Advertisment

୨୫ ବର୍ଷ ପରେ ପୁଣି ଥରେ ଚର୍ଚ୍ଚାରେ ବାରଙ୍ଗ

ଅଶ୍ଲୀଳ ଭିଡିଓକୁ ଅସ୍ତ୍ର କରି ପ୍ରେମିକ ଆଶୁତୋଷ ଓ କାଫେ ମାଲିକ ତାଙ୍କୁ(ଛାତ୍ରୀ)ଙ୍କୁ ବାରଙ୍ଗକୁ ଡାକିଥିଲେ। ଡାକରା ପାଇ ସେଠାକୁ ଯିବା ପାଇଁ ବାଧ୍ୟ ହୋଇଥିଲେ ଲିଶା। ବାରଙ୍ଗ ଗଲା ପରେ ସେଠାରେ ତାଙ୍କୁ ଏକ ଘର ଭିତରେ ପ୍ରେମିକଙ୍କ ସମେତ ଜଣେ ପରେ ଜଣେ କରିଥିଲେ ଦୁଷ୍କର୍ମ।

author-image
Manoranjan Sial
ଅଦ୍ୟତନ ହୋଇଛି
Gang Rape

Gang Rape

୨୫ ବର୍ଷ ତଳେ ଏକ କଳଙ୍କିତ ଘଟଣା ପାଇଁ ଚର୍ଚ୍ଚାକୁ ଆସିଥିଲା ବାରଙ୍ଗ। ୨୫ ବର୍ଷ ପରେ ପୁଣି ଥରେ ସେମିତି ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ବାରଙ୍ଗ। ଘଟିଛି ଆଉ ଏକ ଗଣ ଦୁଷ୍କର୍ମ। ପ୍ରେମିକାଙ୍କୁ ଡାକି ତାଙ୍କ ପ୍ରେମିକଙ୍କ ସମେତ ୬ ଜଣ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

Advertisment

ଦଶହରା ପାଇଁ ଉତ୍ସବ ମୁଖର ହୋଇଥିଲା ରୁପାର ସହର କଟକ। ରଙ୍ଗୀନ ଆଲୋକ ମେଳା ସାଙ୍ଗକୁ ଗହଳୀଚହଳୀରେ ଫାଟି ପଡ଼ୁଥିଲା ପରିବେଶ। ତାହାରି ଭିତରେ ଜନ୍ମଦିନ ସେଲିବ୍ରେସନ୍‌ କରିବା ବାହାନାରେ ପ୍ରେମିକା ଲିଶା(ଛଦ୍ମନାମ)ଙ୍କୁ ଡାକିଥିଲେ ଆଶୁତୋଷ। ପୂଜାର ମାହୋଲ ଭିତରେ ପ୍ରେମିକଙ୍କଠାରୁ ଡାକରା ପାଇ ଧାଇଁ ଯାଇଥିଲେ ପ୍ରେମିକା ଲିଶା। ପୁରୀଘାଟ ଥାନା ଅଞ୍ଚଳରେ ଏକ କାଫେରେ ଆୟୋଜନ କରାଯାଇଥିଲା ଜନ୍ମଦିନ ସେଲିବ୍ରେସନ୍‌।

ଜନ୍ମଦିନ ସେଲିବ୍ରେସନ୍‌ ଭିତରେ ପ୍ରେମିକାଙ୍କ ଅଜାଣତରେ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରିଥିଲେ ଆଶୁତୋଷ। ଆଉ ସେଥିରେ ସହଯୋଗ କରିଥିଲେ କାଫେ ଚଲାଉଥିବା ଭଗବତପୁର ଅଞ୍ଚଳର ଜଣେ ନାବାଳକ। ପରବର୍ତ୍ତୀ ସମୟରେ ସେହି ଭିଡ଼ିଓ ଦେଖାଇ ବ୍ଲାକମେଲ୍ ଆରମ୍ଭ କରିଥିଲେ ବୟଫ୍ରେଣ୍ଡ ଆଶୁତୋଷ ଓ ତାଙ୍କ ସାଥୀ। ଯାହାଁଙ୍କୁ ଏତେ ଭଲ ପାଉଥିଲେ, ସିଏ ଦିନେ ଏମିତି କରିବ ବୋଲି କେବେ ଭାବି ପାରିନଥିଲେ ଲିଶା। ପୂରା ଅସହାୟ ହୋଇ ପଡ଼ିଥିଲେ।

