Advertisment

ରାଜଧାନୀ ମର୍ଡର ମାମଲାରେ ୨ ମହିଳାଙ୍କ ସହ ୫ ଗିରଫ

କେଦାରପଲ୍ଲୀ ବସ୍ତିରେ ସହଦେବ ନାୟକ ଘର। ବୁଧବାର ସକାଳ ପ୍ରାୟ ୮ଟା ବେଳେ ସେ ସ୍କୁଟିରେ ଯାଉଥିବା ବେଳେ ଆକ୍ରମଣ ହୋଇଥିଲା। କେଦାରପଲ୍ଲୀ ଲକ୍ଷ୍ମୀଧର ନାୟକ ଓରଫ ମଣ୍ଟି ଓ ତାଙ୍କର ସହଯୋଗୀ ଖୋର୍ଦ୍ଧା ଜିଲ୍ଲାର ରକି ନାୟକ ଆକ୍ରମଣ କରିଥିଲା।

ଅଦ୍ୟତନ ହୋଇଛି
Accused

Accused

Advertisment

ପ୍ରାଥମିକ ତଦନ୍ତରୁ ବ୍ୟକ୍ତିଗତ କାରଣ ପାଇଁ ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ଲୋମଟାଙ୍କୁରା ହତ୍ୟାକାଣ୍ଡ। ଏହି ମାମଲାରେ ଦୁଇ ମହିଳାଙ୍କ ସମେତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ଭୁବନେଶ୍ୱର କମିସନ୍‌ରେଟ୍‌ ପୁଲିସ୍‌। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ବେଳେ ଏବେ ମଧ୍ୟ ମାମଲା ତଦନ୍ତ ଚାଲିଥିବା ଡିସିପି ପିନାକି ମିଶ୍ର କହିଛନ୍ତି।

Advertisment

କେଦାରପଲ୍ଲୀ ବସ୍ତିରେ ସହଦେବ ନାୟକ ଘର। ବୁଧବାର ସକାଳ ପ୍ରାୟ ୮ଟା ବେଳେ ସେ ସ୍କୁଟିରେ ଯାଉଥିବା ବେଳେ ଆକ୍ରମଣ ହୋଇଥିଲା। କେଦାରପଲ୍ଲୀ ଲକ୍ଷ୍ମୀଧର ନାୟକ ଓରଫ ମଣ୍ଟି ଓ ତାଙ୍କର ସହଯୋଗୀ ଖୋର୍ଦ୍ଧା ଜିଲ୍ଲାର ରକି ନାୟକ ଆକ୍ରମଣ କରିଥିଲା। ରକି ନାୟକ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ କ୍ୟାପିଟାଲ୍‌ ମେଡିକାଲ୍‌ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମର୍ଡର ନେଇ ସ୍ପଷ୍ଟ ହେବା ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ କମିସନ୍‌ରେଟ୍‌ ପୁଲିସ୍‌ ୩ଟି ଟିମ୍‌ ଗଠନ କରିଥିଲା। ଅଭିଯୁକ୍ତଙ୍କ ପିଛା କରିଥିଲା। ନୟାଗଡ଼ରୁ ଲକ୍ଷ୍ମୀଧର ଓ ରକିଙ୍କୁ ଧରିଥିଲା। ପରେ ସେମାନଙ୍କ ବୟାନ୍‌ ଆଧାରରେ ଲକ୍ଷ୍ମୀଧରଙ୍କ ପତ୍ନୀ ଲିପିକା, କେଦାରପଲ୍ଲୀ ଅଞ୍ଚଳର ରାକେଶ ନାୟକ ଓରଫ ଅଣ୍ଡା ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ନାୟକଙ୍କୁ ଧରିଥିଲା। ଅନ୍ୟତମ ଅଭିଯୁକ୍ତ ଫେରାର ରହିଛି। ଏଥିସହ ଆକ୍ରମଣରେ ବ୍ୟବହୃତ ହୋଇଥିବା ୨ଟି ବାଇକ୍‌, ଧାରୁଆ ଅସ୍ତ୍ର, ୪ଟି ମୋବାଇଲ୍‌, ରକ୍ତ ଭିଜା ସାର୍ଟ, ୨ଟି ବ୍ୟାଗ ପୁଲିସ୍‌ ଜବତ କରିଛି। ଏବେ ମଧ୍ୟ ଘଟଣାର ତଦନ୍ତ ଚାଲିଛି। ଗିରଫ ଅଭିଯୁକ୍ତଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଉଛି। ପ୍ରାଥମିକ ତଦନ୍ତରୁ ବ୍ୟକ୍ତିଗତ କାରଣ ପାଇଁ ହତ୍ୟା କରାଯାଇଥିବା ଡିସିପି କହିଛନ୍ତି।

Advertisment

ସେପଟେ ଡିସିପି କହିଛନ୍ତି, ସମସ୍ତ ଅଭିଯୁକ୍ତଙ୍କର ଅପରାଧୀକ ରେକର୍ଡ ଯାଞ୍ଚ ଚାଲିଛି। ତେବେ ପୂର୍ବରୁ ଲିପିକାଙ୍କୁ ଗିରଫ କରିଥିଲା ଅବକାରୀ ବିଭାଗ।ସେ ଗତ ୫ ତାରିଖରେ ବେଲ୍‌ରେ ଆସିଥିଲେ। 

Bhubaneswar Murder Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe