Advertisment

CBI ଅଫିସର କହି ଲୁଟିଥିଲେ; ଛାଡ଼ି ଯାଇଥିବା ବ୍ୟାଗ ଖୋଲିଦେଲା ଗୁମର

ବେଶ୍‌ ଚାଲାକର ସହ ଘଟିଥିବା ଏହି ଲୁଟର ଖିଅ ମିଳିଥିଲା ଅଭିଯୁକ୍ତ ଛାଡ଼ି ଯାଇଥିବା ଏକ ବ୍ୟାଗରୁ। ଅପରାଧୀମାନେ ଭୁଲରେ ସେହି ଘରେ ଏକ ବ୍ୟାଗକୁ ଛାଡ଼ି ପଳାଇଥିଲେ। ଯେଉଁଥିରେ ଥିଲା ଏକ ପୁରୁଣା ସିମ କାର୍ଡ।

author-image
Manoranjan Sial
Money

Money

ସିବିଆଇ ଅଧିକାରୀ କହି ରାତି ଅଧରେ ଘରେ ପଶି ୨ କୋଟି ଟଙ୍କା ଲୁଟି ନେଇଥିଲେ। ହେଲେ ଦୁର୍ଭାଗ୍ୟକୁ ଛାଡ଼ି ଯାଇଥିଲେ ବ୍ୟାଗ। ସେହି ବ୍ୟାଗକୁ ଘାଣ୍ଟି ଘାଣ୍ଟି ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଛି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌। ନନ୍ଦନବିହାର ଲୁଟ୍‌ ମାମଲାରେ ପୁଲିସ୍‌ ୫ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ କିଛି ସୁନା ଅଳଙ୍କାର ଓ କୋଟିଏ ଦୁଇ ଟଙ୍କା ଜବତ କରିଛି।

Advertisment

ଅଗଷ୍ଟ ୨ ତାରିଖ ବିଳମ୍ବିତ ରାତି ନନ୍ଦନ ବିହାରର ନିବାରଣ ପାଣି ଓ ତାଙ୍କ ପୁଅ ଘରେ ଥିଲେ। ଠିକ୍‌ ସେହି ସମୟରେ ୫ ଜଣ ଯୁବକ ଭଦ୍ର ଲୋକଙ୍କ ପରି ଘରେ ପଶିଥିଲେ। ଆଉ ନିଜକୁ ସିବିଆଇ ଅଫିସରଙ୍କ ପରିଚୟ ଦେଇଥିଲେ। ପରେ ନିବାରଣଙ୍କ ମୁହଁରେ ଟ୍ୟାପ୍‌ ମାରିଦେଇଥିଲେ ଓ ତାଙ୍କ ପୁଅଙ୍କ ହାତ ଗୋଡ଼ ବାନ୍ଧି ଦେଇଥିଲେ। ତା’ପରେ ପୂରା ଘରର ତଲାସୀ ଥିଲେ। ଜଣେ ବ୍ୟକ୍ତି ବନ୍ଧୁକ ଦେଖାଇ ବାପ-ପୁଅଙ୍କୁ ଡ଼ରାଉଥିଲା ବେଳେ ଅନ୍ୟମାନେ ଘରେ ଥିବା ୨ କୋଟି ଟଙ୍କାକୁ ଏକାଠି କରିଥିଲେ। ଏପରିକି ସୁନା ଅଳଙ୍କାରକୁ ମଧ୍ୟ ନେଇଯାଇଥିଲେ। ଲୁଟ୍‌ ପରେ ଆଖି ପିଛୁଳାକେ ସେଠୁ ମାରିଥିଲେ ଚମ୍ପଟ୍‌ ମାରିଥିଲେ।

ବେଶ୍‌ ଚାଲାକର ସହ ଘଟିଥିବା ଏହି ଲୁଟର ଖିଅ ମିଳିଥିଲା ଅଭିଯୁକ୍ତ ଛାଡ଼ି ଯାଇଥିବା ଏକ ବ୍ୟାଗରୁ। ଅପରାଧୀମାନେ ଭୁଲରେ ସେହି ଘରେ ଏକ ବ୍ୟାଗକୁ ଛାଡ଼ି ପଳାଇଥିଲେ। ଯେଉଁଥିରେ ଥିଲା ଏକ ପୁରୁଣା ସିମ କାର୍ଡ। ଆଉ ସିମ୍‌କାର୍ଡକୁ ଧରି ତଦନ୍ତ ଚଳାଇଥିଲା କମିଶନରେଟ୍‌ ପୁଲିସ୍‌। ଲିଙ୍କ ଖୋଜୁ ଖୋଜୁ ଲୁଟ୍‌ରେ ଶିକାର ହୋଇଥିବା ନିବାରଣଙ୍କ ଜଣେ ସମ୍ପର୍କିୟଙ୍କ ଡ୍ରାଇଭର ବାଦଲଙ୍କ ପାଖରେ ପହଞ୍ଚିଥିଲା ପୁଲିସ୍‌।

Advertisment

ବାଦଲ ମୁଖ୍ୟ ଅଭିଯୁକ୍ତ। ସମ୍ବଲପୁର ଜିଲ୍ଲା ରେଙ୍ଗାଲୀରେ ବସି ଲୁଟ୍‌ର ପୂରା ପ୍ଲାନ୍‌ ତିଆରି କରିଥିଲା ବାଦଲ। ତା’ପରେ ସେ ଅନ୍ୟ ୮ ଜଣଙ୍କୁ ଏଥିରେ ସାମିଲ କରାଇ ନିବାରଣଙ୍କ ଘରୁ ଲୁଟ୍‌ କରିଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି ନିବାରଣ କେଉଁଠୁ ଟଙ୍କା ଆଣିଥିଲେ? ସେ ସମ୍ପର୍କରେ ବାଦଲ ଜାଣିଲେ କେମିତି? ତାକୁ ଖୋଜିବା ଏବେ ପୁଲିସ୍‌ ପାଇଁ ବଡ଼ କାଠିକର ପାଠ ହେବ।

କମିଶନରେଟ୍‌ ପୁଲିସ୍‌ ଏହି ଲୁଟ୍‌ରେ ସନାତନ ନାୟକ ଓରଫ ସନା, ଅର୍ବାଜନ ଖାନ ଓରଫ ବିଟୁ, ସଞ୍ଜୟ ମଲ୍ଲିକ ଓରଫ କାଲିଆ, ଆଜମୀର ଅଲ୍ଲୀ ଓରଫ ରାଜା ଓ ହେମନ୍ତ କୁମାର ଧୀରଙ୍କୁ ଗିରଫ କରିଛି। ସେମାନଙ୍କଠାରୁ କୋଟିଏ ଦୁଇ ଲକ୍ଷ ନଗଦ ଟଙ୍କା, ସୁନା ଗହଣା(ସୁନା ହାର, ୪ଟି ମୁଦି ଓ ହଳେ କାନ ଫୁଲ) ଓ ଗୋଟିଏ ପିସ୍ତଲ ଜବତ କରିଛି। ତେବେ ବାକି ଟଙ୍କା ଓ ଗହଣା ଅନ୍ୟ ୪ ଅପରାଧୀଙ୍କ ପାଖରେ ଥାଇପାରେ। ସେଥିପାଇଁ ତଦନ୍ତକୁ ଆହୁରି ଜୋରଦାର କରିଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି।

Bhubaneswar Bhubaneswar News Commissionerate Police