Advertisment

ରାଜଧାନୀରେ ଚାଞ୍ଚଲ୍ୟ, ଧରା ପଡ଼ିଲା ସନ୍ଦିଗ୍ଧ; ୭ ସିମ୍‌ ବକ୍ସ ଜବତ

ଲକ୍ଷ୍ମୀସାଗର ଥାନା ମହାଦେବ ନଗରରେ ଜଣେ ବ୍ୟକ୍ତି ୭ରୁ ୮ ମାସ ହେଲା ଘର ଭଡ଼ା ନେଇଥିଲେ। ବ୍ୟକ୍ତି ଜଣକ ସପ୍ତହକୁ ଥରେ ସେହି ଘରକୁ ଆସୁଥିଲେ ଓ କିଛି ସମୟ ପରେ ପଳାଇ ଯାଉଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କ ଚାଲି ଚଳଣକୁ ସନ୍ଦେହ କରୁଥିଲେ ସ୍ଥାନୀୟ ଲୋକେ।

author-image
Manoranjan Sial
ଅଦ୍ୟତନ ହୋଇଛି
Crime

Crime

ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ଜଣେ ସନ୍ଦିଗ୍ଧକୁ ମାଡ଼ି ବସିଛି କମିଶନରେଟ୍‌ ପୁଲିସ୍‌। ସିମ୍‌ ବକ୍ସ ମାଧ୍ୟମରେ ବେଆଇନ୍‌ କାର୍ଯ୍ୟ କରୁଥିବା ବେଳେ ଧରିଛି ପୁଲିସ୍‌। ଏଥିସହ ସେହି ଘରୁ ୭ଟି ସିମ୍‌ ବକ୍ସ ଜବତ କରିଛି। 

Advertisment

ଲକ୍ଷ୍ମୀସାଗର ଥାନା ମହାଦେବ ନଗରରେ ଜଣେ ବ୍ୟକ୍ତି ୭ରୁ ୮ ମାସ ହେଲା ଘର ଭଡ଼ା ନେଇଥିଲେ। ବ୍ୟକ୍ତି ଜଣକ ସପ୍ତହକୁ ଥରେ ସେହି ଘରକୁ ଆସୁଥିଲେ ଓ କିଛି ସମୟ ପରେ ପଳାଇ ଯାଉଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କ ଚାଲି ଚଳଣକୁ ସନ୍ଦେହ କରୁଥିଲେ ସ୍ଥାନୀୟ ଲୋକେ। ଏ ସମ୍ପର୍କରେ କମିଶନରେଟ୍‌ ପୁଲିସ୍‌ ସୂଚନା ଦେଇଥିଲା। ତା’ପରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶରେ ଲକ୍ଷ୍ମୀସାଗର ଥାନା ପୁଲିସ୍‌ ଓ ସ୍ପେଶାଳ ସ୍କ୍ୱାର୍ଡକୁ ନେଇ ସ୍ୱତନ୍ତ ଟିମ୍‌ ଗଠନ କରାଯାଇଥିଲା। ଆଉ ସମ୍ପୃକ୍ତ ବ୍ୟକ୍ତିଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା।

ଆଜି ସମ୍ପୃକ୍ତ ବ୍ୟକ୍ତି ଜଣକ ଘରେ ଥିବା ବେଳେ ପୁଲିସ୍‌ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଘରେ ଗୋଟିଏ ରେକ୍‌ରେ ୭ଟି ସିମ୍‌ ବକ୍ସ ଥିବା ଦେଖିବାକୁ ମିଳିଥିଲା। ସିମ୍‌ ବକ୍ସ ଗୁଡ଼ିକରେ ଇଣ୍ଟରନେଟ୍‌ କନେକ୍ସନ ଓ ପାୱାର ସପ୍ଲାଏ ରହିଛି। ୭ଟା ସିମ୍‌ ବକ୍ସରେ ୫୦୦ରୁ ଅଧିକ ସିମ୍‌ ଲାଗିଛି। କମିଶନରେଟ୍‌ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସିମ୍‌ ବକ୍ସ ସମ୍ପର୍କରେ ପଚାରିଥିଲା। ହେଲା ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଯେଉଁଥିପାଇଁ ସମ୍ପୃକ୍ତ ସନ୍ଦିଗ୍ଧଙ୍କୁ ପୁଲିସ୍‌ ଅଟକ ରଖିଛି। ଏଥିସହ ସିମ୍‌ ବକ୍ସ ଗୁଡ଼ିକ ଜବତ କରିଛି। ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି, ତାହା ଉପରେ ପୁଲିସ୍‌ ତଦନ୍ତ ଚଳାଇଛି।

Advertisment

ଡିସିପି ପ୍ରତୀକ ସିଂଙ୍କ କହିବା ଅନୁସାରେ ସିମ୍‌ ବକ୍ସ ମାଧ୍ୟରେ ଦେଶ ଓ ବିଦେଶକୁ ଫୋନ କରିହେବ। ଆଉ ଫୋନ୍‌ ରିସିଭ କରୁଥିବା ବ୍ୟକ୍ତି ଜଣକ କଲ୍‌ ସମ୍ପର୍କରେ କୌଣସି ସୂଚନା ପାଇବ ନହିଁ। ଅର୍ଥାତ ଫୋନ୍‌ କିଏ କରିଛି ଓ କାହାଠାରୁ ଆସିଛି, ସେ ସମ୍ପର୍କରେ କୌଣସି ସୂଚନା ପାଇବନି। ସାଇବର କ୍ରାଇମ୍‌ରେ ମଧ୍ୟ ସିମ୍‌ ବକ୍ସ ବ୍ୟବହାର କରାଯାଉଛି। ଏହାଛଡ଼ା ବାହାର ଦେଶରେ କୌଣସି ରାକେଟ୍‌ ଚଲାଇବା ପାଇଁ ଏହି ଡିଭାଇସ୍‌କୁ ବ୍ୟବହାର କରାଯାଇପାରିବ। ଆତଙ୍କବାଦୀ କାର୍ଯ୍ୟକଳାରେ ସିମ୍‌ ବକ୍ସ ବ୍ୟବହାର ହେଉଥିବା ପୂର୍ବରୁ ଦେଖିବାକୁ ମିଳିଛି। ତେଣୁ ସାଇଣ୍ଟିଫିକ୍‌ ଟିମ୍‌ ଓ ଏସ୍‌ଏଫ୍‌ଏସ୍‌ଏଲ୍‌ ଏକ୍ସପର୍ଟଙ୍କୁ ନେଇ ଘଟଣାର ତଦନ୍ତ ଚାଲିଛି ବୋଲି ସିଡିପି କହିଛନ୍ତି।

Bhubaneswar Bhubaneswar News Online Fraud Crime