Advertisment

ଦିନେ ବ୍ଲାକ୍‌ରେ ବିକୁଥିଲା ଫିଲ୍ମ ଟିକେଟ, ଆଜି ଦୁର୍ଦ୍ଦାନ୍ତ ଅପରାଧୀ

ରାଜଧାନୀର ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ବେହେରା। ସେ ଶ୍ରୀୟା ଟକିଜ୍‌ରେ ଫିଲ୍ମ ଟିକଟ ବ୍ଲାକ୍‌ କରୁଥିଲା। ସେହି ସମୟରେ ଟିକ କିଣାକୁ ନେଇ ଜଣଙ୍କ ସହିତ ପାଟିତୁଣ୍ଡ ହୋଇଥିଲା। ଏହାର ପ୍ରତିଶୋଧ ନେବା ପାଇଁ ମନୋଜ ୨୦୧୬ ମସିହାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଫାୟାରିଂ କରିଥିଲା।

Film Hall

Film Hall

Advertisment

ଦିନେ ରାଜଧାନୀର ଛାତି ଉପରେ ବ୍ଲାକରେ ବିକୁଥିଲା ଫିଲ୍ମ ଟିକେଟ୍‌। ଆଜି ସେ ଦୁର୍ଦ୍ଦାନ୍ତ ଅପରାଧୀ। ଏମିତି ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ହେଉଛି ମନୋଜ ବେହେରା। ପେଟ୍ରୋଲ୍‌ ପମ୍ପ ଗୁଳିକାଣ୍ଡ ଘଟଣାରେ କମିଶନରେଟ୍‌ ପୁଲିସ୍‌ ଆଜି ତାକୁ ମାଡ଼ି ବସିଛି। ଏଥିସହ ମାରଣାସ୍ତ୍ର ଜବତ କରିଛି। ଏନେଇ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂହ।

Advertisment

ରାଜଧାନୀର ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ବେହେରା। ସେ ଶ୍ରୀୟା ଟକିଜ୍‌ରେ ଫିଲ୍ମ ଟିକଟ ବ୍ଲାକ୍‌ କରୁଥିଲା। ସେହି ସମୟରେ ଟିକ କିଣାକୁ ନେଇ ଜଣଙ୍କ ସହିତ ପାଟିତୁଣ୍ଡ ହୋଇଥିଲା। ଏହାର ପ୍ରତିଶୋଧ ନେବା ପାଇଁ ମନୋଜ ୨୦୧୬ ମସିହାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଫାୟାରିଂ କରିଥିଲା। ଏହା ପରଠାରୁ ଅପରାଧୀକ ଦୁନିଆରେ ପାଦ ଦେଇଥିଲା ମନୋଜ। ତା’ପରେ ସେ ଅପରାଧ ଦୁନିଆର କାୟା ବିସ୍ତାର କରିଥିଲା।

ଡିସିପିଙ୍କ କହିବା ଅନୁସାରେ ୨୦୨୨ ମସିହା ମାର୍ଚ୍ଚ ୨୮ ତାରିଖ ବିଳମ୍ୱିତ ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ବେହେରାଙ୍କର ଦୁଇ ସାଥୀ ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ଏକ ପେଟ୍ରୋଲ ପମ୍ପକୁ ଯାଇଥିଲେ। ବାଇକ୍‌ରେ ପେଟ୍ରୋଲ ପକାଇବା ପରେ ଟଙ୍କା ଦେଇନଥିଲେ। ଏହାକୁ ନେଇ ପେଟ୍ରୋପମ୍ପ କର୍ମଚାରୀଙ୍କ ସହିତ ପାଟିତୁଣ୍ଡ ହୋଇଥିଲା। ଏହା ମନୋଜଙ୍କୁ ତାଙ୍କର ଦୁଇ ସାଥୀ ଫୋନ୍‌ କରି ଡାକିଥିଲେ। ମନୋଜ ପେଟ୍ରୋଲ ପମ୍ପରେ ପହଞ୍ଚି ପ୍ରଥମେ ଫାଙ୍କା ଗୁଳି ଚାଳନା କରିଥିଲା। ତା’ପରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇଥିଲା ବୋଲି ଡିସିପି କହିଛନ୍ତି।

Advertisment

ଏନେଇ ଅଭିଯୋଗ ହେବା ପରେ ଲକ୍ଷ୍ମୀସାଗର ଥାନା ପୁଲିସ୍‌ ଓ ସ୍ପେଶାଲ୍‌ ଫୋର୍ସ ଘଟଣାର ତଦନ୍ତ ଚଳାଇ ଥିଲା। ମନୋଜକୁ ଧରିବା ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ହେଲେ ସୁଯୋଗ ଦେଖି ଚମ୍ପଟ ମାରୁଥିଲା ମନୋଜ। ଫାୟାରିଂ ହେବାର ପ୍ରାୟ ବର୍ଷେ ପରେ ଅର୍ଥାତ ଆଜି କମିଶନରେଟ୍‌ ପୁଲିସ୍‌ ମନୋଜକୁ ଧରିଛି। ଜଗନ୍ନାଥ ବିହାର ଅଞ୍ଚଳରେ ମନୋଜ ଥିବା ଜାଣିପାରି ଲକ୍ଷ୍ମୀସାଗର ଥାନା ପୁଲିସ୍‌ ଓ ସ୍ପେଶାଲ୍‌ ଫୋର୍ସ ମିଳିତ ଭାବେ ଚଢ଼ଉ କରିଥିଲା। ଏହା ପରେ ମନୋଜକୁ ମାଡ଼ି ବସିଥିଲା। ପୁଲିସ ତା’ଠାରୁ ଗୋଟିଏ ପିସ୍ତଲ, ଗୁଳି ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଥିଲା।

ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କ କହିବା ଅନୁସାରେ ଅଭିଯୁକ୍ତ ମନୋଜ ନାଁରେ ୧୫ରୁ ଅଧିକ ମାମଲା ରହିଛି। ଡକାୟତି, ଫାୟାରିଂ, ଲୁଟ୍‌ ପରି ମାମଲାରେ ତା’ ନାଁରେ ରହିଛି। ଏବେ ମନୋଜର ଦୁଇ ସହଯୋଗୀ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ବୋଲି ଡିସିପି କହିଛନ୍ତି।

Bhubaneswar Bhubaneswar News Crime Commissionerate Police Crime Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe