଲା ରାଜଧାନୀ। ଅଭିଯୁକ୍ତଙ୍କ ଗିରଫ ଦାବିରେ ଅଡି ବସିଥିଲେ ସଫେଇ କର୍ମଚାରୀ ଓ ପରିବାର ଲୋକ। ଘଟଣାର ତଦନ୍ତ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା ପୁଲିସ୍‌। ଅଭିଯୁକ୍ତଙ୍କ ମୋବାଇଲ୍‌ ଲୋକେସନ୍‌ ଟ୍ରାକ୍‌ କରି ପିଛା କରିଥିଲା। ଶେଷରେ ସେମାନଙ୍କୁ ନୟାଗଡ଼ ଜିଲ୍ଲା ଶରଣକୁଳ ଅଞ୍ଚଳରୁ ଧରିଥିଲା। ପଚରାଉଚରା ପରେ ସହଦେବଙ୍କୁ ମର୍ଡର କରିବା ସ୍ୱୀକାର କରିଥିଲେ। ଏହି ମାମଲା ବ୍ରାଉନ୍‌ସୁଗର ମାଫିଆ(ମହିଳା) ଓ ତାଙ୍କର ଦୁଇ ସୁପାରୀକିଲଙ୍କୁ ଗିରଫ କରିଛି କମିଶନରେଟ୍‌ ପୁଲିସ୍‌।

Bhubaneswar Bhubaneswar News Crime