Advertisment

ଅଶ୍ଲୀଳ ଭିଡିଓକୁ ଅସ୍ତ୍ର କରି ପ୍ରେମିକ ଆଶୁତୋଷ ଓ କାଫେ ମାଲିକ ତାଙ୍କୁ(ଛାତ୍ରୀ)ଙ୍କୁ ବାରଙ୍ଗକୁ ଡାକିଥିଲେ। ଡାକରା ପାଇ ସେଠାକୁ ଯିବା ପାଇଁ ବାଧ୍ୟ ହୋଇଥିଲେ ଲିଶା। ବାରଙ୍ଗ ଗଲା ପରେ ସେଠାରେ ତାଙ୍କୁ ଏକ ଘର ଭିତରେ ପ୍ରେମିକଙ୍କ ସମେତ ଜଣେ ପରେ ଜଣେ କରିଥିଲେ ଦୁଷ୍କର୍ମ। ନାବାଳକ କାଫେ ମାଲିକ ମଧ୍ୟ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗତ ୪ ତାରିଖରେ ପୀଡ଼ିତା ଏ ନେଇ ବାଦାମବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ବୟଫ୍ରେଣ୍ଡଙ୍କ ସମେତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତଙ୍କ ଭିତରେ ଝାଞ୍ଜିରିମଙ୍ଗଳା ଅଞ୍ଚଳରୁ ୩ ଜଣ ଥିବା ବେଳେ ଭଗତପୁର ଅଞ୍ଚଳର କାଫେ ମାଲିକ, ଖୋର୍ଦ୍ଧା ଓ ନୟାଗଡ଼ ଅଞ୍ଚଳର ଜଣେ ଲେଖାଏଁ ଅଭିଯୁକ୍ତ ଅଛନ୍ତି।

ଅଭିଯୋଗକୁ ନେଇ କଟକ ଡିସିପି ଜଗମୋହନ ମୀନା କହିଛନ୍ତି, ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍‌)ର ଧାରା 70, 351,49 ସହିତ ଏସସିଏସଟି ଆକ୍ଟ ଓ ଆଇଟି ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଛି। ଏହାସହ ମାଜିଷ୍ଟ୍ରେଟଙ୍କ ନିକଟରେ ପୀଡ଼ିତାଙ୍କ ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ଭିତରେ ଜଣେ ନାବାଳକ ରହିଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କର ମୋବାଇଲ ଫୋନ ଜବତ କରାଯାଇଛି। ତେବେ ଭିଡିଓ ଭାଇରାଲ ହୋଇଛି‌‌ କି ନାହିଁ ସେ ଦିଗରେ ତଦନ୍ତ ଜାରି ରହିଛି। ମୋବାଇଲ ଗୁଡ଼ିକୁ ଫରେନ୍‌ସିକ୍‌ ଲାବରେଟାରୀକୁ ପଠାଇ ଦିଆଯାଇଛି। ରିପୋର୍ଟକୁ ଅପେକ୍ଷା କରାଯାଇଛି। ପୀଡିତାଙ୍କୁ ତ୍ୱରିତ ନ୍ୟାୟ କିପରି ମିଳିବ ସେ ଦିଗରେ ଧ୍ୟାନ ଦିଆଯିବା ସହ ତୁରନ୍ତ ଚାର୍ଜସିଟ୍‌ ମଧ୍ୟ ଦାଖଲ କରାଯିବ ବୋଲି ଡିସିପି କହିଛନ୍ତି।

ସେପଟେ ପକ୍ଷରେ ସ୍ଥାନୀୟ ଲୋକେ କହିଛନ୍ତି ଏହି ଜାଗାକୁ ଅନେକ ପୁଅ ଓ ଝିଅ ଆସନ୍ତି। ତେବେ ଏଭଳି କାମ ଏଠି ହୋଇଛି ବିଶ୍ୱାସ କରିହେବ ନାହିଁ। ଘଟଣା ସମ୍ପର୍କରେ ସମାଜସେବୀ କହିଛନ୍ତି, ଏଥିପାଇଁ ଉଭୟ ପୁଅ ଓ ଝିଅ ଦାୟୀ। କଟକ ସହରରେ ଏଭଳି ଘଟଣା କେବେ ଘଟିନଥିଲା। ଏହା ଅତ୍ୟନ୍ତ ଲଜ୍ଜାକର ଘଟଣା।

Cuttack Gang Rape