Advertisment

ଖୋଲୁଛି ବାଂଲାଦେଶୀ ନାବାଳିକା ପେଡି; ପଞ୍ଝାରେ ଆଉ ଜଣେ ଦଲାଲ୍‌

ନବାଳିକାମାନେ ଅଭିଯୁକ୍ତ ସୁଲେମାନକୁ ଚିହ୍ନଟ କରିଛି। ଏହି ମାମଲାରେ ସୋମ‌ବାର କଟକ ସିଟି ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ପୀଡ଼ିତାଙ୍କର ବୟାନ ରେକର୍ଡ କରାଯିବା ସହ ଡାକ୍ତରଖାନାରେ ଡାକ୍ତରୀ ମାଇନା ହୋଇଛି।

author-image
Manoranjan Sial
ଅଦ୍ୟତନ ହୋଇଛି
Cuttack

Cuttack

ଖୋଲୁଛି ବାଂଲାଦେଶୀ ନାବାଳିକା ପେଡି। ପଞ୍ଝାରେ ପଡ଼ୁଛନ୍ତି ଜଣେ ପରେ ଜଣେ ଦଲାଲ୍‌। ଆଜି କମିସନ୍‌ରେଟ୍‌ ପୁଲିସ୍‌ ହାତରେ ଧରାପଡ଼ିଛି ଆଉ ଜଣେ ଦଲାଲ୍‌। କଟକ ମଧୁପାଟଣା ଥାନା ପୁଲିସ୍‌ ଭୁବନେଶ୍ୱର ଝାରପଡା ଅଞ୍ଚଳର ଅବଦୁଲ ସୟଦୁଲ ସୁଲେମାନକୁ ଗିରଫ କରିଛି।

Advertisment

ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଦୁଇଦିନ ତଳେ ଅଭିଯୁକ୍ତ ଦମ୍ପତିଙ୍କୁ କଟକ ଗୋପାଳପୁରରୁ ଗିରଫ କରିଥିଲା ପୁଲିସ୍‌। ସେମାନେ ହେଲେ ଓମ୍‌ ପ୍ରକାଶ ଚୋଧୁରୀ ଓ ଜସ୍ମୀନ ଚୈଧୁରୀ। ସୋମବାର ପୁଲିସ୍‌ ଭୁବନେଶ୍ଵରର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରିଥିଲା। ସେହି ସମୟରେ ଦଲାଲ ଅବଦୁଲ ସୟଦୁଲ ସୁଲେମାନ ଧରାପଡ଼ିଥିଲା। ସୁଲେମାନ ଏହି ଘଟଣାର ମୁଖ୍ୟ ଦଲାଲ ବୋଲି ଜଣାପଡିଛି। ଏହା ବ୍ୟତୀତ ଅନ୍ୟ ଜଣେ ଦଲାଲକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ଅନ୍ୟପକ୍ଷରେ ନବାଳିକାମାନେ ଅଭିଯୁକ୍ତ ସୁଲେମାନକୁ ଚିହ୍ନଟ କରିଛି। ଏହି ମାମଲାରେ ସୋମ‌ବାର କଟକ ସିଟି ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ପୀଡ଼ିତାଙ୍କର ବୟାନ ରେକର୍ଡ କରାଯିବା ସହ ଡାକ୍ତରଖାନାରେ ଡାକ୍ତରୀ ମାଇନା ହୋଇଛି। ପୀଡ଼ିତାଙ୍କୁ ବାଂଲାଦେଶରୁ ଅଣାଯାଇ ଓଡ଼ିଶାରେ କେଉଁ କେଉଁ ସ୍ଥାନରେ ଦେହ ବ୍ୟବସାୟରେ ନିୟୋଜିତ କରାଯାଇଥିଲା? ତାହାର ତଦନ୍ତ କରାଯାଉଛି। ଏହି ଘଟଣାରେ ବହୁତ ଲୋକଙ୍କ ସମ୍ପୃକ୍ତି ଥିବା କଥା ପୁଲିସ ସନ୍ଦେହ କରୁଛି। ସେପଟେ ପୀଡିତାଙ୍କ ପରିବାର ଲୋକଙ୍କ ନିବେଦନ କ୍ରମେ ତାଙ୍କୁ ବାଂଲାଦେଶ ପଠାଯିବା ପାଇଁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି କଟକ ଡିସିପି ଜଗମୋହନ ମିନା।

Advertisment
Cuttack