Advertisment

B-Tech ଗଞ୍ଜେଇ ମାଫିଆ; ବାହାରୁ ସୁନ୍ଦର ତରୁଣୀ ଆଣି ରିଲ୍ସ କରୁଥିଲେ

ଗଞ୍ଜେଇ ଚାଲାଣ କରି ଉପାର୍ଜନ କରୁଥିବା ଟଙ୍କାରେ ଅଏସ୍‌ କରୁଥିଲେ ପୁଷ୍ପକ ଓ ତାଙ୍କ ସାଥୀ। ମିଳିଥିବା ସୂଚନା ଅନୁସାରେ ରାଜ୍ୟ ବାହାରୁ ସୁନ୍ଦର ସୁନ୍ଦର ତରୁଣୀ ଆଣି ସେମାନଙ୍କ ସହିତ ରିଲ୍ସ କରୁଥିଲେ।

Reals

Reals

Advertisment

ଅଏସ କରୁଥିଲେ B-Tech ଗଞ୍ଜେଇ ମାଫିଆ। ଗଞ୍ଜେଇ ବେପାରରୁ ରୋଜଗାର କରୁଥିବା ଟଙ୍କାରେ ମୌଜ ମଜଲିସ୍‌ କରୁଥିଲେ। ରାଜ୍ୟ ବାହାରୁ ସୁନ୍ଦର ସୁନ୍ଦର ତରୁଣୀ ଆଣି ସେମାନଙ୍କ ସହିତ ରିଲ୍ସ କରୁଥିଲେ। ସୋଶାଲ୍‌ ମିଡ଼ିଆରେ ଧମାଲ୍‌ କରୁଥିଲେ। ଆଜି ସେହି ରଙ୍ଗୀଲା ଗଞ୍ଜେଇ ମାଫିଆଙ୍କୁ ଧରିଛି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌। ଏଥିସହ ୨ଟି ଦାମୀ କାର୍‌ ଓ ଗଞ୍ଜେଇ ଜବତ କିରିଛି କମିଶନରେଟ୍‌ ପୁଲିସ୍‌।

Advertisment

ଜଙ୍କିଆ ଅଞ୍ଚଳର ପୁଷ୍ପକ ଶ୍ରୀଚନ୍ଦନ B-Tech ପାସ୍‌ କରିଛନ୍ତି। ପାଠ ପଢ଼ା ସହିବା ପରେ ଇଞ୍ଜିନିୟରିଂ ଚାକିରି କରିବା ପରିବର୍ତ୍ତେ ଗଞ୍ଜେଇ ବେପାର କରିବା ପାଇଁ ମନ ବଳାଇଥିଲେ। ସେଥିପାଇଁ ଏକ ଗ୍ରୁପ୍‌ ଗଢ଼ିଥିଲେ। ଆଉ କନ୍ଧମାଳର ରାଇଙ୍ଗିଆରୁ ଗଞ୍ଜେଇ ଆଣି ଖୋର୍ଦ୍ଧା ଓ ଭୁବନେଶ୍ୱରର ବମିଖାଲ୍‌ରେ ରଖୁଥିଲେ। ପୁଲିସ୍‌ ହାତରେ ଧରା ନପଡ଼ିବା ପାଇଁ ମଧ୍ୟାହ୍ନରୁ ଅପରାହ୍ନ ୪ଟା ଭିତରେ ଗଞ୍ଜେଇ ଚାଲାଣ କରୁଥିଲେ। ଆଉ ପରବର୍ତ୍ତୀ ସମୟରେ ସେହି ଗଞ୍ଜେଇକୁ କୋଲକାତା ଚାଲାଣ କରୁଥିଲେ।

ପଶ୍ଚିମବଙ୍ଗକୁ ଦୁଇଟି ଉପାୟରେ ଗଞ୍ଜେଇ ଚାଲାଣ ହେଉଥିଲା। ପୁଷ୍ପକ ଓ ତାଙ୍କ ସାଥୀମାନେ ସିଧାସଳଖ ଗଞ୍ଜେଇ ନେଇ କୋଲକାତାର ମାଫିଆଙ୍କୁ ଦେଉଥିଲେ। ବେଳେ ବେଳେ କୋଲକାତାର ମାଫିଆମାନେ ଓଡ଼ିଶା ଆସି ଭୁବନେଶ୍ୱରରୁ ଗଞ୍ଜେଇ ଧରି ଯାଉଥିଲେ। ସେମାନଙ୍କୁ କର୍ଡନ କରାଇ ନେଉଥିଲେ ପୁଷ୍ପକ ଶ୍ରୀଚନ୍ଦନଙ୍କ ସାଥୀମାନେ। ଗଞ୍ଜେଇ ଚାଲାଣ କରି ଉପାର୍ଜନ କରୁଥିବା ଟଙ୍କାରେ ଅଏସ୍‌ କରୁଥିଲେ ପୁଷ୍ପକ ଓ ତାଙ୍କ ସାଥୀ। ମିଳିଥିବା ସୂଚନା ଅନୁସାରେ ରାଜ୍ୟ ବାହାରୁ ସୁନ୍ଦର ସୁନ୍ଦର ତରୁଣୀ ଆଣି ସେମାନଙ୍କ ସହିତ ରିଲ୍ସ କରୁଥିଲେ। ସେମାନଙ୍କ ସହିତ ମୌଜ ଓ ମଜଲିସ୍‌ କରୁଥିଲେ।

Advertisment

ପୁଲିସ୍‌ କମିଶନର ସଞ୍ଜୀବ ପଣ୍ଡାଙ୍କ କହିବା ଅନୁସାରେ ପୁଷ୍ପକ ଓ ତାଙ୍କ ସାଥୀମାନେ ଗଞ୍ଜେଇ ଚାଲାଣ କରୁଥିବା ସମ୍ପର୍କରେ ସୂଚନା ମିଳିଥିଲା। ତା’ପରେ ସେମାନଙ୍କୁ ଧରିବା ପାଇଁ ଜାଲ ବିଛା ଯାଇଥିଲା। ସେମାନେ ଗଞ୍ଜେଇ ଧରି କାର୍‌ରେ ଆସୁଥିବା ବେଳେ ପୁଲିସ୍‌ ଧରିଥିଲା। ପୁଲିସ ସେମାନଙ୍କଠାରୁ ୧୩୦ କେଜି ଗଞ୍ଜେଇ ଓ ୨ଟି କାର୍‌ ଜବତ କରିଛି। ପଷ୍ପକଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ୫ ଜଣଙ୍କ ଭିତରେ ୨ ଜଣ ପଶ୍ଚିମବଙ୍ଗର ଯୁବକ ଅଛନ୍ତି। ଗିରଫ ଅଭିଯୁକ୍ତଙ୍କ ନାଁରେ କୌଣସି ମାମଲା ନାହିଁ। ତଥାପି ଖୋଳତାଡ ଚାଲିଛି ବୋଲି ପୁଲିସ୍‌ କମିଶନର କହିଛନ୍ତି।

Bhubaneswar Bhubaneswar News Commissionerate Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe