Advertisment

ଗୋଟିଏ ବାଇକ୍‌ରେ ଆସୁଥିଲେ, ୩ଟି ବାଇକ୍‌ରେ ଫେରୁଥିଲେ

କୋଣାର୍କ ଅଞ୍ଚଳର କ୍ରିଷ୍ଣା କାଣ୍ଡି ଜଣେ ପେଶାଦାର ଚୋର। ବାଇକ ଚୋରି ଅଭିଯୋଗରେ ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌ ତାଙ୍କୁ ୨୦୨୩ ମସିହା ଅଗଷ୍ଟ ୨୩ ତାରିଖରେ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ସେ ଜେଲ୍‌ରୁ ବାହାରି ନୂଆ ଗ୍ୟାଙ୍ଗ ତିଆରି କରିଥିଲା।

ଅଦ୍ୟତନ ହୋଇଛି
Loot

Loot

Advertisment

ଗୋଟିଏ ବାଇକ୍‌ରେ ଆସୁଥିଲେ। ଫେରୁଥିଲେ ୩ ବାଇକ୍‌ରେ...। ଆଉ ଲୁଟ୍‌ ବାଇକ୍‌କୁ ଝାଉଁବଣ ବାଲିରେ ପୋତି ଦେଉଥିଲେ। ଭୁବନେଶ୍ୱର କମିଶନରେଟ୍‌ ପୁଲିସ ଆଜି ଏପରି ଏକ ଲୁଟେରା ଗ୍ୟାଙ୍ଗକୁ ଧରିଛି। ଗିରଫ ଅଭିଯୁକ୍ତଙ୍କ ଘର ପୁରୀ ଜିଲ୍ଲା କୋଣାର୍କରେ ହୋଇଥିବା ବେଳେ ଭୁବନେଶ୍ୱରରୁ ଲୁଟୁଥିଲେ। ପୁଲିସ୍‌ ୮ ଜଣଙ୍କୁ ଗିରଫ କରିବା ସହିତ ୩୧ଟି ଚୋରା ବାଇକ୍‌ ଜବତ କରିଛି।

Advertisment

କୋଣାର୍କ ଅଞ୍ଚଳର କ୍ରିଷ୍ଣା କାଣ୍ଡି ଜଣେ ପେଶାଦାର ଚୋର। ବାଇକ ଚୋରି ଅଭିଯୋଗରେ ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌ ତାଙ୍କୁ ୨୦୨୩ ମସିହା ଅଗଷ୍ଟ ୨୩ ତାରିଖରେ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ସେ ଜେଲ୍‌ରୁ ବାହାରି ନୂଆ ଗ୍ୟାଙ୍ଗ ତିଆରି କରିଥିଲା। ଯେଉଁଥିରେ ଥିଲେ ୫ ଜଣ। ସମସ୍ତଙ୍କ ଘର କୋଣାର୍କ ଅଞ୍ଚଳର। ଚୋରିର ପୂରା ନକ୍ସା ତିଆରି କରୁଥିଲା କ୍ରିଷ୍ଣା। କେଉଁ ଦିନ କେଉଁ ମାର୍କେଟରୁ ଚୋରି ହେବ? ଚୋରି ବାଇକ୍‌ କେଉଁଠି ରହିବ? କେମିତି ବିକ୍ରି ହେବ? ଏହାର ସବୁ ଦାୟିତ୍ୱ ନେଇଥିଲା କ୍ରିଷ୍ଣା।

ଅଭିଯୋଗ ଅନୁସାରେ କ୍ରିଷ୍ଣାଙ୍କ ୩ ସହଯୋଗୀ ଗୋଟିଏ ବାଇକ୍‌ରେ କୋଣାର୍କରୁ ଭୁବନେଶ୍ୱର ଆସୁଥିଲେ। ଭୁବନେଶ୍ୱର କୋର୍ଟ, ଉତ୍କଳ ଗ୍ୟାଲେରିଆ, ରବି ଟକିଜ୍‌ ଡେଲି ମାର୍କେଟ ପ୍ରମୁଖ ସ୍ଥାନକୁ ଟାର୍ଗେଟ କରୁଥିଲେ। ଆଉ ସମୟ ସୁବିଧା ଦେଖି ମାଷ୍ଟର କି’ରେ ତାଲା ଭାଙ୍ଗି ବାଇକ୍‌ ଲୁଟି ନେଉଥିଲେ। ଭୁବନେଶ୍ୱରରୁ କୋଣାର୍କ ଫେରିଲା ବେଳେ ୩ଟି ବାଇକ୍‌ ଧରି ଫେରୁଥିଲେ। ଲୁଟ୍‌ ପରେ ବାଇକ୍‌ ଗୁଡ଼ିକୁ ଚନ୍ଦ୍ରଭାଗା ଓ କୋଣାର୍କ ଝାଉଁ ବଣରେ ଲୁଚାଇ ରଖୁଥିଲେ। ଆଉ କିଛି ବାଇକ୍‌କୁ ବାଲିରେ ଗାତ ଖୋଲି ପୋତି ଦେଉଥିଲେ। ତା’ପରେ ଅତି ନିର୍ଭୟରେ କୋଣାର୍କ ଅଞ୍ଚଳରେ ଘୂରି ବୁଲୁଥିଲେ।

Advertisment

ସମୟ ସୁବିଧା ଦେଖି ବାଇକ୍‌ ଗୁଡ଼ିକୁ କମ୍‌ ଦାମ୍‌ରେ ବିକ୍ରି କରିଦେଉଥିଲେ। ଆଉ କିଛି ବାଇକ୍‌କୁ ବନ୍ଧା ପକାଇ ଟଙ୍କା ଆଣୁଥିଲେ। ହେଲେ ସେହି ବାଇକ୍‌ ଗୁଡ଼ିକୁ ଆଉ ଆଣୁନଥିଲେ। ପୁଲିସ୍‌ କମିଶନରଙ୍କ କହିବା ଅନୁସାରେ କ୍ରିଷ୍ଣା ଓ ତାଙ୍କ ସହଯୋଗୀମାନେ ସବୁ କମ୍ପାନୀର ବାଇକ୍‌ ଲୁଟୁଥିଲେ। ହେଲେ ହିରୋ କମ୍ପାନୀର ବାଇକ୍‌କୁ ବେଶୀ ଟାର୍ଗେଟ କରୁଥିଲେ। ଆଜି କ୍ରିଷ୍ଣାଙ୍କ ସମେତ ୮ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ଭିତରେ ୨ ଜଣ ଚୋରା ବାଇକ୍‌ କିଣିଥିବା ବ୍ୟକ୍ତି ଅଛନ୍ତି। ଏଥିସହ ୫ଟି ବାଷ୍ଟର କି’, ୩୧ଟି ବାଇକ୍‌ ଜବତ କରିଛି ପୁଲିସ୍‌। ଜବତ ବାଇକ୍‌ ଭିତରୁ କିଛି ବାଇକ୍‌ ବାଲି ତଳୁ ଉଦ୍ଧାର କରାଯାଇଛି ବୋଲି ପୁଲିସ କମିଶନର କହିଛନ୍ତି।

Bhubaneswar Bhubaneswar News Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe