Advertisment

ରାଜଧାନୀରେ ଜୁଆ ଖେଳ; ୧୨ ଲକ୍ଷ ଟଙ୍କା ଜବତ, ୯ ଗିରଫ

କଟକ-ପୁରୀ ବାଇପାସ୍‌ର କେଶୁରା ଛକରେ ଥିବା ଏକ କଲ୍ୟାଣମଣ୍ଡପରେ ଦୀର୍ଘ ଦିନ ଧରି ଜୁଆ ଖେଳ ଚାଲିଥିଲା। ହେଲେ ପ୍ରମାଣ ଅଭାବରୁ କମିଶନରେଟ୍‌ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିଲା।

author-image
Manoranjan Sial
Police

Police

ରାଜଧାନୀ ଭୁବନେଶ୍ୱରରେ ଏକ କଲ୍ୟାଣମଣ୍ଡପରେ ଚାଲିଥିଲା ଜୁଆ ଖେଳ। କମିଶନରେଟ୍‌ ପୁଲିସ୍‌ ଚଢ଼ଉ କରି ୯ ଜଣ ଜୁଆଡିଙ୍କୁ ଗିରଫ କରିଛି। ଏଥିସହ ନଗର ୧୨ ଲକ୍ଷ ଟଙ୍କା, ୩ଟି କାର୍‌ ଓ ମୋବାଇଲ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ଯାଜପୁର, ବାଲେଶ୍ୱର, କେନ୍ଦ୍ରାପଡ଼ା, କଟକ ଅଞ୍ଚଳର ବୋଲି ପୁଲିସ୍‌ କହିଛି।

Advertisment

କଟକ-ପୁରୀ ବାଇପାସ୍‌ର କେଶୁରା ଛକରେ ଥିବା ଏକ କଲ୍ୟାଣମଣ୍ଡପରେ ଦୀର୍ଘ ଦିନ ଧରି ଜୁଆ ଖେଳ ଚାଲିଥିଲା। ହେଲେ ପ୍ରମାଣ ଅଭାବରୁ କମିଶନରେଟ୍‌ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିଲା। ଆଜି ଭୁବନେଶ୍ୱର ଡିସିପିଙ୍କ ନିର୍ଦ୍ଦେଶରେ ବଡଗଡ ଥାନା ପୁଲିସ୍‌ ଅଚାନକ କଲ୍ୟାଣମଣ୍ଡପରେ ଚଢ଼ଉ କରିଥିଲା। ପୁଲିସ୍‌କୁ ଦେଖି ସେମାନେ ଏତେତେଣେ ଦୌଡ଼ିଥିଲା। ପୁଲିସ୍‌ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା। କମିଶନରେଟ୍‌ ପୁଲିସ୍‌ ସେଠାରୁ ୯ ଜୁଆଡିଙ୍କୁ ଧରିବାରେ ସଫଳ ହୋଇଥିଲା। ଏଥିସହ ନଗର ୧୨ ଲକ୍ଷ ଟଙ୍କା, ୩ଟି କାର୍‌ ଓ ମୋବାଇଲ ଜବତ କରିଛି ପୁଲିସ୍‌। ଜୁଆ ଆଡ୍ଡା ଉପରେ ଚଢ଼ଉ କରି ଏତେ ପରିମାଣର ଟଙ୍କା ଜବତ କରିବା ଭୁବନେଶ୍ୱରର ପ୍ରଥମ ଘଟଣା ବୋଲି ଚର୍ଚ୍ଚା ହେଉଛି। ପୁଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ କଲ୍ୟାଣମଣ୍ଡପ ମାଲିକଙ୍କ ସହିତ ଯୋଗାଯୋଗ କରିଛି।

କଲ୍ୟାଣ ମଣ୍ଡପ ମାଲିକ କହିଛନ୍ତି, ବର୍ତ୍ତମାନ ବାହାଘର ସିଜିନ୍‌ ନାହିଁ। ତେଣୁ ଅନେକ ସମୟରେ କଲ୍ୟାଣମଣ୍ଡପ ଖାଲିପଡ଼ୁଛି। ସେମାନେ ବ୍ୟାଚଲର ଭୋଜି କରିବା ପାଇଁ ମଣ୍ଡପ ଭଡ଼ାରେ ନେଇଥିଲେ। ଜୁଆ ଖେଳ ଚାଲିଥିବା ନେଇ ମୋ ପାଖରେ କୌଣସି ଖବର ନାହିଁ ବୋଲି ମଣ୍ଡପ ମାଲିକ କହିଛନ୍ତି।

Advertisment
Bhubaneswar Bhubaneswar News