Advertisment

ମହିଳାଙ୍କୁ ପ୍ରେମ ନିବେଦନ କରିଥିଲେ, ରାଜି ନହେବାରୁ ବେକ କାଟିଦେଲେ

ବାହା ହେବା ପାଇଁ ଦୀପିକାଙ୍କୁ ପ୍ରସ୍ତାବ ଦେଇଥିଲେ। ହେଲେ ଦୀପିକା ଏଥିରେ ରାଜି ହୋଇନଥିଲେ। ଗତ ୨୭ ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ହେବ। ଦୀପିକା ନିଜ ଦୋକାନରେ ଥିଲେ। ଦୋକାନରେ ଲୋକଙ୍କ ଭିଡ଼ ଥିଲା। ଠିକ୍‌ ସମୟରେ ସେଠାରେ ପହଞ୍ଚିଥିଲେ ନନ୍ଦ କିଶୋର ଓଝା।

undefined

Woman

Advertisment

ମହିଳାଙ୍କୁ ପ୍ରେମ ନିବେଦନ କରିଥିଲେ। ବାହା ହେବା ପାଇଁ କହୁଥିଲେ! ହେଲେ ମହିଳା ଜଣକ ରାଜି ନହେବାରୁ ବେକ କାଟି ହତ୍ୟା କରିଥିଲେ ଏକ ତରଫା ପ୍ରେମିକ। ଗତ ୨୭ ତାରିଖରେ ଏପରି ବୀଭତ୍ସ ହତ୍ୟାକାଣ୍ଡ ରାଜଧାନୀ ଭୁବନେଶ୍ୱରରେ ଘଟିଥିଲା। ଆଜି ଏହି ହତ୍ୟା ମାମଲାର ପର୍ଦ୍ଦାଫାସ ହୋଇଛି। ହତ୍ୟାକାରୀ ହତାସିଆ ପ୍ରେମିକକୁ ଗିରଫ କରିଛି କମିଶନରେଟ୍‌ ପୁଲିସ୍‌।

Advertisment

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ଦୀପିକା ରଞ୍ଜନ ଓ ତାଙ୍କ ସ୍ୱାମୀ କୁଞ୍ଜବିହାରି ରାଜଧାନୀ ଭୁବନେଶ୍ୱର ଝରଣା ସାହି ବସ୍ତିରେ ରହୁଥିଲେ। ଦୀପିକା ସେଠାରେ ଗୋଟିଏ ଦୋକାନ କରିଥିଲେ। ଆଉ ତାଙ୍କ ସ୍ୱାମୀ କୁଞ୍ଜବିହାରି ବାପୁଜୀ ନଗରରେ ଗୋଟିଏ ମୋବାଇଲ ଦୋକାନ କରିବା ପାଇଁ ଯୋଜନା କରୁଥିଲେ। ଦୀପିକାଙ୍କ ଦୋକାନରୁ ଯାହା ରୋଜଗାର ହେଉଥିଲା, ସେଥିରେ ଚଳୁଥିଲା ପୂରା ପରିବାର। ଏହାରି ଭିତରେ ଦୀପିକାଙ୍କ ସଂସ୍ପର୍ଶରେ ଆସିଥିଲେ କାଠ ମିସ୍ତ୍ରୀ ନନ୍ଦ କିଶୋର ଓଝା। ଆଉ ତାଙ୍କୁ ଏକ ତରଫା ଭଲ ପାଉଥିଲେ।

ବାହା ହେବା ପାଇଁ ଦୀପିକାଙ୍କୁ ପ୍ରସ୍ତାବ ଦେଇଥିଲେ। ହେଲେ ଦୀପିକା ଏଥିରେ ରାଜି ହୋଇନଥିଲେ। ଗତ ୨୭ ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ହେବ। ଦୀପିକା ନିଜ ଦୋକାନରେ ଥିଲେ। ଦୋକାନରେ ଲୋକଙ୍କ ଭିଡ଼ ଥିଲା। ଠିକ୍‌ ସମୟରେ ସେଠାରେ ପହଞ୍ଚିଥିଲେ ନନ୍ଦ କିଶୋର ଓଝା। ଉଭୟଙ୍କ ଭିତରେ ଭିତରେ ପାଟିତୁଣ୍ଡ ହୋଇଥିଲା। ପରେ ନନ୍ଦ କିଶୋର ଓଝା ଏକ ଧାରୁଆ ଅସ୍ତ୍ରରେ ଦୀପିକାଙ୍କୁ ଆକ୍ରମଣ କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାନରେ ତଳେ ପଡ଼ିଥିଲେ ଦୀପିକା। ଧରା ପଡ଼ିଯିବା ଭୟରେ ଚମ୍ପଟ ମାରିଥିଲା ନନ୍ଦ କିଶୋର ଓଝା।

Advertisment

ସାହି ଲୋକ ଏନେଇ ଦୀପିକାଙ୍କ ସ୍ୱାମୀଙ୍କୁ ଖବର ଦେଇଥିଲେ। ଏଥିସହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଦୀପିକାଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦୀପିକାଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ ମାମଲା ରୁଜୁ କାରି ଘଟଣାର ତଦନ୍ତ ଚଳାଇଥିଲା।

ନନ୍ଦ କିଶୋର ଓଝା ପେସାରେ ଜଣେ କାଠ ମିସ୍ତ୍ରୀ। ତେଣୁ ଛଦ୍ମ ବେଶରେ ଘୂରି ବୁଲୁଥିଲେ। ଗତ କିଛି ହେଲା ସେ ତାଙ୍କର ଜଣେ ସମ୍ପର୍କୀୟଙ୍କ ପାଖରେ କାଠ କାମ କରୁଥିଲେ। ଖୋର୍ଦ୍ଧା ସାରୁଅରେ ଥିବା ଜାଣି ପୁଲିସ୍‌ ଆଜି ଚଢ଼ଉ କରିଥିଲା। ଆଉ ତାଙ୍କୁ ଗିରଫ କରିଥିଲା। ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଏନେଇ ସୂଚନା ଦେଇଛନ୍ତି।

Crime Bhubaneswar Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe