Advertisment

ଦାମୀ ଗାଡ଼ି ଚଢ଼ୁଥିଲା ପପୁ, ତରୁଣୀଙ୍କ ପଛରେ ଉଡାଉଥିଲା ଟଙ୍କା

୨୦୨୧ ଅଗଷ୍ଟ ୧୪ ତାରିଖରେ କମିଶନରେଟ୍‌ ପୁଲିସ୍‌ ୫୦୦ ଗ୍ରାମ ବ୍ରାଉନସୁଗର ଜବତ କରିଥିଲା। ସେହି ମାମଲାରେ ପୁଲିସ୍‌ ପିଙ୍କି ଦାସ ଓ ତା’ର ସହଯୋଗୀ ବିଶ୍ୱରଂଜନ ରାଉଳକୁ ଗିରଫ କରିଥିଲା।

Girl

Girl

Advertisment

ଅୟସ୍‌ କରୁଥିଲା ପପୁ। ଖାଲି ଅୟସ୍‌ କରୁନଥିଲା, ସୁନ୍ଦର ତରୁଣୀଙ୍କ ପଛରେ ଟଙ୍କା ଉଡାଉଥିଲା। ଆପଣ ଭାବୁଥିବେ ପପୁ କିଏ? ପପୁ ଓରଫ ସୋମନାଥ ବାରିକ୍‌। ସେ ପେଶାରେ ଜଣେ ଧଳା ଜହର ବେପାରୀ। ଗତ ଦୁଇ ବର୍ଷ ହେଲେ କମିଶନରେଟ୍‌ ପୁଲିସ୍‌କୁ ଚକମା ଦେଇ ଲୁଚି ବୁଲୁଥିଲା। ଆଜି ପୁଲିସ୍‌ କ୍ରାଇମ୍‌ ୟୁନିଟ୍‌ ପଞ୍ଝାରେ ପଡ଼ିଛି ପପୁ। ପପୁଠାରୁ ପୁଲିସ୍‌ ୧୧ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର ଜବତ କରିଛି।

Advertisment

ରାଜଧାନୀରେ କାୟା ବିସ୍ତାର କରୁଥିବା ଧଳା ଜହର ବେପାର ମୁଖ୍ୟ ଖଳନାୟକ ହେଉଛି ପପୁ। ସେ ପଶ୍ଚିମବଙ୍ଗରୁ ପୁଡିଆ ଆଣୁଥିଲା, ଭୁବନେଶ୍ୱରରେ କାରବାର କରୁଥିଲା। ଟାର୍ଗେଟରେ ଥିଲେ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ। ଧଳା ଜହର ବିକ୍ରି କରି ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଥିଲା ପପୁ। ସେହି ପଇସାରେ ଅୟସ୍‌ କରୁଥିଲା। ଦାମୀ ଗାଡି ଚଢୁଥିଲା ଓ ସୁନ୍ଦର ସୁନ୍ଦର ତରୁଣୀଙ୍କ ପଛରେ ଟଙ୍କା ଉଡାଉଥିଲା। ବାର ଡ୍ୟାନ୍ସରଙ୍କ ସହ ମଜାମଜଲିସ୍‌ କରୁଥିଲା। ଏକଦମ୍‌ ବିନ୍ଦାସ୍‌ ଲାଇଫ ଜିଉଁଥିଲା ପପୁ। ପ୍ରୟ ଦୁଇ ବର୍ଷ ପରେ ପୁଲିସ୍‌ ଜାଲରେ ପଡ଼ିଛି ପପୁ। ତା’ଠାରୁ ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗର କରିଛି ପୁଲିସ।

୨୦୨୧ ଅଗଷ୍ଟ ୧୪ ତାରିଖରେ କମିଶନରେଟ୍‌ ପୁଲିସ୍‌ ୫୦୦ ଗ୍ରାମ ବ୍ରାଉନସୁଗର ଜବତ କରିଥିଲା। ସେହି ମାମଲାରେ ପୁଲିସ୍‌ ପିଙ୍କି ଦାସ ଓ ତା’ର ସହଯୋଗୀ ବିଶ୍ୱରଂଜନ ରାଉଳକୁ ଗିରଫ କରିଥିଲା। ହେଲେ ପୁଲିସକୁ ଚକମା ଦେଖାଇ ଖସି ଯାଇଥିଲା ପିଙ୍କିଙ୍କ ସ୍ୱାମୀ ପପୁ। ଧରା ପଡ଼ିଯିବା ଭୟରେ ପପୁ ପ୍ରତିଦିନ ଠିକଣା ବଦଳାଉଥିଲା। ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଡିସିପି(ସ୍ପେଶାଲ କ୍ରାଇମ ୟୁନିଟ) ସଞ୍ଜୀବ ଶତପଥୀ।

Advertisment

ସେପଟେ ପୂର୍ବରେ ବାଲେଶ୍ଵରରେ ପୁଲିସର ବାରମ୍ବାର ଚଢ଼ଉ ପରେ ଏବେ ବଦଳିଛି ଧଳା ଜହର ଡିପୋ ଠିକଣା। ଏବେ ପଶ୍ଚିମବଙ୍ଗ ଦୀଘାରୁ ଅପରେଟ ହେଉଛି ସିଣ୍ଡିକେଟ। ଅନ୍‌ଲାଇନ୍‌ରେ ହେଉଛି ଟଙ୍କା କାରବାର। ମାଲ ଆସୁଛି ଲାଇନ୍‌ ଟ୍ରକରେ। ଇ- କମର୍ଶ କମ୍ପାନୀ ନାଁରେ ପ୍ୟାକେଟ ଯୋଗେ ପଠା ଯାଉଛି ମାଲ। ସ୍ୱତନ୍ତ୍ର କୋଡ୍‌ ମାଧ୍ୟମରେ ଭୁବନେଶ୍ୱରରେ ରିସିଭ ହେଉଛି ଧଳା ଜହର ପ୍ୟାକେଟ।

Bhubaneswar Bhubaneswar News Crime Brown Sugar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe